Posted inଜାତୀୟ

ସାଦା ପୋଷାକରେ ଭାରତ ସୀମାରେ ପ୍ରବେଶ କଲେ ଚାଇନା ସେନା!

ଲଦ୍ଦାଖ,୨୧ ।୧୨: ଭାରତ-ଚାଇନା ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଚାଲିଥିଲେ ବି ଚାଇନା ସେନା ସବୁବେଳେ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ଏହି କ୍ରମରେ କେତେଜଣ ଚାଇନା ସେନା ସାଦା ପୋଷାକରେ ଭାରତର ଲଦ୍ଧାଖ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ସୂଚନା ଅନୁଯାୟୀ, ଏହି ଘଟଣା ଲେହର ୧୩୫ କିଲୋମିଟର ପୂର୍ବରେ ଥିବା ନ୍ୟୋମା ଅଞ୍ଚଳର ଚାନତାଂଜ ଗାଁରେ ଘଟିଥିବା ଜଣାପଡିଛି । ତେବେ ସେମାନେ ଭାରତ ଭିତରକୁ ବେଶି ବାଟ ପ୍ରବେଶ କରିପାରି ନାହାନ୍ତି । କାରଣ ସେମାନଙ୍କ ଅନୁପ୍ରବେଶ ଜଣାପଡିବା ପରେ ଆଇଟିବିପି ଯବାନ ଓ ସ୍ଥାନୀୟ ଲୋକେ ତାଙ୍କୁ ପଛକୁ ହଟାଇ ଦେଇଛନ୍ତି । ହେଲେ ଭାରତୀୟ ସେନା ବା ଆଇଟିବିପି ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ସ୍ଥାନୀୟ ଲୋକେ ଉକ୍ତ ଘଟଣାର ଏକ ଭିଡିଓ ଶେୟାର କରିଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ବାଣ ରଖିବା-ବିକିବା ଅପରାଧ: ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୩।୧୧: ହରିୟାଣାରେ ଚାଇନା ବାଣ ରଖିବା ଏବଂ ବିକିବା ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା...

କୋଭିଡ୍‌ ସେଣ୍ଟରରେ ନାବାଳିକାଙ୍କୁ ବଳାତ୍କାର, ୨ ଗିରଫ

ନୂଆ ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ କୋଭିିଡ୍‌ ସେଣ୍ଟରରେ ୧୪ ବର୍ଷର ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ...

ଅବୁ ସଲେମ ମାମଲା: କେନ୍ଦ୍ରର ଜବାବରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ ।୪: ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କ ଆବେଦନକୁ ନେଇ କେନ୍ଦ୍ର ଦେଇଥିବା ଉତ୍ତରରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ମେ’ ୫ରେ...

କୁତବ୍‌ମିନାର ନାଁ ବିଷ୍ଣୁ ସ୍ତମ୍ଭ ରଖିବା ଦାବିରେ ବିକ୍ଷୋଭ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀର କୁତବ୍‌ମିନାର ନାଁ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖିବା ଦାବିରେ ମଙ୍ଗଳବାର ହିନ୍ଦୁ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ...

ଉଠିଲା ଲକ୍‌ଡାଉନ୍‌: ଅପରାହ୍ନ ୫ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ପାଟନା,୮।୬:ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ କମିବା ପରେ ବିଭିନ୍ନ ରାଜ୍ୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। ମଙ୍ଗଳବାର ବିହାରରେ ଲକଡାଉନ୍‌ କଟକଣା ଉଠାଇ ଦିଆଯାଇଛି।...

ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କଲେ ସଞ୍ଜୟ ରାଉତ

ମୁମ୍ବାଇ,୨୨।୮: ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ରବିବାର ପାର୍ଟି ମୁଖପତ୍ର ସାମ୍‌ନାରେ ପ୍ରକାଶିତ ତାଙ୍କ...

ବାହୁବଳୀ ବିଧାୟକ: ଜେଲ୍‌ରେ ରହି ବି ଜିତୁଛନ୍ତି ନିର୍ବାଚନ

ଲକ୍ଷ୍ନୌ, ୯।୭: ଉତ୍ତରପ୍ରଦେଶରେ ସର୍ବାଧିକ ଆପରାଧୀକ ମାମଲା ଘଟିଥାଏ। ଏଠାରେ ଏଭଳି ୫ ବାହୁବଳୀ ବିଧାୟକ ରହିଛନ୍ତି, ଯେଉଁମାନେ ଜେଲ୍‌ରେ ରହି ବି ନିର୍ବାଚନ ସହଜରେ...

କମିବ ଗ୍ରୀଷ୍ମକାଳୀନ ଛୁଟି

ରାୟପୁର,୨୨।୨: ଗ୍ରୀଷ୍ମକାଳୀନ ଛୁଟିକୁ ନେଇ ଛତିଶଗଡ଼ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମକାଳୀନ ଛୁଟି ୪୬ ଦିନ ପରିବର୍ତ୍ତେ ୩୨ ଦିନ ହେବ।...

Advertisement
Archives

Model This Week