ଫିଲ୍ମ ପରି ଥିଲା ରାଜ୍‌-ମନ୍ଦିରାଙ୍କ ପ୍ରେମ କାହାଣୀ: ବିବାହ ନଥିଲା ସହଜ ତା’ ପରେବି…

ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଏହି ସମୟରେ ମନ୍ଦିରାଙ୍କ ଉପରେ କ’ଣ ଘଟୁଥିବ ତାହା କେହି ଅନୁମାନ କରିପାରିବେ ନାହିଁ। ତେବେ ଉଭୟଙ୍କ ପ୍ରଥମ ସାକ୍ଷାତରୁ ବିବାହ ପର୍ଯ୍ୟନ୍ତ ଏବଂ ପରେ ଏହି ଶେଷ ବିଦାୟ ଫିଲ୍ମର କାହାଣୀ ପରି ଥିଲା । ତେବେ ଜାଣନ୍ତୁ ମନ୍ଦିରା ରାଜ୍‌ଙ୍କ ପ୍ରେମ କାହାଣୀ ସମ୍ପର୍କରେ।

୧୯୯୬ ମସିହାରେ ରାଜ ଏବଂ ମନ୍ଦିରାଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ରେ ପ୍ରୀତି ଭୂମିକାରେ ଅଭିନୟ କରିଲେ। ଏହି ଚଳଚ୍ଚିତ୍ର ବ୍ୟତୀତ ମନ୍ଦିରା ସିରିଏଲ ‘ଶାନ୍ତି’ରେ ମଧ୍ୟ କାମ କରିଥିଲେ। ଏହି ସମୟରେ ରାଜ ମୁକୁଲ ଆନନ୍ଦଙ୍କ ମୁଖ୍ୟ ସହାୟକ ଭାବରେ କାର୍ଯ୍ୟ କରୁଥିଲେ। ସେ ‘ଫିଲିପ୍ସ ୧୦ ’ଶୋ ପାଇଁ ଅଡିସନ ପରିଚାଳନା କରୁଥିଲେ।

ରାଜ ଏହା ପୂର୍ବରୁ ମନ୍ଦିରାଙ୍କୁ ଅନେକ ଶୋ ଏବଂ ଚଳଚ୍ଚିତ୍ରରେ କାମ କରୁଥିବା ଦେଖିଥିଲେ। କିନ୍ତୁ ସେ ସେତେବେଳେ ମନ୍ଦିରାଙ୍କ ଉପରେ ଧ୍ୟାନ ଦେଇଥିଲେ ଯେତେବେଳେ ଅଡିଶନ ପାଇଁ ସେ ନାଲି-ଧଳା ରଙ୍ଗର ଟି-ସାର୍ଟ ଏବଂ ଖାକି ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଥିଲେ। ରାଜ ଏହା କହିଥିଲେ ଯେ, ‘ମୁଁ ମୁକୁଲ ଆନନ୍ଦଙ୍କ ମୁଖ୍ୟ ସହାୟକ ଥିଲି ଏବଂ ଶୋ ଫିଲିପ୍ସ ୧୦ ପାଇଁ ଅଡିସନ କରୁଥିଲି। ଅଡିସନ ପାଇଁ ମନ୍ଦିରାଙ୍କୁ ମଧ୍ୟ ଡକାଯାଇଥିଲା। ମୁଁ ତାଙ୍କୁ ସେବେ ପ୍ରଥମ ଥର ଦେଖିଲି ।‘ଦିଲୱାଲେ ଦୁଲହନିଆ ଲେଜାୟେଙ୍ଗେ’ରେ ଦେଖିଥିଲି, କିନ୍ତୁ ଏହା ପୂର୍ବରୁ ଏତେଟା ମାର୍କ କରି ନଥିଲି।

ତେବେ କିଏ ଜାଣିଥିଲା ଯେ, ଗୋଟିଏ ଭେଟ ଦିନେ ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେବ। ଉଭୟଙ୍କ ସାକ୍ଷାତ ଧିରେ ଧିରେ ବଢ଼ିଲା। ପରେ ପରସ୍ପରକୁ ବହୁତ ଭଲ ପାଇଲେ। ଉଭୟ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ, କିନ୍ତୁ ରାଜ କହିଥିଲେ ଯେ, ତିନୋଟି ଦେଖାରେ ସେ ନିଶ୍ଚିତ ହୋଇଥିଲେ ଯେ, ସେ ପ୍ରକୃତ ପ୍ରେମ ପାଇଛନ୍ତି। ରାଜ କହିଥିଲେ, ‘ଆମେ ମୁକୁଲ ଆନନ୍ଦଙ୍କ ଘରେ ପ୍ରାୟତ ସାକ୍ଷାତ କରୁଥିଲୁ। ମୁଁ ଜାଣିଥିଲି ଯେ ସେ କେବଳ ମୋ ପାଇଁ ତିଆରି ହୋଇଥିଲେ। ମନ୍ଦିରା କୁହନ୍ତି, ‘ସେ ଜଣେ ସରଳ ସତ୍ୟ ମଣିଷ ।ତାଙ୍କ ଭିତରେ କିଛି ମିଥ୍ୟା ଦେଖାଇବା ଭଳି ନୁହେଁ । ପରଦା ପଛରେ ଅନେକ ଲୋକ ଥିବାବେଳେ ରାଜ କିନ୍ତୁ ସେପରି ନୁହନ୍ତି।

ରାଜ ଏବଂ ମନ୍ଦିରାଙ୍କ ବିବାହ ମଧ୍ୟ ଏତେ ସହଜ ନଥିଲା। ରାଜ ମନ୍ଦିରାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଭଳି ପରିସ୍ଥିତିରେ ସେ ଶୀଘ୍ର ନିଜ ପରିବାର ସଦସ୍ୟଙ୍କୁ ମନ୍ଦିରାଙ୍କ ସହ ପରିଚିତ କରାଇଥିଲେ। ରାଜଙ୍କ ପିତାମାତା ମନ୍ଦିରାଙ୍କୁ ବହୁତ ପସନ୍ଦ କରିଥିଲେ। ସେ ବିବାହ ପାଇଁ ରାଜି ହୋଇଥିଲେ। ତେବେ ମନ୍ଦିରାଙ୍କ ପରିବାର ଚାହୁଁ ନଥିଲେ ଯେ, ସେମାନଙ୍କ ଝିଅ ଫିଲ୍ମ ନିର୍ଦ୍ଦେଶକଙ୍କୁ ବିବାହ କରନ୍ତୁ। ତେବେ ତାଙ୍କର ପ୍ରକୃତ ପ୍ରେମ ଦେଖିବା ପରେ ତାଙ୍କ ପରିବାର ମଧ୍ୟ ରାଜି ହୋଇଥିଲେ। ୧୪ ଫେବୃଆରୀ ୧୯୯୯ରେ ରାଜ ମନ୍ଦିରାଙ୍କ ବିବାହ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri