ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଦୁଇଜଣ ଶ୍ରମିକ ଛତିଶଗଡ଼ର ବାସିନ୍ଦା ଥିଲେ। ଜଣେ ଶ୍ରମିକଙ୍କର ମୃତ୍ୟୁ ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ହିଁ ହୋଇଯାଇଥିଲା। ଅନ୍ୟ ଜଣେ ଶ୍ରମିକ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ଲଢ଼େଇ ଲଢ଼ୁଥିଲେ। କିନ୍ତୁ ଶନିବାର ସେ ମଧ୍ୟ ପ୍ରାଣ ହରାଇଛନ୍ତି। ଏହିପରି ଭାବେ କୁଲଗାମ ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଆତଙ୍କବାଦୀ ଧର୍ମ ପଚାରି ଏହି ଦୁଇ ଶ୍ରମିକଙ୍କ ଉପରେ ଗୁଳି ଚଳାଇଥିଲେ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ଶୁକ୍ରବାର ସନ୍ଧ୍ୟା ସମୟରେ ଦକ୍ଷିଣ କଶ୍ମୀରର କେଲମ ଅଞ୍ଚଳରେ ଅବସ୍ଥିତ ଇଟାଭାଟିରେ କାମ କରୁଥିବା ଶ୍ରମିକମାନଙ୍କୁ ଟାର୍ଗେଟ କରିଥିଲେ।

