Posted inଫୁରସତ

ଆମ ସମ୍ବିଧାନ କଥା

ଭାରତ ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତାନ୍ତ୍ରିକ ରାଷ୍ଟ୍ର ଭାରତୀୟ ସମ୍ବିଧାନ ଦ୍ୱାରା ଶାସିତ। ଯେଉଁ ସମ୍ବିଧାନ ପୃଥିବୀର ସବୁଠାରୁ ଲମ୍ବା ହସ୍ତଲିଖିତ ସମ୍ବିଧାନ। ଏହାକୁ ପୃଥିବୀର ସର୍ବୋତ୍ତମ ସମ୍ବିଧାନ ଭାବେ ମଧ୍ୟ ଗଣନା କରାଯାଏ। ୨୬ ଜାନୁୟାରୀ ୧୯୫୦ ମସିହାରେ ଏହି ସମ୍ବିଧାନ ଲାଗୁ ହୋଇଥିଲା। ଆଉ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ। ସେହି ମହାନ ସମ୍ବିଧାନ ସମ୍ପର୍କରେ କିଛି ଜାଣିନେବା –

୬, ୧୯୪୬ରେ ସମ୍ବିଧାନ ସଭା ଗଠନ ହୋଇଥିଲା। ଏହାର ୩ ଦିନ ପରେ ୯ ଡିସେମ୍ବରରେ କନ୍‌ଷ୍ଟିଚ୍ୟୁଶନ୍‌ ହଲ୍‌ (ବର୍ତ୍ତମାନର ପାର୍ଲାମେଣ୍ଟ ହାଉସ୍‌ର ସେଣ୍ଟ୍ରାଲ ହଲ୍‌)ରେ ଏହାର ପ୍ରଥମ ବୈଠକ ବସିଥିଲା। ସଚ୍ଚିଦାନନ୍ଦ ସିହ୍ନା ହୋଇଥିଲେ ଏହାର ଅଧ୍ୟକ୍ଷ(ଅସ୍ଥାୟୀ)। ୧୧ ଡିସେମ୍ବରରେ ରାଜେନ୍ଦ୍ର ପ୍ରସାଦଙ୍କୁ ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଥିଲା।

ଅଗଷ୍ଟ ୧୯୪୭ରେ ଡ୍ରାଫ୍ଟିଂ କମିଟି ବି.ଆର୍‌.ଆମ୍ବେଡକରଙ୍କୁ ଏହାର ଚେୟାରମ୍ୟାନ ନିଯୁକ୍ତ କରିଥିଲେ। ଆମ୍ବେଡକରଙ୍କୁ ଭାରତୀୟ ସମ୍ବିଧାନର ପ୍ରଧାନ ବାସ୍ତୁକାର ବା ନିର୍ମାତା ବୋଲି କୁହାଯାଏ।

ସଭାର ମୋଟ ୧୧ଟି ସେସନ୍‌ର ବୈଠକ ହୋଇଥିଲା। ସମ୍ବିଧାନ ସଭାର ୧୧ତମ ସେସନ୍‌ ୧୪-୨୬ ନଭେମ୍ବର ୧୯୪୯ ମଧ୍ୟରେ ହୋଇଥିଲା।

ନଭେମ୍ବର ୧୯୪୯ରେ ସମ୍ବିଧାନର ଫାଇନାଲ ଡ୍ରାଫ୍ଟ ତିଆରି ଚୂଡାନ୍ତ ହୋଇଥିଲା। ଆଉ ଭାରତୀୟ ସମ୍ବିଧାନ ପାସ୍‌ ହେଲା।
ଜାନୁୟାରୀ ୧୯୫୦ରେ ସମ୍ବିଧାନ ସଭାର ୨୮୪ ଜଣ ସଦସ୍ୟ ଭାରତୀୟ ସମ୍ବିଧାନକୁ ସମ୍ବିଧାନ ଭବନ(ସଂସଦର କେନ୍ଦ୍ରୀୟ କକ୍ଷ)ରେ ହସ୍ତାକ୍ଷର କରିଥିଲେ। ଏଥିରେ ୧୫ ଜଣ ମହିଳା ସାମିଲ ଥିଲେ।

ଜାନୁୟାରୀ ୧୯୫୦ରେ ଆମ ସମ୍ବିଧାନ ଲାଗୁ ହେଲା। ଆଉ ଏହି ଦିନକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଗଲା। ସମ୍ବିଧାନର ପୂରା ପ୍ରକ୍ରିୟା ଶେଷ ହେବା ତଥା ସମ୍ବିଧାନ ପୂର୍ଣ୍ଣ ରୂପରେ ତିଆରି ହେବାକୁ ୨ ବର୍ଷ ୧୧ ମାସ, ୧୮ ଦିନ ସମୟ ଲାଗିଥିଲା।

ଜାନୁୟାରୀ ୧୯୫୦ରେ ଭାରତ ଗଣରାଜ୍ୟ ରାଷ୍ଟ୍ରରେ ପରିଣତ ହେବା ସହ ଭାରତର ଜାତୀୟ ପ୍ରତୀକଭାବେ ଅଶୋକଙ୍କ ରାଜଧାନୀ ସାରନାଥର ସିଂହ ସ୍ତମ୍ଭକୁ ଗ୍ରହଣ କରାଗଲା।

ନିର୍ମାତାମାନେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଦେଶର ସମ୍ବିଧାନକୁ ଅବଲୋକନ କରି, ସେହି ସବୁ ସମ୍ବିଧାନର ଯେଉଁ ଯେଉଁ ବ୍ୟବସ୍ଥା ଭାରତ ପାଇଁ ସର୍ବଶ୍ରେଷ୍ଠ ମନେ କରିଥିଲେ ତାକୁ ଭାରତୀୟ ସମ୍ବିଧାନରେ ସାମିଲ କରିଥିଲେ।

ପ୍ରଥମ ଡ୍ରାଫ୍ଟ ତିଆରି ଓ ଏହାକୁ ନେଇ ଡିବେଟ୍‌ ଓ ଡିସ୍‌କସନ୍‌ ପାଇଁ ଉପସ୍ଥାପନା କରିବା ଭିତରେ ଡ୍ରାଫ୍ଟରେ ୨୦୦୦ ସଂଶୋଧନ ହୋଇ ଚୂଡାନ୍ତ ରୂପ ପାଇଥିଲା।ତିଆରିରେ ୬.୪ ମିଲିୟନ ଟଙ୍କା ଖର୍ଚ୍ଚ ହୋଇଥିଲା।

ସମ୍ବିଧାନ ହେଉଛି ପୃଥିବୀର ସବୁଠାରୁ ଲମ୍ବା ହସ୍ତଲିଖିତ ସମ୍ବିଧାନ। ଏଥିରେ ଏକ ପ୍ରିଏମ୍ବଲ ଅଛି । ଏହା ୨୫ ଭାଗରେ ବିଭକ୍ତ ହେବା ସହ ଏଥିରେ ୪୭୦ ଆର୍ଟିକଲ, ୧୨ଟି ସିଡ୍ୟୁଲ, ୫ ଆପେନଡାଇସେସ୍‌ ଅଛି।

ମୂଳ କପିକୁ ପ୍ରିଣ୍ଟ କିମ୍ବା ଟାଇପ୍‌ କରାଯାଇନାହିଁ। ଏହାର ଉଭୟ ହିନ୍ଦୀ ଓ ଇଂଲିଶ ଭାଷାର ସଂସ୍କରଣ ହସ୍ତଲିଖିତ । ଆଉ ଏହାକୁ ଲେଖିଥିବା ବ୍ୟକ୍ତି ହେଉଛନ୍ତି ପ୍ରେମ ବିହାରୀ ନାରାୟଣ ରାୟଜାଦା। ସେ ସମ୍ବିଧାନକୁ ଖୁବ୍‌ ସୁନ୍ଦରଭାବେ ଇଟାଲିକ୍‌ ଶୈଳୀରେ ଲେଖିଛନ୍ତି। ତାଙ୍କ ଅକ୍ଷର ଏତେ ସୁନ୍ଦର ଯେ, ଲାଗେ ସତେଯେମିତି ପ୍ରିଣ୍ଟ ହୋଇଛି। ଲେଖିବା ପରେ ପ୍ରତି ପୃଷ୍ଠାକୁ ଶାନ୍ତିନିକେତନର କଳାକାରମାନେ ସୁନ୍ଦର ଚିତ୍ର କରି ସଜାଇଥିଲେ। ଏହି କଳାକାରଙ୍କ ମଧ୍ୟରେ ରାମ ମନୋହର ସିହ୍ନା ଓ ନନ୍ଦଲାଲ ବୋଷ ଅନ୍ୟତମ।

ହିନ୍ଦୀ ଓ ଇଂରାଜୀ ଭାଷାରେ ଲିଖିତ ସମ୍ବିଧାନର ଓରିଜିନାଲ କପି ପାର୍ଲାମେଣ୍ଟର ଲାଇବ୍ରେରିରେ ହିଲିୟମ୍‌ ଗ୍ୟାସ୍‌ ଥିବା ବାକ୍ସ ଭିତରେ ରଖାଯାଇଛି। ଯେମିତିକି ଏହା ଦୀର୍ଘଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ।

ସମ୍ବିଧାନକୁ ଅନେକ ସମୟରେ ‘ଉଧାରର ଥଳି’ ବା ‘ବ୍ୟାଗ ଅଫ୍‌ ବରୋଇଙ୍ଗସ୍‌’ ବୋଲି କୁହାଯାଏ। କାରଣ ବିଭିନ୍ନ ଦେଶର ସମ୍ବିଧାନରୁ ଯେଉଁସବୁ ବ୍ୟବସ୍ଥା ଭାରତ ପାଇଁ ଉପଯୁକ୍ତ ମନେ କରାଗଲା ତାକୁ ଭାରତୀୟ ସମ୍ବିଧାନରେ ସାମିଲ କରାଯାଇଥିଲା। ତେବେ ଆମ ସମ୍ବିଧାନକୁ ଅନ୍ୟ ସମ୍ବିଧାନର କେବଳ କପି ବୋଲି କହି ହେବ ନାହିଁ, ଏହା ତା’ଠାରୁ ବହୁ ଊର୍ଦ୍ଧ୍ୱରେ।

ସମ୍ବିଧାନରେ ବର୍ଣ୍ଣିତ ସ୍ବତନ୍ତ୍ରତା, ସମାନତା ଓ ଭ୍ରାତୃତ୍ୱର ଆଦର୍ଶ ଫ୍ରାନ୍ସ ସମ୍ବିଧାନରୁ ଗୃହୀତ। ଆହୁରି ଅନେକ ଦେଶ ମଧ୍ୟ ଫ୍ରାନ୍ସର ସ୍ଲୋଗାନ- ‘ଲିବର୍ଟି, ଇକ୍ୱାଲିଟି ଆଣ୍ଡ ଫ୍ରାଟରନିଟି’ର ଆଦର୍ଶକୁ ଗ୍ରହଣ କରିଛନ୍ତି।

ଭାରତୀୟ ସମ୍ବିଧାନରେ ଥିବା ୫ ବାର୍ଷିକ ଯୋଜନା ୟୁନିୟନ ଅଫ୍‌ ସୋଭିଏତ୍‌ ସୋସିଆଲିଷ୍ଟ ରିପବ୍ଲିକ୍‌ସରୁ ଉଧାର ଅଣାଯାଇଛି।

ସର୍ବୋଚ୍ଚ ନ୍ୟାୟାଳୟକୁ ନିୟନ୍ତ୍ରଣ କରୁଥିବା ଆଇନକୁ ଜାପାନ ସମ୍ବିଧାନରୁ ଗ୍ରହଣ କରାଯାଇଛି।
ପ୍ରିନ୍ସିପଲ୍‌ସ(ସୋସିଓ ଇକୋନୋମିକ୍‌ ରାଇଟ୍‌ସ) ଆୟର୍ଲାଣ୍ଡରୁ ଆସିଛି।

ପରିସ୍ଥିତିରେ ଫଣ୍ଡାମେଣ୍ଟାଲ ରାଇଟ୍ସ ବା ମୌଳିକ ଅଧିକାରର ସ୍ଥଗିତକରଣ ବ୍ୟବସ୍ଥା ଜର୍ମାନୀର ଓ୍ବେଇମାର୍‌ ସମ୍ବିଧାନରୁ ଗୃହୀତ।
ଆମ ସମ୍ବିଧାନରେ ଦିଆଯାଇଥିବା ଫଣ୍ଡାମେଣ୍ଟାଲ ରାଇଟ୍ସ ବା ମୌଳିକ ଅଧିକାର ଆମେରିକା ସମ୍ବିଧାନରୁ ଆସିଛି। ଭାରତୀୟ ସମ୍ବିଧାନରେ ୬ଟି ମୌଳିକ ଅଧିକାରକୁ ସମସ୍ତ ନାଗରିକଙ୍କ ପ୍ରମୁଖ ମାନବ ଅଧିକାରଭାବେ ମାନ୍ୟତା ମିଳିଛି।

ପ୍ରାରମ୍ଭିକ ସମୟରେ ‘ରାଇଟ୍‌ ଟୁ ପ୍ରପର୍ଟି’ ମଧ୍ୟ ଏକ ମୌଳିକ ଅଧିକାର ଥିଲା। ଆର୍ଟିକଲ ୩୧ ଅନୁଯାୟୀ- ‘ନୋ ପର୍ସନ ସାଲ୍‌ ବି ଡିପ୍ରାଇଭ୍‌ଡ ଅଫ୍‌ ହିଜ୍‌ ପ୍ରପର୍ଟି ସେଭ୍‌ ବାୟ ଅଥୋରିଟି ଅଫ୍‌ ଲ’। ତେବେ ୧୯୭୮, ୪୪ତମ ସଂଶୋଧନରେ ଏହାକୁ ମୌଳିକ ଅଧିକାର ତାଲିକାରୁ ବାଦ୍‌ ଦିଆଗଲା।

ସମ୍ବିଧାନର ପ୍ରିଏମ୍ବଲ୍‌ରୁ ଭାରତୀୟ ସମ୍ବିଧାନର ପ୍ରିଏମ୍ବଲ ଅନୁପ୍ରେରିତ ହୋଇଛି, ଯାହାର ଏକ ପ୍ରମାଣ ହେଉଛି ଯେ, ଉଭୟ ଦେଶର ପ୍ରିଏମ୍ବଲ ‘ଉଇ ଦି ପିପୁଲ’ରୁ ଆରମ୍ଭ ହୋଇଛି।

ସମ୍ବିଧାନ କାର୍ଯ୍ୟକାରୀ ହେବାଠାରୁ ୨୦୧୯ ଜାନୁୟାରୀ ୧୪ ତାରିଖ ମଧ୍ୟରେ ଭାରତୀୟ ସମ୍ବିଧାନରେ ୧୦୪ ଥର ସଂଶୋଧନ ହୋଇସାରିଲାଣି। ସେଥିପାଇଁ ଭାରତୀୟ ସମ୍ବିଧାନକୁ ଏକ ସର୍ବୋତ୍ତମ ସମ୍ବିଧାନ ଭାବେ ଗଣନା କରାଯାଏ।
-ଶିବାନୀ

 


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?