ଆସିଲାଣି ଭୋଟ୍‌ ବେଳ

ଭୋଟ୍‌ ବେଳ ଆସିଲାଣି। ସବୁ ନେତା, କର୍ମୀ ଚଳଚଞ୍ଚଳ ହେଲେଣି। ରାଜଧାନୀର ନେତାଗଣ ଏବେ ଗଁାମୁହଁା। ଖବରକାଗଜମାନଙ୍କରେ ପୂର୍ବ ସରକାରର ପାରିବାପଣିଆର ଘନ ଘନ ବିଜ୍ଞାପନ ପ୍ରକାଶ ପାଇଲାଣି। ବିରୋଧୀ ଦଳରେ ଥିବା ନେତା ମଧ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଉପରେ ବାର୍‌ ବାର୍‌ ଆଲୋଚନା କଲେଣି। ଗଁାରେ ସବୁ ଦଳର କର୍ମୀ ବୁଢ଼ୀବୁଢ଼ା ଯେଉଁମାନଙ୍କର ଭତ୍ତା ହୋଇନାହିଁ, ସେମାନଙ୍କଠାରୁ ପର୍‌ଚିରେ ଟିପଚିହ୍ନ ନେଉଛନ୍ତି, ତାଙ୍କ ଦଳ ଆସିଲେ ନିଶ୍ଚୟ ହେବାର ଆଶ୍ୱାସନା ଦେଲେଣି। ଯାହାର ଆବାସ ହୋଇନାହିଁ, ତାକୁ ସଭିଏଁ ଆଶ୍ୱାସନା ଦେଉଛନ୍ତି ଆଗିଲାକୁ ହେବ ନିଶ୍ଚିତ।
ଗଁା ମୁଣ୍ଡରେ, ଛକ ବଜାରରେ ସନ୍ଧ୍ୟାବେଳ ମେଳି ବଢ଼ିଲାଣି। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କଥାର ଆଲୋଚନା ବେଶ୍‌ ବଢ଼ିଗଲାଣି, ଶୁଣିଲେ ଆମୋଦ ଲାଗୁଛି ମଧ୍ୟ। କିଛି ଶିକ୍ଷିତ ଯୁବକ ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି ହିସାବ କରି। ଲୋକଗୁଡ଼ାକ ବୁଝୁନାହାନ୍ତି, ପାଞ୍ଚଶ ଟଙ୍କା ନେଇ ଭୋଟ୍‌ ଦେଉଛନ୍ତି। ଆହା ପାଞ୍ଚବର୍ଷ ପାଇଁ ପାଞ୍ଚଶ ଟଙ୍କା। ଦିନକୁ ପଡ଼ିଲା ସତେଇଶ ପଇସା।
ଭୋଟ୍‌ ବେଳ ଯେହେତୁ ଆସୁଛି, ସବୁ ରାଜନୈତିକ ଦଳର ମିଶ୍ରଣ ପର୍ବ ପ୍ରତିଦିନ ଅନୁଷ୍ଠିତ ହେଉଛି। ଏପରି ହେଉଛି, ଅନେକ କର୍ମୀଙ୍କ ମୁହଁ ଏକାଧିକ ରାଜନୈତିକ ଦଳର ମିଶ୍ରଣ ପର୍ବରେ ଦେଖିବାକୁ ମିଳୁଛି। ମିଶ୍ରଣ ପର୍ବ ବି ପ୍ରାୟୋଜିତ ହୋଇଗଲାଣି। ସବୁ ରାଜନୈତିକ ଦଳର ସାମାଜିକ ଗଣମାଧ୍ୟମ ଅତ୍ୟଧିକ କର୍ମତପତ୍ର ହୋଇଉଠିଲାଣି। ଅନେକ ସୁପ୍ତ ଅନୁଷ୍ଠାନର ପଦପଦବୀରେ ଥିବା ମଣିଷ ମୁହଁ ଦେଖାଇଲେଣି। କେହି କେହି କହୁଛନ୍ତି, ସବୁ ଭୋଟ୍‌ର କମାଲ୍‌।
ରାଜନୈତିକ ନେତାଗଣ ନିଜ ନିଜ ରାଜନୈତିକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗଦେଉଛନ୍ତି, କାଳେ ନିର୍ବାଚନୀ ଟିକଟ ନିଜ ଦଳରୁ ନ ମିଳିବା ଆଶଙ୍କାରୁ। କିନ୍ତୁ ସଫେଇ ଦେଉଛନ୍ତି, ନିର୍ବାଚନମଣ୍ଡଳୀର ସ୍ବାର୍ଥ କଥା କହି ଅବା କର୍ମୀ କୁଆଡ଼େ ଚାହୁଁଛନ୍ତି, ସେ ଅମୂକ ଦଳକୁ ଯାଆନ୍ତୁ ବୋଲି। କେହି କେହି ନେତା ଯେଉଁ ଦଳକୁ ସମାଲୋଚନା କରୁଥିଲେ, ସେହି ଦଳର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କଲେଣି। ଲୋକଙ୍କ ପ୍ରଶ୍ନର ଉତ୍ତରରେ କହୁଛନ୍ତି, ରାଜନୀତିରେ କେହି ଶତ୍ରୁ ନୁହନ୍ତି କି କେହି ମିତ୍ର ନୁହନ୍ତି ବୋଲି।
କେହି କେହି ରାଜନେତା ଧର୍ମକୁ, ଜାତିକୁ, ଆଞ୍ଚଳିକତାକୁ ଆୟୁଧ କଲେଣି ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ। ସେହି ଅନୁସାରେ ପାଗ ଭିଡ଼ିଲେଣି। ଆଉ କେହି କେହି ବନ୍ଧୁମିଳନ ଆରମ୍ଭ କଲେଣି ତ କେହି ସମ୍ପର୍କ ସଭା ଆରମ୍ଭ କଲେଣି ନିଜର ପରିଚିତି, ନିଜର ଦାମ୍ଭିକତା ଜାହିର କରିବା ପାଇଁ। କେହି କେହି ମୁଖିଆ କର୍ମୀ ନେତାଙ୍କୁ ଦେଖିଲେ, ବିରୁଦ୍ଧରେ ବିଷୋଦ୍‌ଗାର କରୁଛନ୍ତି। ଏହା ମାଧ୍ୟମରେ ନେତାଙ୍କ ନିକଟତର ହେବେ, ତା’ ବଦଳରେ ପକେଟ୍‌ ଗରମ କରିବେ।
ନରିଆ ଜେଜ ଭାରି ହସମୁଖୁରା। ସୂର୍ଯ୍ୟ ବୁଡ଼ିଲେ ବେତାରୁ କୁର୍ତ୍ତା ବାହାର କରି, ତାକୁ ପିନ୍ଧି ଛକଆଡ଼େ ଯିବା ଆରମ୍ଭ କଲେଣି। ମାଧିଆ ଭାଇ ଚା’ ଦୋକାନରେ ଚା’ ଟିକେ ପିଇ, ସେ ଯେଉଁ ରାଜନୀତି କଥା ଆଲୋଚନା କରୁଛନ୍ତି, ତାକୁ ଶୁଣିବାକୁ ଅନେକେ ଆଗ୍ରହ ପ୍ରକାଶ କରୁଛନ୍ତି। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଲୋଚନା। ତାହା ପୁଣି ଖଣ୍ଡି ତଥ୍ୟଆଧରିତ। ଭାରି କୌତୁକିଆ। କେହି କେହି ମୁରୁକାହସା ମାରୁଛନ୍ତି। ସେ ରାଜନୀତିର ଧାର ଧାରନ୍ତି ନାହିଁ। ବିଚରା ଭାରି ଭଲ ଲୋକ। କାହାଠାରୁ ପଇସାଟିଏ ନିଏ ନାହିଁ। ଏଇଟା ତାଙ୍କର ଗୋଟେ ଖୁସି ଆଉ।
ଯୁବଗୋଷ୍ଠୀ ଦଳ ଦଳ ହୋଇଗଲେଣି ଅଦୃଶ୍ୟ ଚାପର ଆଧାରରେ। ହାତରେ ଥିବା ମୋବାଇଲରୁ ଅନେକ ତଥ୍ୟ ପାଉଛନ୍ତି। ରାଜନୀତି କଥା କଟାକଟିରେ ସମସ୍ତେ ଗୋଟେ ଗୋଟେ ବିଶେଷଜ୍ଞ ବୋଲି ଜଣାପଡ଼ୁଛନ୍ତି। ଗଁାର ସ୍ତ୍ରୀଲୋକଙ୍କ ମଧ୍ୟରେ ରାଜନୈତିକ ଆଲୋଚନା କିଛି କିଛି ଆରମ୍ଭ ହେଲାଣି। ସେମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମ ଯୋଗୁ ବାର୍‌ ବାର୍‌ ଏକାଠି ହେବା, ବାର୍‌ ବାର୍‌ ବ୍ୟାଙ୍କ ଯାଇ, ବ୍ଲକ୍‌ ଅଫିସ୍‌ ଯାଇ, ସେମାନଙ୍କ ମଧ୍ୟରେ କିଛି ଜାଗୃତି ସୃଷ୍ଟି ହେଲାଣି। ସେମାନଙ୍କ ଆଲୋଚନା ଆହୁରି ଆମୋଦଦାୟକ ହେଉଛି।
ଦେଶର ମୁଖ୍ୟ ନିର୍ବାଚନ କମିଶନର ପ୍ରାକ୍‌ ପ୍ରସ୍ତୁତିରେ ଭୁବନେଶ୍ୱର ଆସି ଘୋଷଣା କଲେଣି ନିର୍ବାଚନରେ କୋଣସି ନିର୍ଦ୍ଦିଷ୍ଟ ଦଳକୁ ସୁହାଇବା ଭଳି କୌଣସି ପକ୍ଷପାତ ନିଷ୍ପତ୍ତି ପ୍ରଶାସନ ନେଇପାରିବ ନାହିଁ। ସେଇଟି ହିଁ ଭାରତର ବୃହତ୍‌ ଗଣତନ୍ତ୍ରର ମୂଳମନ୍ତ୍ର। ତିନି ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଥିବା ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ମଧ୍ୟ ହେଲାଣି।
ସାମ୍ବାଦିକ ଭାଇମାନଙ୍କ ଧାଁଦଉଡ଼ ଆରମ୍ଭ ହୋଇଗଲାଣି। ମୋବାଇଲ ଖବର ଚ୍ୟାନେଲ ସାମ୍ବାଦିକ ଭାଇମାନଙ୍କ ସଂଖ୍ୟା ଟିକେ ଅଧିକ। ସେମାନେ ଯଦିଓ କିଛି ବି ପ୍ରାପ୍ୟ ପାଆନ୍ତିନି କିନ୍ତୁ ତାଙ୍କ ମାର୍ଫତ୍‌ ଖବର ବାଜିଲେ, ସେମାନେ ଟିକେ ଖୁସି ହୁଅନ୍ତି। ସେମାନଙ୍କ ଯୋଗୁ ବି ଅନେକ ଖବର ପ୍ରସାରିତ ହୋଇପାରୁଛି। ପ୍ରଶାସନର ନଜର ପଡ଼ୁଛି। ସଭିଙ୍କ ହାତରେ ମୋବାଇଲ ଯୋଗୁ, ରାଜନେତାଙ୍କ ଆଗ୍ରହ ବି ବଢ଼ୁଛି, ନିଜ ବିଷୟରେ ପ୍ରଚାରସବୁ ଏଇମାନଙ୍କ ମାଧ୍ୟମରେ।
ଆମେ ସ୍ବାଧୀନତା ପାଇଲେଣି ଅନେକ ଯୁଗ ହେଲାଣି। ରାଜନୈତିକ ଅଧିକାର ବୋଇଲେ, ଭୋଟ ଦେବା ଅଧିକାର ଖାଲି। ଆମର ରାଜନୈତିକ ସାକ୍ଷରତା କମ୍‌। ଆମେ ବୁଝିପାରୁନା ଭୋଟ ଗଣିତର ହିସାବ। ସାଧାରଣ ଜନତା ଧର୍ମୀୟ, ଜାତି ଭିତ୍ତିକ, ଆଞ୍ଚଳିକବାଦ୍‌ର ପଶାପାଲିରେ ରାଜନେତାଙ୍କ ଦ୍ୱାରା ଛନ୍ଦି ହୋଇଗଲେ ଅନେକ କ୍ଷତି ଘଟିଥାଏ। ଏଥିପ୍ରତି ସଜାଗ ହେବା ଜରୁରୀ। ବିକାଶ ପାଇଁ ସ୍ବର ଉଠାଉଥିବା ନେତାଙ୍କୁ ହିଁ ବାଛିବାରେ ଗଣତନ୍ତ୍ର ସୁଦୃଢ଼ ହେବ। ସଚେତନ ନାଗରିକ ହିଁ ଦେଶର ଅସଲ ଶକ୍ତି। ସଚେତନ ଭୋଟର ହିଁ ଗଣତନ୍ତ୍ରକୁ ସୁଦୃଢ଼ କରିଥାନ୍ତ।

– ଗଣେଶ୍ୱର ନାୟକ
ଗୋଗଳ, କାଏମା, ଯାଜପୁର
ମୋ: ୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?