ଟ୍ରାଇ କଲର୍‌ ଫ୍ୟାଶନ

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଖାସ୍‌ ଲୁକ୍‌ ପାଇବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ଜାତୀୟ ପତାକାର ରଙ୍ଗ ସହ ମ୍ୟାଚ୍‌ କଲା ଭଳି ଟ୍ରାଇ କଲର୍‌ ଥିମ୍‌ର ଆଉଟ୍‌ଫିଟ୍‌ ହେଉ ଅବା ଆସେସରିଜ୍‌କୁ ଟ୍ରାଏ କରିବା ସବୁଠୁ ଭଲ ଅପ୍ସନ। ତା’ଛଡ଼ା ମେକ୍‌ଅପ୍‌ରେ ବି ଆପଣ ଚାହିଁଲେ ଟ୍ରାଇ କଲର୍‌ ଥିମ୍‌କୁ କିଛିଟା ଆପଣେଇ ପାରିବେ…

ଶାଢ଼ି: ଆଜିକାଲି ମାର୍କେଟ୍‌ରେ ଟ୍ରାଇ୍‌କଲର୍‌ ଥିମ୍‌ ଥିବା ଭିନ୍ନ ଭିନ୍ନ ଫ୍ୟାବ୍ରିକ୍‌ର ଶାଢି ଉପଲବ୍ଧ ହେଲାଣି। ଆପଣ ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ଫ୍ୟାବ୍ରିକ୍‌ର ଟ୍ରାଇ କଲର୍‌ ଶାଢି ପିନ୍ଧି ଏହିଦିନ ଖାସ୍‌ ଲୁକ୍‌ ପାଇପାରିବେ।

ଦୁପଟ୍ଟା: ଯେଉଁମାନଙ୍କର ସାଲଓ୍ବାର ପିନ୍ଧିବା ପସନ୍ଦ, ସେମାନେ ଚାହିଁଲେ ଏହିଦିନ ଧଳା ରଙ୍ଗର ସାଲଓ୍ବାର୍‌ ପିନ୍ଧି ତା’ଉପରେ ଟ୍ରାଇ କଲର୍‌ ଥିମ୍‌ ବାଲା ଦୁପଟ୍ଟା ପକାଇ କ୍ଲାସି ଲୁକ୍‌ ପାଇପାରିବେ।

ଚୁଡ଼ି: ଆପଣ ଚାହିଁଲେ ଏହି ଖାସ୍‌ ଦିନ ଅବସରରେ ଆଉଟ୍‌ଫିଟ୍‌କୁ ମ୍ୟାଚ୍‌ କରି ଟ୍ରାଇ କଲର୍‌ ଚୁଡି ବି ପିନ୍ଧିପାରିବେ; ଏଇ ଯେମିତି ଟ୍ରାଇ କଲର୍‌ର ପାଣି ଚୁଡି କିମ୍ବା ମେଟାଲ୍‌ ଚୁଡ଼ି ଅବା ସିଲ୍କ ସୂତାରେ ତିଆରି ହେଉଥିବା ଲାଟେଷ୍ଟ ମଡେଲ୍‌ର ଚୁଡ଼ି ବି ଏଥିପାଇଁ ଭଲ ଅପ୍ସନ ହୋଇପାରିବ। ତା’ଛଡ଼ା ଆଜିକାଲି ଟ୍ରାଇ କଲର୍‌ ଫ୍ଲୋରାଲ୍‌ ଡିଜାଇନ୍‌ ଚୁଡ଼ିର ମଧ୍ୟ ଭଲ ଚାହିଦା ରହୁଥିବା ଦେଖିବାକୁ ମିଳୁଛି।

ଇୟର ରିଂ: ଟ୍ରାଇ କଲର୍‌ ଇୟର ରିଂ ବି ଏହିଦିନ ଟିକେ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ମାର୍କେଟ୍‌ରେ ଏହାର ଅନେକ ଭେରାଇଟି ମଧ୍ୟ ଉପଲବ୍ଧ ହେଲାଣି; ଯେମିତିକି ଟ୍ରାଇ କଲର୍‌ର ସିଲ୍କ ସୂତାରେ ତିଆରି ଇୟର ରିଂ, ପେଣ୍ଡି ଅବା ଝୁମ୍‌କା ଷ୍ଟାଇଲ୍‌ ଇୟର ରିଂ, ଷ୍ଟଡ୍‌ ଷ୍ଟାଇଲ୍‌ ଇୟର ରିଂ, ଟାସେଲ୍‌ ଇୟର ରିଂ, ପମ୍‌ପମ୍‌ ଇୟର ରିଂ, ଲିଫ୍‌ ଇୟର ରିଂ ତଥା ବିଡ୍ସ ଇୟର ରିଂ ଇତ୍ୟାଦି ଅନ୍ୟତମ।

ମୁଦି: ଆପଣ ଚାହିଁଲେ ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌କୁ ମ୍ୟାଚ୍‌ କଲାଭଳି ଟ୍ରାଇ କଲର୍‌ ଷ୍ଟୋନ୍‌ରେ ତିଆରି ମୁଦି ବି ଏହିଦିନ ଟ୍ରାଏ କରିପାରିବେ। ଏହା ମଧ୍ୟ ଟ୍ରେଣ୍ଡି ଲୁକ୍‌ ଦେବାରେ ବେଶ୍‌ ସହାୟକ ହୋଇପାରିବ।

ଟିଆରା: ଷ୍ଟାଇଲିଶ୍‌ ଲୁକ୍‌ ଦେବାରେ ଟିଆରାର ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ତେବେ ଏହି ସାଧାରଣତନ୍ତ୍ର ଦିବସକୁ ନଜରରେ ରଖି ଟ୍ରାଇ କଲର୍‌ ଫ୍ଲୋରାଲ୍‌ ଡିଜାଇନ୍‌ ଟିଆରାର ଚାହିଦା ଖୁବ୍‌ ରହିଥିବା ଦେଖିବାକୁ ମିଳୁଛି।
ନେକ୍‌ଲେସ୍‌: ଟ୍ରାଇ କଲର୍‌ ଷ୍ଟୋନ୍‌ ହେଉ ଅବା ମାଳିରେ ତିଆରି ନେକ୍‌ଲେସ୍‌ ବି ଏହିଦିନ ଖାସ୍‌ ଲୁକ୍‌ ଦେଇଥାଏ। ଏହାକୁ ଆପଣ ଚାହିଁଲେ ଶାଢ଼ି କିମ୍ବା ସାଲଓ୍ବାର୍‌ ସହ ମ୍ୟାଚିଂ କରି ପିନ୍ଧିପାରିବେ।

ବିନ୍ଦି: ଏହି ଦିନ ଟ୍ରାଇ କଲର୍‌ ବିନ୍ଦି ବି ଟ୍ରାଏ କଲେ ନୂଆ ଲୁକ୍‌ ମିଳିଥାଏ। ଯଦି ଏପରି ବିନ୍ଦି ମିଳୁନାହିଁ, ତା’ହେଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ତିନୋଟି ଭିନ୍ନ ଭିନ୍ନ ରଙ୍ଗର ସିଙ୍ଗାର୍‌ ବା କୁଙ୍କୁମ ଅବା ଷ୍ଟୋନ୍‌ ବିନ୍ଦି କିଣି ମଥାରେ ପିନ୍ଧିପାରିବେ।

ନେଲ୍‌ ଆର୍ଟ: ନେଲ୍‌ ଆର୍ଟର ଚାହିଦା ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ରହିବ ବୋଲି ମଧ୍ୟ ଅନୁମାନ କରାଯାଉଛି। ତେବେ ଏହି ସାଧାରଣତନ୍ତ୍ର ଦିବସ ଅବସରରେ ଆପଣ ଚାହିଁଲେ ଟ୍ରାଇ କଲର୍‌ ନେଲ୍‌ ଆର୍ଟ ମଧ୍ୟ କରିପାରିବେ। ଖାସ୍‌ କରି ଷ୍ଟ୍ରାଇପ୍‌, ଭର୍ଟିକାଲ୍‌, ହରାଇଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ ଆର୍ଟ ଏହିଦିନ ଭିନ୍ନ ଲୁକ୍‌ ଦେଇଥାଏ।

ଆଖି ମେକ୍‌ଅପ୍‌: ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇ ଶାଡୋ ଲଗାଇ ମଧ୍ୟ ଏହି ଦିନ ଆକର୍ଷଣୀୟ ଲୁକ୍‌ ପାଇହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri