କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ ୨୪ ତାରିଖ ରାତିରେ ଧାନ ଚାଷକୁ ହାତୀ କବଳରୁ ରକ୍ଷା କରିବା ପାଇଁ କ୍ଷେତକୁ ଯାଇ ହାତୀର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ସେଥିପାଇଁ ଜିଲା ଯାଦବ ମହାସଭା ସଭାପତି ତଥା କେସିଙ୍ଗା ଏନ୍ଏସିର ଅଧ୍ୟକ୍ଷ ନୃପରାଜ ଯାଦବ, ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ସାଧାରଣ ସମ୍ପାଦକ ମହୀପାଳ ନାଏକ, କୋଷାଧ୍ୟକ୍ଷ ପ୍ରଶାନ୍ତ ପୋଢ଼, ଉପସଭାପତି ଜଗନ୍ନାଥ ବାଗ, ଶିରୋଲ ଆଞ୍ଚଳିକ ଯାଦବ ସମାଜ ସଭାପତି ଗୋପବନ୍ଧୁ ଗହୀର ଓ ପୋଢ଼ଖମ୍ବ ଗ୍ରାମ୍ୟ ଯାଦବ ସମାଜ କର୍ମକର୍ତ୍ତାଗଣ ପୋଢ଼ଖମ୍ବ ଗ୍ରାମକୁ ଶନିବାର ଯାଇ ସ୍ବର୍ଗତ ଅକ୍ରୁର ହେର୍ନାଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ କାମନା କରି ଓ ଶୁଦ୍ଧିକ୍ରିୟା ପାଇଁ ମୃତ ଅକ୍ରୁରଙ୍କ ସ୍ତ୍ରୀ ଉମା ହେର୍ନାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ସଭାପତି ଯାଦବ ପ୍ରକାଶ କରିଛନ୍ତି।

