Posted inଜାତୀୟ

ପାକିସ୍ତାନ ବନ୍ୟାରେ ପ୍ରଭାବିତଙ୍କୁ ସହାୟତା କରି ଭାରତ ବିରୋଧରେ ଜହର ଓଗାଳୁଛନ୍ତି ଜୈଶ୍‌-ଲଶ୍କର…

ନୂଆଦିଲ୍ଲୀ, ୧୮।୯ : ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ବିରୋଧରେ ଇସଲାମାବାଦ କଠୋର ଆଭିମୁଖ୍ୟ ନେଇ ସୂଚନା ଦେଇଛି। ତେବେ ଖାଇବର ପାସ୍ତୁନଖ୍ବା ଏବଂ ବାଲୁଚିସ୍ତାନରେ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଜାରି ରଖିବାକୁ ଜୋର ଦେଇଥିବା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଏମ) ଏବଂ ଲଶ୍କର-ଇ -ତୋଏବା ନିକ କ୍ୟାଡରମାନଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ ଜାରି ରଖିଛି।
ପାକିସ୍ତାନର ଅର୍ଥନୀତି ତଳମୁହାଁ ହେବା ସହିତ ଦେଶରେ ରାଜନୈତିକ ସଙ୍କଟ ଜାରି ରହିଛି। କିନ୍ତୁ ଏଠାରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ସଂଗଠନ ଜୈଶ୍‌ ଏବଂ ଲଶ୍କର ଭାରତ ବିରୋଧରେ ଜହର ଓଗାଳିବା ଜାରି ରଖିଛନ୍ତି।

କରାଚି, ଗୁଜରାନୱାଲା, ସିଆଲକୋଟ, ପେଶୱାର, ମୁଜାଫରବାଦ, କୋଟଲି, ନରୋୱାଲ, ଶାକରଗଡ ଇତ୍ୟାଦି ଜିଲା ସ୍ତରରେ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ଜେଏମ ଯୁବବର୍ଗଙ୍କୁ ଭ୍ରମିତ କରୁଛି।

ଅଗଷ୍ଟ ୫ ରୁ ୧୧ ମଧ୍ୟରେ, ଜେଏମ ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରର ବାଘ ଜିଲାର ଗଙ୍ଗା ଛୋଟିରେ ସାତ ଦିନିଆ ଦୌରା ତାରବିୟା ତାଲିମ ଶିବିର ଆୟୋଜନ କରିଥିଲା।

ଏହି ସମୟରେ, ବରିଷ୍ଠ ଲଶ୍କର ନେତାମାନେ ଜମାତ-ଉଦ-ଦାୱାର ମାରାକିଜ ଏବଂ ମଦ୍ରାସାଗୁଡ଼ିକରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଭାରତ ଏବଂ ପାଶ୍ଚାତ୍ୟ ଦେଶ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ। ସମ୍ପ୍ରତି ବନ୍ୟା ନାମରେ ଲଶ୍କର କାର୍ଯ୍ୟକର୍ତ୍ତାମାନେ ଦାନ ଅଭିଯାନ ଆରମ୍ଭ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରୁଥିବାବେଳେ, ସେମାନେ ନିଜ ମୌଳବାଦୀ ଚିନ୍ତାଧାରା ପ୍ରଚାର କରୁଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

‘ତାଙ୍କୁ PM କର’, ଜ୍ଞାନେଶ କୁମାରଙ୍କୁ ପଦ୍ମ ଭୂଷଣ ଦେବା ବୟାନରେ କଟାକ୍ଷ କଲେ ପୱନ ଖେରା

ନୂଆଦିଲ୍ଲୀ,୨୬।୯: ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ, କଂଗ୍ରେସ ନେତା ପୱନ ଖେରା ପଶ୍ଚିମବଙ୍ଗ ଭାଜପା ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ଏକ ମନ୍ତବ୍ୟକୁ ନେଇ…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?