୫ ସନ୍ତାନର ମା’ ହେବାକୁୁ ଚାହୁଁଥିଲେ ଭାଇଜାନଙ୍କ ଏହି ପ୍ରେମିକା: ଏବେ କହିଲେ ‘ତାଙ୍କୁ ପ୍ରେମିକ ଭାବେ ପାଇ ଖୁସି ଥିଲି’

ସଲମାନ ଖାନ ଏବଂ ପାକିସ୍ତାନର ସୋମି ଅଲ୍ଲୀଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ସଲମାନ ଏବଂ ସୋମି ପରସ୍ପରକୁ ଆଠ ବର୍ଷ ପାଇଁ ଡେଟ କରିଥିଲେ। ତେବେ ଏକ ସାକ୍ଷାତକାରରେ ସୋମି କହିଥିଲେ ସଲମାନ୍‌ ତାଙ୍କୁ ଚିଟ୍‌ କରିବା ପରେ ସମ୍ପର୍କ ଭାଙ୍ଗି ଯାଇଥିଲା। ସୋମି ୧୬ ବର୍ଷ ବୟସରେ ମୁମ୍ବାଇ ଆସିଥିଲେ ଏବଂ ବଲିଉଡରେ କ୍ୟାରିୟର କରିଥିଲେ। ସେ ସଲମାନ ଖାନଙ୍କୁ ତାଙ୍କ ପ୍ରେମିକ ଭାବରେ ପାଇ ଖୁସିଥିଲେ। କିନ୍ତୁ ସେମାନଙ୍କର ସମ୍ପର୍କ ୧୯୯୯ ରେ ଭାଙ୍ଗି ଯାଇଥିଲା।

ନିକଟରେ ଏକ ସାକ୍ଷାତକାରରେ ସୋମି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି। ସଲମାନଙ୍କ ସହ ତାଙ୍କର ସମ୍ପର୍କ ବର୍ତ୍ତମାନ ଅଛିକି ନାହିଁ ଏହାର ଉତ୍ତରରେ ସୋମି କହିଛନ୍ତି, ‘ମୁଁ ଗତ ପାଞ୍ଚ ବର୍ଷ ଧରି ତାଙ୍କ ସହ ସମ୍ପର୍କ ରଖି ନାହିଁ। ମୁଁ ବିଶ୍ୱାସ କରେ ଜୀବନରେ ଆଗକୁ ବଢ଼ିବା ଭଲା। ମୁଁ ମୋ ଜୀବନରେ ଅଗ୍ରଗତି କରିଛି ଏବଂ ମୁଁ ଭାବୁଛି ସଲମାନ ମଧ୍ୟ ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି। ୧୯୯୯ରେ ମୋର ବିଦାୟ ପରେ ତାଙ୍କ ଜୀବନରେ କେତେ ଗର୍ଲଫ୍ରେଣ୍ଡ ଆସିଛନ୍ତି ମୁଁ ଜାଣେ ନାହିଁ, ମୁଁ ତାଙ୍କୁ ଶୁଭକାମନା ଜଣାଉଛ। ସୋମି ଏବଂ ସଲମାନ ଖାନଙ୍କ ସମ୍ପର୍କ ଫିଲ୍ମ ‘ବୁଲନ୍ଦ’ ଶୁଟିଂସେଟରୁ ଆରମ୍ଭ ହୋଇଥିଲା।

ସୋମି ଅଲି କହିଛନ୍ତି ଯେ ସଲମାନଙ୍କ ସହ ସମ୍ପର୍କ ନହେବା ତାଙ୍କ ସ୍ବାସ୍ଥ୍ୟ ପାଇଁ ଭଲ। ସେ କହିଛନ୍ତି, ମୁଁ ଜାଣେ ସଲମାନ ନିଜ ଏନଜିଓରେ କାମ କରନ୍ତି ଏବଂ ମୁଁ ଏଥିପାଇଁ ଗର୍ବିତ। କିନ୍ତୁ ମାନସିକ ସ୍ତରରେ ତାଙ୍କ ସହ ସମ୍ପର୍କ ନହେବା ମୋ ସ୍ବାସ୍ଥ୍ୟ ପାଇଁ ଭଲ ଅଟେ ।

ସଲମାନଙ୍କୁ ପ୍ରକୃତରେ ପ୍ରେମ କରୁଥିବା ଅଭିନେତ୍ରୀ ସୋମି ୪୫ ବର୍ଷ ବୟସ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଅବିବାହିତ ଅଛନ୍ତି। କିଛି ବର୍ଷ ପୂର୍ବେ ସୋମି ଏକ ବାର୍ତ୍ତାଳାପରେ କହିଥିଲେ, ‘ମୁଁ ଭାରତରେ ବିବାହ କରିବାକୁ ଚାହୁଁଥିଲି ଏବଂ ପାଞ୍ଚଟି ସନ୍ତାନର ମା’ ହେବାକୁ ଚାହୁଁଥିଲି। କିନ୍ତୁ ବର୍ତ୍ତମାନ ମୋର ବୟସ ୪୦ ତେଣୁ ମୁଁ ପିଲା ଜନ୍ମ ଦେବାକୁ ଚାହୁଁ ନାହିଁ । ଯଦି ମୁଁ ମୋର ଚିନ୍ତାଧାରା ଭଳି ଜଣେ ବ୍ୟକ୍ତିଙ୍କୁ ପାଏ, ମୁଁ ନିଶ୍ଚିତ ଭାବରେ ତାଙ୍କ ସହିତ ଏକ ନୂତନ ସମ୍ପର୍କ ଆରମ୍ଭ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri