ସମିତି ସଭ୍ୟାଙ୍କ ଘର ପୋଡ଼ି, ବିରୋଧୀଙ୍କୁ ଆକ୍ରମଣ

ବାଙ୍କୀ,୨୧ା୩(ସ୍ବ.ପ୍ର.): ପଞ୍ଚାୟତ ନିର୍ବାଚନ ସରିଥିଲେ ମଧ୍ୟ ରାଜନୈତିକ ହିଂସା ଥମିବାର ନଁା ନେଉନାହିଁ। ଶନିବାର କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ କାଳିପୋଇ ପଞ୍ଚାୟତର ୨ ଗ୍ରାମରେ ହୋଲି ଖେଳ ପରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ନବନିର୍ବାଚିତ ସମିତି ସଭ୍ୟାଙ୍କ ଘର ଜାଳି ଦିଆଯାଇଥିବା ବେଳେ ଆଉ କେତେଜଣଙ୍କୁ ମାଡ଼ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଥାନାରେ ୧୨ଟି ମାମଲା ରୁଜୁ କରାଯାଇ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନବନିର୍ବାଚିତ ସମିତି ସଭ୍ୟା ମନୋରମା ନାୟକଙ୍କ ଅଭିଯୋଗ ଅନୁଯାୟୀ, କାଳିପୋଇ ଗ୍ରାମରେ ତାଙ୍କ ଘର। ପଞ୍ଚାୟତ ନିର୍ବାଚନରେ ହୋଇଥିବା ପରାଜୟକୁ ସହ୍ୟ କରି ନ ପାରି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କେତେଜଣ ସମର୍ଥକ ଅପରାହ୍ନ ପ୍ରାୟ ୨ଟା ବେଳେ ତାଙ୍କ ଘରେ ପହଞ୍ଚତ୍ ଗାଳିଗୁଲଜ କରିଥିଲେ। ଏନେଇ ନାୟକଙ୍କ ସହ ସେମାନଙ୍କ ବଚସା ହେବାରୁ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ଆସବାବପତ୍ର ବାହାରକୁ ଫୋପାଡ଼ି ଦେଇଥିଲେ। ଏଥିସହ ଘରେ ଥିବା ଲକ୍ଷାଧିକ ଟଙ୍କା ସମେତ, ସୁନା ଗହଣା ଆଦି ଲୁଟି ନେଇଥିଲେ। ସ୍ବାମୀ ମାୟାଧର ଓ ଘରେ କାମ କରୁଥିବା ଶରତ ପ୍ରଧାନ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମାଡ଼ ଦିଆଯିବା ସହ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଦୁର୍ବୃତ୍ତମାନେ ନାୟକଙ୍କ ଘରେ ନିଅଁା ଲଗାଇ ଚାଲିଯାଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଏହାପରେ ଦୁର୍ବୁତ୍ତମାନେ ଉକ୍ତ ଗ୍ରାମର ଲିଙ୍ଗରାଜ ସ୍ବୟଂସହାୟିକା ଗୋଷ୍ଠୀ ସଭାପତି ସୁଜାତା ପଟସିଂଙ୍କ ରାଶନ ଦୋକାନରେ ପହଞ୍ଚତ୍ ଚାଉଳ, କିରୋସିନ ଆଦି ଲୁଟି ନେଇଥିଲେ। ଏଥିସହ ଦୁର୍ବୃତ୍ତମାନେ ଚଢ଼େଇବନ୍ଧ ଗ୍ରାମକୁ ଯାଇ ଦଳୀୟ ପ୍ରାର୍ଥୀଙ୍କୁ କାହିଁକି ଭୋଟ ଦେଲନି କହି ୬ ପରିବାରକୁ ଆକ୍ରମଣ କରି ପାଣି ମେଶିନ, ଗ୍ୟାସ,ଧାନ ଓ ହଣ୍ଡା ଆଦି ଲୁଟି ନେଇଥିଲେ। ସେମାନେ ଘରକୁ ଭାଙ୍ଗିବା ସହ, ଟ୍ରାକ୍ଟର, ଗୋଟିଏ କାର, ୫ଟି ବାଇକ ଭାଙ୍ଗି ଦେଇଥିଲେ। ବ୍ରଜବନ୍ଧୁ ପ୍ରଧାନଙ୍କ ସ୍ତ୍ରୀ ଲଳିତା ମଞ୍ଜରୀ ପ୍ରଧାନ, ମାଧବ ଜେନାଙ୍କ ପୁଅ ଓ ଝିଅ ଜୟନ୍ତୀଙ୍କୁ ମାଡ଼ମାରି ଗୁରୁତର କରିଥିଲେ। ଗୁରୁତରମାନେ ଏବେ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଚଢ଼େଇବନ୍ଧ ଗ୍ରାମର ପ୍ରମୋଦ ମହାପାତ୍ର, ଅବିନାଶ ରାଉତରାୟ, ପୂର୍ଣ୍ଣଚନ୍ଦ୍ର ଛୋଟରାଏ, ଯଦୁ ଜେନା, ବାଉରୀବନ୍ଧୁ ଜେନା, ମାଗିଜେନା ଓ ଭଗବାନ ଜେନାଙ୍କୁ ଗିରଫ କରିଛି। ତେବେ ଉଭୟ ସ୍ଥାନରେ ପୋଲିସ ପହଞ୍ଚତ୍ବାରେ ବିଳମ୍ବ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏହାର କାରଣ ସମ୍ପର୍କରେ ଜାଣିବା ପାଇଁ ବୈଦେଶ୍ୱର ଥାନା ଅଧିକାରୀ ଦୋଳ ଗୋବିନ୍ଦ ସ୍ବାଇଁ ଓ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ସ୍ବାଇଁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?