ସମିତି ସଭ୍ୟାଙ୍କ ଘର ପୋଡ଼ି, ବିରୋଧୀଙ୍କୁ ଆକ୍ରମଣ

ବାଙ୍କୀ,୨୧ା୩(ସ୍ବ.ପ୍ର.): ପଞ୍ଚାୟତ ନିର୍ବାଚନ ସରିଥିଲେ ମଧ୍ୟ ରାଜନୈତିକ ହିଂସା ଥମିବାର ନଁା ନେଉନାହିଁ। ଶନିବାର କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ କାଳିପୋଇ ପଞ୍ଚାୟତର ୨ ଗ୍ରାମରେ ହୋଲି ଖେଳ ପରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ନବନିର୍ବାଚିତ ସମିତି ସଭ୍ୟାଙ୍କ ଘର ଜାଳି ଦିଆଯାଇଥିବା ବେଳେ ଆଉ କେତେଜଣଙ୍କୁ ମାଡ଼ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଥାନାରେ ୧୨ଟି ମାମଲା ରୁଜୁ କରାଯାଇ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନବନିର୍ବାଚିତ ସମିତି ସଭ୍ୟା ମନୋରମା ନାୟକଙ୍କ ଅଭିଯୋଗ ଅନୁଯାୟୀ, କାଳିପୋଇ ଗ୍ରାମରେ ତାଙ୍କ ଘର। ପଞ୍ଚାୟତ ନିର୍ବାଚନରେ ହୋଇଥିବା ପରାଜୟକୁ ସହ୍ୟ କରି ନ ପାରି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କେତେଜଣ ସମର୍ଥକ ଅପରାହ୍ନ ପ୍ରାୟ ୨ଟା ବେଳେ ତାଙ୍କ ଘରେ ପହଞ୍ଚତ୍ ଗାଳିଗୁଲଜ କରିଥିଲେ। ଏନେଇ ନାୟକଙ୍କ ସହ ସେମାନଙ୍କ ବଚସା ହେବାରୁ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ଆସବାବପତ୍ର ବାହାରକୁ ଫୋପାଡ଼ି ଦେଇଥିଲେ। ଏଥିସହ ଘରେ ଥିବା ଲକ୍ଷାଧିକ ଟଙ୍କା ସମେତ, ସୁନା ଗହଣା ଆଦି ଲୁଟି ନେଇଥିଲେ। ସ୍ବାମୀ ମାୟାଧର ଓ ଘରେ କାମ କରୁଥିବା ଶରତ ପ୍ରଧାନ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମାଡ଼ ଦିଆଯିବା ସହ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଦୁର୍ବୃତ୍ତମାନେ ନାୟକଙ୍କ ଘରେ ନିଅଁା ଲଗାଇ ଚାଲିଯାଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଏହାପରେ ଦୁର୍ବୁତ୍ତମାନେ ଉକ୍ତ ଗ୍ରାମର ଲିଙ୍ଗରାଜ ସ୍ବୟଂସହାୟିକା ଗୋଷ୍ଠୀ ସଭାପତି ସୁଜାତା ପଟସିଂଙ୍କ ରାଶନ ଦୋକାନରେ ପହଞ୍ଚତ୍ ଚାଉଳ, କିରୋସିନ ଆଦି ଲୁଟି ନେଇଥିଲେ। ଏଥିସହ ଦୁର୍ବୃତ୍ତମାନେ ଚଢ଼େଇବନ୍ଧ ଗ୍ରାମକୁ ଯାଇ ଦଳୀୟ ପ୍ରାର୍ଥୀଙ୍କୁ କାହିଁକି ଭୋଟ ଦେଲନି କହି ୬ ପରିବାରକୁ ଆକ୍ରମଣ କରି ପାଣି ମେଶିନ, ଗ୍ୟାସ,ଧାନ ଓ ହଣ୍ଡା ଆଦି ଲୁଟି ନେଇଥିଲେ। ସେମାନେ ଘରକୁ ଭାଙ୍ଗିବା ସହ, ଟ୍ରାକ୍ଟର, ଗୋଟିଏ କାର, ୫ଟି ବାଇକ ଭାଙ୍ଗି ଦେଇଥିଲେ। ବ୍ରଜବନ୍ଧୁ ପ୍ରଧାନଙ୍କ ସ୍ତ୍ରୀ ଲଳିତା ମଞ୍ଜରୀ ପ୍ରଧାନ, ମାଧବ ଜେନାଙ୍କ ପୁଅ ଓ ଝିଅ ଜୟନ୍ତୀଙ୍କୁ ମାଡ଼ମାରି ଗୁରୁତର କରିଥିଲେ। ଗୁରୁତରମାନେ ଏବେ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଚଢ଼େଇବନ୍ଧ ଗ୍ରାମର ପ୍ରମୋଦ ମହାପାତ୍ର, ଅବିନାଶ ରାଉତରାୟ, ପୂର୍ଣ୍ଣଚନ୍ଦ୍ର ଛୋଟରାଏ, ଯଦୁ ଜେନା, ବାଉରୀବନ୍ଧୁ ଜେନା, ମାଗିଜେନା ଓ ଭଗବାନ ଜେନାଙ୍କୁ ଗିରଫ କରିଛି। ତେବେ ଉଭୟ ସ୍ଥାନରେ ପୋଲିସ ପହଞ୍ଚତ୍ବାରେ ବିଳମ୍ବ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏହାର କାରଣ ସମ୍ପର୍କରେ ଜାଣିବା ପାଇଁ ବୈଦେଶ୍ୱର ଥାନା ଅଧିକାରୀ ଦୋଳ ଗୋବିନ୍ଦ ସ୍ବାଇଁ ଓ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ସ୍ବାଇଁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରେ ହେବ ନାହିଁ ରଥଯାତ୍ରା

ଜୟପୁର ୧୩ା୬ (ନି.ପ୍ର.)-କୋରାପୁଟ ଜିଲା ଜୟପୁରରେ ଚଳିତ ବର୍ଷ ରଥଯାତ୍ରା ହେବନାହିଁ। ଜିଲାପାଳ ମଧୁ ସୂଦନ ମିଶ୍ର ଏ ନେଇ ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି।...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,୨୯।୫ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର ବେପାରୀଙ୍କ ସହ କାରାବାର ବୃଦ୍ଧି ପାଇବାରେ ଲାଗିଛି। ବାହାର ରାଜ୍ୟରୁ ବ୍ରାଉନ୍‌ସୁଗାର ଆଣି ଏଠାରେ କିଭଳି କାରବାର...

ଚିକିଟି ଏନ୍‌ଏସି : ୧୯ ନାମାଙ୍କନ ପତ୍ର କାଏମ

ଚିକିଟି,୧୦ା୩(ଡି.ଏନ.ଏ.):ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପୌର ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଞ୍ଚ ଅନୁଷ୍ଠିତ ହୋଇଥିଲା। ଚିକିଟି ପୌର ପରିଷଦର ବିଭିନ୍ନ ୱାର୍ଡରେ ୧୯ ଜଣ...

ରୀତାରାଣୀଙ୍କୁ ହରାଇଲେ ଯାଜ୍ଞସେନୀ

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥିନୀ ଯାଜ୍ଞସେନୀ ଓରାମ ବିଜୟୀ...

ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ଚାଲିଗଲେ ସ୍ତ୍ରୀ: ଗୋଟିଏ ଜୁଇରେ ଜଳିଲେ ଦମ୍ପତି

ବରଗଡ଼ ଅଫିସ୍‌,୧୯।୫: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନ ଚିଚିଣ୍ଡା ଗ୍ରାମରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ସ୍ବାମୀଙ୍କ ମୃତ୍ୟୁର ୫ମିନିଟ୍‌ ପରେ ହୃଦଘାତରେ...

ନିଯୁକ୍ତି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ବାଲେଶ୍ୱର ଅଫିସ, ୧।୨-ବାଲେଶ୍ୱର ପୌରାଞ୍ଚଳରେ ସଫେଇ କାର୍ଯ୍ୟ ପାଇଁ ଫେବୃୟାରୀ ପହିଲାରୁ ନୂତନ ଠିକାଦାର ନିଯୁକ୍ତି ହୋଇଛନ୍ତି। ଦୀର୍ଘବର୍ଷ ଧରି ପୌର ପରିଷଦ ଓ ଠିକାଦାରମାନଙ୍କ...

ମୁମ୍ବାଇରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା/କୋକସରା,(ସ୍ବ.ପ୍ର/ଡିଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମର କହ୍ନେଇ ମାଝୀ (୨୩) ନାମକ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ...

ସର୍ବଭାରତୀୟ ଭାରୋତ୍ତୋଳନ: ଶକ୍ତି ଉତ୍ତୋଳନ, ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା

ବ୍ରହ୍ମପୁର ଅଫିସ,୨୭ା୯- ଭାରତୀୟ ଡାକ ବିଭାଗ ପକ୍ଷରୁ ଆୟୋଜିତ ୩୫ତମ ସର୍ବଭାରତୀୟ ଭାରୋତ୍ତୋଳନ, ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି।...

Advertisement
Archives

Model This Week