ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଲାଗିଥିଲେ ଦମକଳବାହିନୀ-ପୋଲିସ: ହେଲେ ଶେଷରେ ଘଟିଲା ଏପରି

ଟୋକିଓ,୨୩।୬: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ହୋସ୍‌ ଉଡ଼ିଯାଇଛି। ଜଣେ ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ ଓ ପୋଲିସ ବହୁ କସ୍‌ରତ କରିଥିଲେ। ହେଲେ ଶେଷରେ ଦେଖିବା ବେଳକୁ ସେମାନେ ଭ୍ରମରେ ପଡ଼ିଯାଇଥିବା ଜାଣିବାକୁ ପାଇଥିଲେ। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଜାପାନର ହାକିନୋହେ ସହରର ଉପକୂଳବର୍ତ୍ତୀ ଅଞ୍ଚଳରେ ଜଣେ ୟୁଟ୍ୟୁବର ତନାକା ନାତ୍ସୁକି ଏକ ମାଛର ଭିଡ଼ିଓ ଉତ୍ତୋଳନ କରୁଥିବା ସମୟରେ ହଠାତ୍‌ ଜଣେ ଯୁବତୀ ବୁଡ଼ୁଥିବାର ଦେଖିବାକୁ ପାଇଥିଲେ। ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପୋଲିସ, ଦମକଳବାହୀନି ଓ ଆମ୍ବୁଲାନ୍ସ ପହଞ୍ଚିଥିଲା। ଯୁବତୀଙ୍କୁ ଉଦ୍ଧାର ପାଇଁ ପୋଲିସ ଓ ଦମକଳବାହିନୀ ବହୁ କସ୍‌ରତ କରିଥିଲେ। ଉଦ୍ଧାର କରିବା ପରେ ଯୁବତୀଙ୍କୁ ନିରେଖି ଦେଖିବା ବେଳକୁ ସେ ମଣିଷ ନୁହଁନ୍ତ ବରଂ ସେକ୍ସ ଡଲ୍‌ ବୋଲି ଜଣାପଡ଼ିଥିଲା।

ଡଲ୍‌କୁ ଦେଖି ଉଦ୍ଧାରକାରୀ ଦଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତନାକା ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ବେଳେ ୟୁଜର୍ସ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଲୋକଙ୍କ ପାଇଁ ଏହା ଫନି ଭିଡିଓ ହୋଇପାରେ କିନ୍ତୁ ଆମ୍ବୁଲାନ୍ସ, ପୋଲିସ ଓ ଦମକଳ ବାହିନୀଙ୍କ ପାଇଁ ଏହା ଜରୁରୀକାଳୀନ ସେବା। ଲୋକମାନେ ବୁଝିବା ଆବଶ୍ୟକ ଯେ, ନିଜର ଆବର୍ଜନାକୁ ସଠିକ୍‌ ଭାବରେ ପକାଇବା ଉଚିତ୍‌ ବୋଲି ଯୁଜର୍ସ କମେଣ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଜାପାନରେ ପ୍ରତି ବର୍ଷ ୨ହଜାର ସେକ୍ସ୍‌ ଡଲ୍‌ ବିକ୍ରି କରାଯାଏ। ଏହି ଡଲ୍‌ଗୁଡ଼ିକୁ ନିର୍ଦ୍ଧିଷ୍ଟ ଭାବେ ପୋତାଯିବା କିମ୍ବା ଜଳାଯିବାର ବ୍ୟବସ୍ଥା କରାଯାଇଥାଏ। ହେଲେ କିଛି ବ୍ୟକ୍ତି ଏହାକୁ ଏଭଳି ନ କରି ଏତେତେଣେ ଫୋପାଡ଼ିଦେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri