ପୌର ନିର୍ବାଚନ ପୂର୍ବରୁ ଜୟପୁରରେ ଫୁଟିଲା ଗୁଳି

ଜୟପୁର, ୨୧ା୩ (ନି.ପ୍ର.): ଜୟପୁର ସହରରେ ପୌର ନିର୍ବାଚନ ପୂର୍ବରୁ ଗୁଳି ଫୁଟିଛି। କେତେକ ଦୁର୍ବୃତ୍ତ ଗୋପବନ୍ଧୁ ନଗରର କାର୍ତ୍ତିକ ନାଗଙ୍କୁ ଅପହରଣ କରି ଗୁଳିକରି ହତ୍ୟା ଉଦ୍ୟମ କରିଛନ୍ତି। ଏହାକୁ ନେଇ ଜୟପୁରରେ ରାଜନୀତି ସରଗରମ ହୋଇଛି। ଘଟଣା ପଛରେ ବିଜେଡିର ହାତ ଥିବା ଦର୍ଶାଇ ବିଧାୟକ ତାରାପ୍ରସାଦ ବାହିନୀପତି ଟାଉନ ଥାନା ଘେରାଉ କରିବା ସହ ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହାକୁ ବିରୋଧ କରି ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ରଥ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ସେ କହିଛନ୍ତି। ଘଟଣା ନେଇ କାର୍ତ୍ତିକଙ୍କ ଭଉଣୀ ସବିତା ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସ୍‌ପି ବରୁଣ ଗୁଣ୍ଠପାଲ୍ଲି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସବିତାଙ୍କ ସୂଚନା ଅନୁଯାୟୀ, କାର୍ତ୍ତିକ ତାଙ୍କର ୩ ସାଙ୍ଗଙ୍କ ସହ ୨ଟି ବାଇକ୍‌ରେ ଯାଉଥିବା ସମୟରେ ଅଭିଯୁକ୍ତ ଉମୁରି ଅଞ୍ଚଳର ସଞ୍ଜୟ ସୁନା, ପ୍ରିନ୍ସ ଓ ଗୌତମ ଟାକରି ପହଞ୍ଚତ୍ ଏକ ରାଉଣ୍ଡ ଗୁଳିଚଳନା କରିଥିଲେ। ସୌଭାଗ୍ୟବଶତଃ ଗୁଳିଟି କାତ୍ତିର୍ର୍କଙ୍କ ଦେହରେ ନ ବାଜି ଲକ୍ଷ୍ୟଚ୍ୟୁଚ ହୋଇଥିଲା। ପରେ ଅଭିଯୁକ୍ତମାନେ ତାଙ୍କୁ ଅଟକାଇ ସ୍କର୍ପିଓରେ ଅପହରଣ କରିନେଇଥିଲେ। କାର୍ତ୍ତିକଙ୍କୁ ଆକ୍ରମଣ କରି କୁମୁଲିପୁଟ ଗ୍ରାମ ନିକଟରେ ଅଭିଯୁକ୍ତମାନେ ଫିଙ୍ଗିଦେଇ ଚାଲିଯାଇଥିଲେ। ଏହି ଖବର ପାଇ ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ତାଙ୍କୁ କୋରାପୁଟ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଧାୟକ ତାରା ପ୍ରସାଦ ବାହିନୀପତି କାର୍ତ୍ତିକଙ୍କ ପରିବାର, ସାହିବାସିନ୍ଦା ଓ କଂଗ୍ରେସ କର୍ମୀଙ୍କ ସହ ଟାଉନଥାନା ଘେରାଉ କରି ୨୬ ନଂ. ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ପରେ ଅତିରିକ୍ତ ଏସ୍‌ପି ବିମଳକାନ୍ତ ବ୍ରହ୍ମା ବାହିନୀପତିଙ୍କ ସହ ଆଲୋଚନା କରି ୨ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କାରିବାକୁ ପ୍ରତିଶ୍ରୁତି ଦେବାରୁ ବାହିନୀପତି ରାସ୍ତା ରୋକୋରୁ ଓହରିଥିଲେ। ଏହି ମାମଲାରେ ୧୦ରୁ ଅଧିକ ବ୍ୟକ୍ତି ଜଡିତ ଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଏସ୍‌ପି ଗୁଣ୍ଟପାଲ୍ଲି ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲିଙ୍ଗରାଜ ନଗରର ଚନ୍ଦ୍ରସାଇ ସଗରିଆ (୪୨), କୁମୁଲିପୁଟର ପ୍ରଶାନ୍ତ ଖରା (୨୯) ଅଜୟ ହରିଜନ (୨୫) କୋରାପୁଟ ଏଲଆଇସି କଲୋନୀର ରାକେଶ ଦାସ (୩୦)। ଘଟଣାରେ ବ୍ୟବହୃତ ସ୍କର୍ପିଓ (ଓଡି୩୩ଏଡି- ୮୨୪୯), ୨ଟି ନମ୍ବରବିହୀନ ବାଇକ ଜବତ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ୩ଟି ଟିମ୍‌ ଗଠନ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ: ବ୍ୟବସାୟୀ ଗିରଫ

ରାୟଗଡ଼ା ଅଫିସ,୧ା୫(ଡି.ଏନ୍‌.ଏ): ଲକ୍‌ଡାଉନରେ ବେଧଡ଼କ ଚାଲିଛି ଗୁଟ୍‌ଖା ବେପାର। ରାୟଗଡ଼ା ଜିଲା ଗୁଣପୁର ଗୋଲା ସାହି ଠାରେ ଥିବା ଏକ ଗୋଦାମ୍‌ରେ ବିପୂଳ ପରିମାଣରେ ଗୁଟ୍‌ଖା...

ଆଜି ହୋଲି : ଗାଁଠୁ ସହର ଯାଏ ସବୁଠି ଉତ୍ସବ ମୁଖର

ଭୁବନେଶ୍ବର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା...

ବର୍ଷାମାଡ଼ ଖାଉଛନ୍ତି ରୋଗୀ

ବ୍ରହ୍ମପୁର ଅଫିସ୍‌,୪ା୯-ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ୍‌ ହସ୍‌ପିଟାଲ୍‌ ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ରୋଗୀସେବା ଦିନକୁ ଦିନ ନିମ୍ନଗାମୀ...

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ୧୦ ବର୍ଷ ପରେ ବି ହୋଇପାରୁନି ପଞ୍ଜୀକରଣ

ବ୍ରହ୍ମପୁର ଅଫିସ,୧ା୫-ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ତଥା ଆର୍ଥତ୍କ, ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ...

ଆହୁରି ୩ ସଂସ୍ଥାରେ ପରୀକ୍ଷା ପାଇଁ ଅନୁମତି ମାଗିଲା ରାଜ୍ୟ: ୫୦,୦୦୦ ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୩।୪(ବ୍ୟୁରୋ): ବ୍ୟାପକ ପରିମାଣରେ ବ୍ୟକ୍ତିବିଶେଷଙ୍କ ନମୁନା ପରୀକ୍ଷା ଦ୍ୱାରା ରାଜ୍ୟରେ କରୋନା ସମ୍ପର୍କିତ ସ୍ପଷ୍ଟ ଚିତ୍ର ମିଳିପାରିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ...

କୋଟାରେ ଫସିଛନ୍ତି ଛାତ୍ରୀଛାତ୍ର, ଫେରାଇ ଆଣିବାକୁ ଭଦ୍ରକ ବିଧାୟକଙ୍କୁ ଭେଟିଲେ ପରିବାର

ଭଦ୍ରକ ଅଫିସ, ୧।୫: ରାଜସ୍ଥାନର କୋଟାରେ ଫଶିଥିବା ଭଦ୍ରକର ଛାତ୍ରୀଛାତ୍ରମାନଙ୍କୁ ଫେରାଇ ଆଣିବାକୁ ଅଭିଭାବକମାନେ ଶୁକ୍ରବାର ବିଧାୟକ ସଞ୍ଜୀବ ମଲିକଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର...

ଯୁବକଙ୍କୁ ଛୁରିରେ ଆକ୍ରମଣ କରି ଅଭିଯୁକ୍ତ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ନୂଆଗଡ଼ ଗ୍ରାମରେ ଗତ ୧୬ ତାରିଖରେ ମୋହନ ପଟ୍ଟନାୟକଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ମୋହନଙ୍କୁ ସ୍ଥାନୀୟ...

ଗାଁ ଭିତରେ ପଶି ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ଭାଲୁ

ପାଟଣା,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍‌ ଖିଲାରୀ ପାଟନୂଆଗାଁରେ ସୋମବାର ଏକ ବଣୁଆ ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର...

Advertisement
Archives

Model This Week