ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକା ଜାମ୍‌ ଆନ୍ଦୋଳନ

ସୁନ୍ଦରଗଡ଼,୧୮ା୯(ଡି.ଏନ୍‌.ଏ.): ଏମ୍‌ସିଏଲ କୋଇଲା ଖଣିରୁ କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବି ନେଇ ରବିବାରଠାରୁ ସୁନ୍ଦରଗଡ଼ ମିଳିତ ଟ୍ରକ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକାଜାମ ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ ଏମ୍‌ସିଏଲ୍‌ର ତିନୋଟି କୋଇଲା ଖଣିରୁ ଝାରସୁଗୁଡ଼ା, ସମ୍ବଲପୁର ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ କୋଇଲା ପରିବହନ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଡିଜେଲ, ଟୋଲ ଟ୍ୟାକ୍ସ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀର ଦର ବ୍ରୁଦ୍ଧି ଯୋଗୁ କୋଇଲା ପରିବହନ କରୁଥିବା ଟ୍ରକ୍‌ ମାଲିକମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ବ୍ୟାଙ୍କର କିସ୍ତି ଲୋନ୍‌ ଟଙ୍କା ପରିଶୋଧ କରି ନ ପାରି ଦେବାଳିଆ ହୋଇପଡ଼ିଛନ୍ତି। ଆନ୍ଦୋଳନ ଯୋଗୁ ରାସ୍ତାରେ ଓ କୋଇଲା ଖଣି ଅଞ୍ଚଳରେ ହଜାର ହଜାର ଟ୍ରକ ଅଟକି ରହିଛି। ଟନ୍‌ ପିଛା ୧୪୦ ଟଙ୍କା ଲେଖାଏ ଭଡ଼ା ବୃଦ୍ଧି ଦାବି ନେଇ ପ୍ରଶାସନର ମଧ୍ୟସ୍ଥିରେ ବିଭିନ୍ନ କାରଖାନା କର୍ତ୍ତୃପକ୍ଷ ଏବଂ ମିଳିତ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଦୁଇ ଥର ଆଲୋଚନା ବୈଠକ ଫଳପ୍ରଦ ହୋଇ ନ ଥିବାରୁ ପରିଶେଷରେ ମିଳିତ ଟ୍ରକ ମାଲିକ ସଂଘ ଏହି ଆନ୍ଦୋଳନକୁ ଓହ୍ଲାଇଛି। ରବିବାର ଡୁଡୁକା ବାଇପାସଠାରେ ମିଳିତ ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ,ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ,ଅଜୟ ପଟେଲଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଅଞ୍ଚଳର ଜନସାଧାରଣ ଏକତ୍ରିତ ହୋଇ ପରିବହନ ଭଡ଼ା ବୃଦ୍ଧି ଦାବିକୁ ସମର୍ଥନ ଜଣାଇଥିଲେ। ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ନଜରରେ ୫ ରାଶି: ରବିବାରଠୁ ଭାଗ୍ୟରେ ଲାଗିବ ଲଟେରୀ, ଆୟ ସହିତ ବଢିବ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ କ୍ଷମତା ଓ କର୍ମକ୍ଷେତ୍ରରେ ସଫଳତା ସହ ସୂର୍ଯ୍ୟଙ୍କୁ ଯୋଡ଼ି ଦେଖାଯାଏ। ତେଣୁ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

‘ତାଙ୍କୁ PM କର’, ଜ୍ଞାନେଶ କୁମାରଙ୍କୁ ପଦ୍ମ ଭୂଷଣ ଦେବା ବୟାନରେ କଟାକ୍ଷ କଲେ ପୱନ ଖେରା

ନୂଆଦିଲ୍ଲୀ,୨୬।୯: ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ, କଂଗ୍ରେସ ନେତା ପୱନ ଖେରା ପଶ୍ଚିମବଙ୍ଗ ଭାଜପା ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ଏକ ମନ୍ତବ୍ୟକୁ ନେଇ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?