ଟ୍ରାଇ କଲର୍‌ ଫ୍ୟାଶନ

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଖାସ୍‌ ଲୁକ୍‌ ପାଇବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ଜାତୀୟ ପତାକାର ରଙ୍ଗ ସହ ମ୍ୟାଚ୍‌ କଲା ଭଳି ଟ୍ରାଇ କଲର୍‌ ଥିମ୍‌ର ଆଉଟ୍‌ଫିଟ୍‌ ହେଉ ଅବା ଆସେସରିଜ୍‌କୁ ଟ୍ରାଏ କରିବା ସବୁଠୁ ଭଲ ଅପ୍ସନ। ତା’ଛଡ଼ା ମେକ୍‌ଅପ୍‌ରେ ବି ଆପଣ ଚାହିଁଲେ ଟ୍ରାଇ କଲର୍‌ ଥିମ୍‌କୁ କିଛିଟା ଆପଣେଇ ପାରିବେ…

ଶାଢ଼ି: ଆଜିକାଲି ମାର୍କେଟ୍‌ରେ ଟ୍ରାଇ୍‌କଲର୍‌ ଥିମ୍‌ ଥିବା ଭିନ୍ନ ଭିନ୍ନ ଫ୍ୟାବ୍ରିକ୍‌ର ଶାଢି ଉପଲବ୍ଧ ହେଲାଣି। ଆପଣ ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ଫ୍ୟାବ୍ରିକ୍‌ର ଟ୍ରାଇ କଲର୍‌ ଶାଢି ପିନ୍ଧି ଏହିଦିନ ଖାସ୍‌ ଲୁକ୍‌ ପାଇପାରିବେ।

ଦୁପଟ୍ଟା: ଯେଉଁମାନଙ୍କର ସାଲଓ୍ବାର ପିନ୍ଧିବା ପସନ୍ଦ, ସେମାନେ ଚାହିଁଲେ ଏହିଦିନ ଧଳା ରଙ୍ଗର ସାଲଓ୍ବାର୍‌ ପିନ୍ଧି ତା’ଉପରେ ଟ୍ରାଇ କଲର୍‌ ଥିମ୍‌ ବାଲା ଦୁପଟ୍ଟା ପକାଇ କ୍ଲାସି ଲୁକ୍‌ ପାଇପାରିବେ।

ଚୁଡ଼ି: ଆପଣ ଚାହିଁଲେ ଏହି ଖାସ୍‌ ଦିନ ଅବସରରେ ଆଉଟ୍‌ଫିଟ୍‌କୁ ମ୍ୟାଚ୍‌ କରି ଟ୍ରାଇ କଲର୍‌ ଚୁଡି ବି ପିନ୍ଧିପାରିବେ; ଏଇ ଯେମିତି ଟ୍ରାଇ କଲର୍‌ର ପାଣି ଚୁଡି କିମ୍ବା ମେଟାଲ୍‌ ଚୁଡ଼ି ଅବା ସିଲ୍କ ସୂତାରେ ତିଆରି ହେଉଥିବା ଲାଟେଷ୍ଟ ମଡେଲ୍‌ର ଚୁଡ଼ି ବି ଏଥିପାଇଁ ଭଲ ଅପ୍ସନ ହୋଇପାରିବ। ତା’ଛଡ଼ା ଆଜିକାଲି ଟ୍ରାଇ କଲର୍‌ ଫ୍ଲୋରାଲ୍‌ ଡିଜାଇନ୍‌ ଚୁଡ଼ିର ମଧ୍ୟ ଭଲ ଚାହିଦା ରହୁଥିବା ଦେଖିବାକୁ ମିଳୁଛି।

ଇୟର ରିଂ: ଟ୍ରାଇ କଲର୍‌ ଇୟର ରିଂ ବି ଏହିଦିନ ଟିକେ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ମାର୍କେଟ୍‌ରେ ଏହାର ଅନେକ ଭେରାଇଟି ମଧ୍ୟ ଉପଲବ୍ଧ ହେଲାଣି; ଯେମିତିକି ଟ୍ରାଇ କଲର୍‌ର ସିଲ୍କ ସୂତାରେ ତିଆରି ଇୟର ରିଂ, ପେଣ୍ଡି ଅବା ଝୁମ୍‌କା ଷ୍ଟାଇଲ୍‌ ଇୟର ରିଂ, ଷ୍ଟଡ୍‌ ଷ୍ଟାଇଲ୍‌ ଇୟର ରିଂ, ଟାସେଲ୍‌ ଇୟର ରିଂ, ପମ୍‌ପମ୍‌ ଇୟର ରିଂ, ଲିଫ୍‌ ଇୟର ରିଂ ତଥା ବିଡ୍ସ ଇୟର ରିଂ ଇତ୍ୟାଦି ଅନ୍ୟତମ।

ମୁଦି: ଆପଣ ଚାହିଁଲେ ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌କୁ ମ୍ୟାଚ୍‌ କଲାଭଳି ଟ୍ରାଇ କଲର୍‌ ଷ୍ଟୋନ୍‌ରେ ତିଆରି ମୁଦି ବି ଏହିଦିନ ଟ୍ରାଏ କରିପାରିବେ। ଏହା ମଧ୍ୟ ଟ୍ରେଣ୍ଡି ଲୁକ୍‌ ଦେବାରେ ବେଶ୍‌ ସହାୟକ ହୋଇପାରିବ।

ଟିଆରା: ଷ୍ଟାଇଲିଶ୍‌ ଲୁକ୍‌ ଦେବାରେ ଟିଆରାର ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ତେବେ ଏହି ସାଧାରଣତନ୍ତ୍ର ଦିବସକୁ ନଜରରେ ରଖି ଟ୍ରାଇ କଲର୍‌ ଫ୍ଲୋରାଲ୍‌ ଡିଜାଇନ୍‌ ଟିଆରାର ଚାହିଦା ଖୁବ୍‌ ରହିଥିବା ଦେଖିବାକୁ ମିଳୁଛି।
ନେକ୍‌ଲେସ୍‌: ଟ୍ରାଇ କଲର୍‌ ଷ୍ଟୋନ୍‌ ହେଉ ଅବା ମାଳିରେ ତିଆରି ନେକ୍‌ଲେସ୍‌ ବି ଏହିଦିନ ଖାସ୍‌ ଲୁକ୍‌ ଦେଇଥାଏ। ଏହାକୁ ଆପଣ ଚାହିଁଲେ ଶାଢ଼ି କିମ୍ବା ସାଲଓ୍ବାର୍‌ ସହ ମ୍ୟାଚିଂ କରି ପିନ୍ଧିପାରିବେ।

ବିନ୍ଦି: ଏହି ଦିନ ଟ୍ରାଇ କଲର୍‌ ବିନ୍ଦି ବି ଟ୍ରାଏ କଲେ ନୂଆ ଲୁକ୍‌ ମିଳିଥାଏ। ଯଦି ଏପରି ବିନ୍ଦି ମିଳୁନାହିଁ, ତା’ହେଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ତିନୋଟି ଭିନ୍ନ ଭିନ୍ନ ରଙ୍ଗର ସିଙ୍ଗାର୍‌ ବା କୁଙ୍କୁମ ଅବା ଷ୍ଟୋନ୍‌ ବିନ୍ଦି କିଣି ମଥାରେ ପିନ୍ଧିପାରିବେ।

ନେଲ୍‌ ଆର୍ଟ: ନେଲ୍‌ ଆର୍ଟର ଚାହିଦା ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ରହିବ ବୋଲି ମଧ୍ୟ ଅନୁମାନ କରାଯାଉଛି। ତେବେ ଏହି ସାଧାରଣତନ୍ତ୍ର ଦିବସ ଅବସରରେ ଆପଣ ଚାହିଁଲେ ଟ୍ରାଇ କଲର୍‌ ନେଲ୍‌ ଆର୍ଟ ମଧ୍ୟ କରିପାରିବେ। ଖାସ୍‌ କରି ଷ୍ଟ୍ରାଇପ୍‌, ଭର୍ଟିକାଲ୍‌, ହରାଇଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ ଆର୍ଟ ଏହିଦିନ ଭିନ୍ନ ଲୁକ୍‌ ଦେଇଥାଏ।

ଆଖି ମେକ୍‌ଅପ୍‌: ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇ ଶାଡୋ ଲଗାଇ ମଧ୍ୟ ଏହି ଦିନ ଆକର୍ଷଣୀୟ ଲୁକ୍‌ ପାଇହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?