ଖୁବ୍‌ଶୀଘ୍ର ଜଗନ୍ନାଥଙ୍କୁ ଜେରା କରାଯିବ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜଧାନୀ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ବେକ କାଟି ହତ୍ୟା ଘଟଣାକୁ ୨ସପ୍ତାହରୁ ଊର୍ଦ୍ଧ୍ୱ ଦିନ ହୋଇଯାଇଥିଲେ ମଧ୍ୟ କାରଣକୁ ନେଇ ସ୍ପଷ୍ଟ ହୋଇପାରୁ ନାହିଁ। ଅନ୍ୟପଟେ ଅଭିଯୁକ୍ତ ତଥା ପ୍ରେମିକ ଜଗନ୍ନାଥ ପ୍ରଧାନ ହତ୍ୟା କରିଥିବା ନେଇ ପୋଲିସ ସ୍ପଷ୍ଟ କରିଥିବା ବେଳେ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ଘଟଣାର ସମସ୍ତ ଦିଗ ଉପରୁ ପରଦା ହଟିପାରି ନାହିଁ। ତେବେ ଏମ୍ସରେ ଅପରେଶନ୍‌ ପରେ ଜଗନ୍ନାଥର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତାଙ୍କ ମାନସିକ ସ୍ଥିତି ଯାଞ୍ଚ କରାଯିବାରୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଖୁବ୍‌ଶୀଘ୍ର ଡାକ୍ତର ଡିସ୍‌ଚାର୍ଜ କରିପାରନ୍ତି। ଡିସ୍‌ଚାର୍ଜ ପରେ ଜଗନ୍ନାଥଙ୍କୁ ପୁଣିଥରେ ଜେରା କରାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ହତ୍ୟା ଘଟଣାର ପ୍ରମାଣ ଯୋଗାଡ଼ କରିବା ପାଇଁ କମିଶନରେଟ ପୋଲିସର ୫ ଜଣିଆ ଟିମ୍‌ ଯାଜପୁର ଜିଲା କୁଆଖିଆ ଯାଇ ତଦନ୍ତ କରିଥିଲା। ଏବେ ପୋଲିସ ମେଡିକାଲରୁ ଜଗନ୍ନାଥଙ୍କ ଫେରିବା ବାଟକୁ ଚାହିଁ ବସିଛି। ଫଳରେ ହତ୍ୟା ବାବଦରେ ଭଲରେ ଜେରା କରାଯାଇ ତାଙ୍କୁ ଜେଲ୍‌ ପଠାଯିବା ସହ କୋର୍ଟରେ ଚାର୍ଜଶିଟ ଦାଖଲ କରାଯାଇପାରିବ।
ସୂଚନାଯୋଗ୍ୟ, ପ୍ରିୟଙ୍କାଙ୍କ ଘର ଯାଜପୁର ହୋଇଥିବା ବେଳେ ବାହାଘର ପରେ ସେ ସ୍ବାମୀଙ୍କ ସହ ଭୁବନେଶ୍ୱର ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀରେ ଭଡ଼ା ନେଇ ରହୁଥିଲେ। ତେବେ ଗତ ୫ତାରିଖରେ ଯାଜପୁର ବଡ଼ମଙ୍ଗଳପୁରର ଜଗନ୍ନାଥ ପ୍ରିୟଙ୍କା ରହୁଥିବା ଘରେ ପଶି ତାଙ୍କ ବେକ କାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ନିଜେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରିୟଙ୍କାଙ୍କ ମୃତଦେହ ଜବତ କରିବା ସହ ଜଗନ୍ନାଥଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ ପଠାଇଥିଲା। ତେବେ ବିବାହ ପୂର୍ବରୁ ପ୍ରିୟଙ୍କାଙ୍କୁ ସେ ଭଲ ପାଉଥିଲେ ଓ ତାଙ୍କ ସହ ତିକ୍ତତା ଥିବାରୁ ଈର୍ଷାପରାୟଣ ହୋଇ ହତ୍ୟା କରିଥିବା ଜଗନ୍ନାଥ ପୋଲିସ ଆଗରେ ମାନିଥିଲେ। ଏଥିସହ ଘଟଣାସ୍ଥଳରୁ ଜଗନ୍ନାଥଙ୍କ ହାତଲେଖା ଏକ ଚିଠି ମଧ୍ୟ ପୋଲିସକୁ ମିଳିଥିଲା; ଯେଉଁଥିରୁ ସେ ପ୍ରିୟଙ୍କା ଓ ତାଙ୍କ ୩ବର୍ଷର ଶିଶୁ ପୁତ୍ରଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବେ ବୋଲି ଲେଖିଥିଲେ। ଏଥିରୁ ଜଗନ୍ନାଥ ଯୋଜନାବଦ୍ଧ ଭାବେ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ଅନ୍ୟପକ୍ଷେ ଘଟଣା ସମୟରେ ଉପର ଘରେ ରହୁଥିବା ଘର ମାଲିକଙ୍କ ପାଖରେ ଶିଶୁଟି ଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

୨ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ, ଜାଣନ୍ତୁ କାରଣ…

କୋଣାର୍କ,୨୧।୮: ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗରେ ୨ଜଣ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ଖବର ପାଇ ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri