ଜବରଦଖଲରେ ସ୍ଲମ୍‌ କ୍ବାର୍ଟର୍ସ

କଟକ ଅଫିସ, ୨୦।୭:  କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ଯୋବ୍ରାରେ ଯୋବ୍ରା କ୍ବାର୍ଟର୍ସ ବା ସ୍ଲମ କ୍ବାର୍ଟର୍ସ ରହିଛି। ଏଠାରେ ୧୧୯ଟି କ୍ବାର୍ଟର୍ସ ଥିବାବେଳେ ୯୬ଟି ଦୁଇ ମହଲା ଓ ୨୩ଟି ସିଙ୍ଗଲ କ୍ବାର୍ଟର୍ସ ରହିଛି। ୧୯୭୦-୭୧ରେ ନିର୍ମିତ ଏହି କ୍ବାର୍ଟର୍ସରେ ସେତେବେଳେ ସିଏମ୍‌ସି, ଫିଶରି, ଓଏସ୍‌ଆର୍‌ଟିସି କର୍ମଚାରୀଙ୍କ ସମେତ କେତେକ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ରହିବାକୁ ଦିଆଯାଇଥିଲା। ଏ ବାବଦରେ ସିଏମ୍‌ସି ସେମାନଙ୍କଠାରୁ ୨୦ ଟଙ୍କା ଘରଭଡ଼ା ଓ ୨ଟଙ୍କା ପାଣି କର ନେଉଥିଲା। ତେବେ ସର୍ତ୍ତ ରହିଥିଲା ଅବସର ପରେ କ୍ବାର୍ଟର୍ସ ଛାଡ଼ିବାକୁ ପଡ଼ିବ। ମାତ୍ର ଅବସର ପରେ କ୍ୱାର୍ଟର୍ସ ଛାଡ଼ିବା ପରିବର୍ତ୍ତେ ହଜାର ହଜାର ଟଙ୍କାରେ ଭଡ଼ା ଲଗାଇ ନିଜ ଘରକୁ ଚାଲିଗଲେ। ଏପରି କି ନେତା, ମନ୍ତ୍ରୀଙ୍କ ସହାୟତାରେ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଶାଗ ମାଛ ମୂଲ୍ୟରେ କିଣିବାକୁ ଚକ୍ରାନ୍ତ ଚଳାଇଲେ। ୧୯୯୮ରୁ ମହାନଗର ନିଗମ ପରିଷଦ ବୈଠକରେ ବହୁବାର ଏମାନଙ୍କ ସପକ୍ଷରେ ରିଜୋଲୁଶନ ପାରିତ କରାଇ ଘରଗୁଡିକୁ କିଣିବା ପାଇଁ ମସୁଧା ହୋଇଥିଲା। ତେବେ ରିଜୋଲୁଶନ କାର୍ଯ୍ୟକାରୀ ନ ହେବାରୁ ବିପିନ ବିହାରୀ ମହାପାତ୍ର ଏବଂ ଅନ୍ୟମାନେ ହାଇକୋର୍ଟରେ ୨୦୧୬ରେ ଦୁଇଟି ମାମଲା ଦାଏର କଲେ। ହାଇକୋର୍ଟ ମାମଲାର ଶୁଣାଣି କରି ୧୬. ୩. ୨୦୧୭ରେ ଯୋବ୍ରା କ୍ବାର୍ଟର୍ସ/ସ୍ଲମ କ୍ବାର୍ଟର୍ସକୁ ଅନ୍ତେବାସୀମାନଙ୍କୁ ବିକ୍ରି ସୂତ୍ରେ ଦେବା ନିମନ୍ତେ ସିଏମ୍‌ସି ପରିଷଦରେ ପାରିତ ପ୍ରସ୍ତାବର ବିଚାର କରି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ କୋର୍ଟ ନିର୍ଦ୍ଦେଶ ସିଏମ୍‌ସି ପାଳନ କରୁ ନ ଥିବା ଦର୍ଶାଇ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ୨୭.୪.୨୦୧୮ରେ ଏକମାସ ମଧ୍ୟରେ ପୂର୍ବ ଆଦେଶନାମାକୁ ଅନୁପାଳନ କରିବା ଲାଗି ସିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ୩୧.୫.୨୦୧୭ରେ ମହାନଗର ନିଗମ ପରିଷଦ ବୈଠକରେ କୋର୍ଟ ନିର୍ଦ୍ଦେଶ ପାଳନ କରାଯାଇ ଅତିରିକ୍ତ ଆୟୁକ୍ତ-୧ଙ୍କ ତତ୍ତ୍ବାବଧାନରେ ଉପଆୟୁକ୍ତ ତଥା ବସ୍ତି ଉନ୍ନୟନ ଅଧିକାରୀ, ଉପଆୟୁକ୍ତ-୩, ସଚିବ, ନଗର ଯନ୍ତ୍ରୀ, ନଗର ସ୍ବାସ୍ଥ୍ୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ-୧, ନିର୍ବାହୀ ଯନ୍ତ୍ରୀ-୨ ଓ ଉପନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ସ୍ଲମ୍‌ କ୍ବାର୍ଟର୍ସରେ ରହୁଥିବା ଅଧିକାଂଶ ବ୍ୟକ୍ତିଙ୍କର କଟକ ସହରରେ ଘର ଥିବା ଜାଣିବାକୁ ପାଇଥିଲା। ଏଥିସହ କେତେକ ବ୍ୟକ୍ତି ଅବସର ଓ କେତେଜଣଙ୍କ ମୃତ୍ୟୁ ପରେ ମଧ୍ୟ ପରିବାରବର୍ଗ କ୍ୱାର୍ଟର୍ସ ମାଡ଼ି ବସିଥିବା କମିଟି କହିଥିଲା। କେତେଜଣ ବ୍ୟକ୍ତି ମୌଖିକ ଭାବେ କ୍ୱାର୍ଟର୍ସକୁ ଅନ୍ୟ ଲୋକଙ୍କୁ ବିକ୍ରୟ କରିଦେଇଥିବା କମିଟି ଜାଣିବାକୁ ପାଇଥିଲା। ସେହିପରି ୨୪ା୩ା୨୦୧୬ରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ କଟକ ପୂର୍ତ୍ତ ବିଭାଗ-୧ ଏବଂ ସିଏମ୍‌ସିର ଇଞ୍ଜିନିୟରଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ ହୋଇଥିଲା। ଉକ୍ତ କମିଟି କ୍ବାର୍ଟର୍ସ ଅନୁଧ୍ୟାନ କରି ୧୩.୫.୨୦୧୬ରେ ସେଗୁଡ଼ିକୁ ବିପଦସଙ୍କୁଳ ଘୋଷଣା କରିଥିଲେ। ଏ ନେଇ ୨୮.୧୧.୧୯୯୮, ୧୧.୧.୨୦୦୮, ୨୮.୧.୨୦୦୮, ୫.୯.୨୦୦୮, ୩୧.୫.୨୦୧୩ରେ ସିଏମ୍‌ସି ସାଧାରଣ ପରିଷଦ ବୈଠକରେ ମ୍ୟୁନିସିପାଲ କଲୋନୀରେ ରହୁଥିବା ଲୋକଙ୍କୁ ବିକ୍ରି କରିବା ନିମନ୍ତେ ପାରିତ ପ୍ରସ୍ତାବକୁ ବାତିଲ କରାଯାଇଛି। ତେବେ ସିଏମ୍‌ସି ପକ୍ଷରୁ ହାଇକୋର୍ଟ ଓ ରାଜ୍ୟ ସକାରକାଙ୍କୁ ଏ ବାବଦରେ ଅବଗତ କରାଯିବା ସହ ଅନ୍ତେବାସୀଙ୍କୁ ନୋଟିସ୍‌ ଦିଆଯାଇଛି। ଏ ନେଇ ସ୍ଥାନୀୟ ବାସିନ୍ଦା ଦେବେନ୍ଦ୍ର ସାହୁ କହିଛନ୍ତି, କ୍ବାର୍ଟର୍ସ ଅନ୍ତେବାସୀ ତାଙ୍କ କ୍ବାର୍ଟର୍ସ ସାମ୍ନା ଓ ପଛରେ ଥିବା ଜାଗାକୁ ମାଡ଼ିିବସି ସେଠାରେ ଘର ନିର୍ମାଣ କରିସାରିଛନ୍ତି। ସରକାର ଏହି କ୍ବାର୍ଟର୍ସଗୁଡ଼ିକୁ ବିପଦସଙ୍କୁଳ ବୋଲି ଘୋଷଣା କରିଛନ୍ତି। ଏବେ ବର୍ଷାଋତୁ ଚାଲିଛି। ଯଦି ପ୍ରବଳ ଲଗାଣ ବର୍ଷା ହୁଏ, ତେବେ କ୍ବାର୍ଟର୍ସଗୁଡ଼ିକର ଅବସ୍ଥା କ’ଣ ହେବ ତାହା ଭଗବାନ୍‌ଙ୍କୁ ଜଣା। ସେହିପରି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ-୧ ପ୍ରଭାସ ମାଝି କହିଛନ୍ତି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ସିଏମ୍‌ସିକୁ ତା’ର ରିପୋର୍ଟ ପ୍ରଦାନ କରିସାରିଛି। ଏଣୁ ଏ ସମ୍ବନ୍ଧରେ ଏବେ ଆମର ଜବାବ ଦେବାର ନାହିଁ। ଅନ୍ୟପକ୍ଷରେ ମହାନଗର ନିଗମ ସେକ୍ରେଟାରୀ ଲତାଶ୍ରୀ ବାଗଙ୍କୁ ପଚାରିବାରେ ଏ ସମ୍ବନ୍ଧରେ ଅବଗତ ନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?