ଦୀପକଙ୍କ ଘର ସମେତ ବହୁ ସ୍ଥାନରେ ଇଡି ଚଢ଼ାଉ

ବଡ଼ବିଲ(ଦେବପ୍ରିୟ ରଣା)/ ଯୋଡ଼ା (ମାନସ ରଞ୍ଜନ ମହାନ୍ତି)/ ରାଉରକେଲା, (ସଙ୍ଗୀତା ଜେନା)/ ଭୁବନେଶ୍ୱର, ୨।୩(ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ୧୮ଶହ କୋଟିର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ସକ୍ରିୟ ହୋଇଉଠିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଏବଂ ତାଙ୍କ ସହଯୋଗୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ଦୀପକଙ୍କ କେନ୍ଦୁଝର ଜିଲା ବଡ଼ବିଲ ବସ୍ତିସ୍ଥିତ ବାସଭବନ ଏବଂ ଧୋବି ହଟିଂସ୍ଥିତ କାର୍ଯ୍ୟାଳୟ (ଇସ୍ପାତ ଭବନ)ରେ ଯାଞ୍ଚ ଚାଲିଛି। ଏଥିସହ ଦୀପକଙ୍କ କୋଲକାତାସ୍ଥିତ ବାସଭବନ, ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମ୍ବୱାଲାଙ୍କ ଭୁବନେଶ୍ୱର ଓ ରାଉରକେଲାସ୍ଥିତ ବାସଭବନ, ଅଫିସ ଓ ଗୋଦାମରେ ମଧ୍ୟ ଯାଞ୍ଚ ଜାରି ରହିଥିବା ଜଣାପଡିଛି। କେନ୍ଦ୍ରୀୟ ସୁରକ୍ଷା ବଳ ସହାୟତାରେ ଏହି ଯାଞ୍ଚ ଚାଲିଥିବାବେଳେ ଏନେଇ ଇଡି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ। ତେବେ ରିପୋର୍ଟ ଲେଖାହେବା ବେଳକୁ ଇଡି ଟିମ୍‌ ବହୁ କାଗଜପତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ଦୀପକ ଏହି ମାମଲାରେ ସର୍ତ୍ତମୂଳକ ଜାମିନରେ ରହିଛନ୍ତି। ଲିଜ୍‌ଧାରୀ ଦୀପକ ଅନ୍ୟମାନଙ୍କ ସହଯୋଗରେ ୨୦୦୩ରୁ ୨୦୧୦ ମଧ୍ୟରେ ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଉଲିବୁରୁ ଖଣିରୁ ପ୍ରାୟ ୪୫.୨୨ ଲକ୍ଷ ମେଟ୍ରିକ ଟନ୍‌ ଲୁହାପଥର ବେଆଇନ ଭାବେ କାରବାର କରି ୮୯୩.୬୭କୋଟି ଟଙ୍କା ଲାଭ କରିଥିଲେ। ୨୦୧୩ରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହେବା ପରେ ଏହି ମହାଦୁର୍ନୀତି ପଦାକୁ ଆସିଥିଲା। ଏହି ମାମଲାରେ ଦୀପକଙ୍କୁ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ୨୦୧୩ ସେପ୍ଚେମ୍ବର ୫ରେ ଗିରଫ କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ପରେ ଏହି ଲିଙ୍କ୍‌ରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଗିରଫ ହୋଇଥିଲେ। ଭିଜିଲାନ୍ସ ଏନେଇ ତଦନ୍ତ ସାରି କେନ୍ଦୁଝର ସ୍ବତନ୍ତ୍ର କୋର୍ଟରେ ଦୀପକଙ୍କ ସମେତ ଅନ୍ୟ ୨୩ଜଣଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହି ଖଣି ଖନନ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ହୋଇଥିବା ଭିଜିଲାନ୍ସ ଚାର୍ଜସିଟ୍‌ରେ ଦର୍ଶାଇଥିଲା। ଏହାକୁ ଆଧାର କରି ଇଡି ବେଆଇନ ଅର୍ଥ କାରବାରକୁ ନେଇ ୨୦୧୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଓ ତାଙ୍କ ସହଯୋଗୀ ସତ୍ୟବ୍ରତ ରାଉତଙ୍କୁ ୨୦୧୪ ଜୁଲାଇରେ ଇଡି ରିମାଣ୍ଡରେ ନେଇ ମଧ୍ୟ ପଚରାଉଚରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri