Posted inଜାତୀୟ

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି। ଏକ ଯୋଜନାବଦ୍ଧ ପ୍ରୟାସ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ କ୍ଷମତାକୁ ଆଣିବା ପାଇଁ ବିରୋଧୀ ଦଳଗୁଡ଼ିକ ଚେଷ୍ଟା କରୁଛନ୍ତି।
ସମ୍ବିତ କହିଛନ୍ତି ଯେ, ଏହି ପ୍ରକ୍ରିୟା ଆଜିଠାରୁ ନୁହେଁ ବରଂ ଦୀର୍ଘଦିନ ଧରି ବାରମ୍ବାର ଚାଲିଆସୁଛି। ନିର୍ବାଚନ କମିଶନ ଏବଂ CEC ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀଙ୍କ ଅଭିଯୋଗକୁ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। CEC ଜ୍ଞାନେଶ କୁମାରଙ୍କ ନିଯୁକ୍ତି ୧୯ ଫେବ୍ରୁଆରୀ ୨୦୨୫ରେ ହୋଇଥିଲା। ଏହା ପୂର୍ବରୁ ଭାଜପା ଲୋକ ସଭା ଏବଂ ଅନେକ ବିଧାନସଭା ନିର୍ବାଚନ ଜିତିସାରିଥିଲା ବୋଲି ସେ ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ସେ କହିଛନ୍ତି, ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ ସାହାଯ୍ୟ କରୁଛନ୍ତି। ବିରୋଧୀ ଦଳଗୁଡ଼ିକ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ରାଜନୈତିକ ଭାବେ ଲଞ୍ଚ ଏବଂ ରିଲଞ୍ଚ କରିବାକୁ ଚେଷ୍ଟା କରୁଥିବା ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି। ଏଥିରେ ସଫଳତା ନ ମିଳିବା ପରେ ବିରୋଧୀ ଦଳଗୁଡ଼ିକ ଅରାଜକତା ସୃଷ୍ଟି କରିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆକ୍ରମଣ କରୁଛନ୍ତି। ସୁପ୍ରିମକୋର୍ଟ, HAL, ଦେଶର ହିନ୍ଦୁ ଏବଂ ବର୍ତ୍ତମାନ ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀଙ୍କ ଆକ୍ରମଣ ଜାରି ରହିଛି ବୋଲି ସେ କହିଛନ୍ତି।

ଫର୍ମ-୬କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ସମ୍ବିତ ପାତ୍ର କହିଛନ୍ତି, ନିର୍ବାଚନ କମିଶନଙ୍କ ଅନୁସାରେ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବରଂ SIR ପ୍ରକ୍ରିୟା ପାଇଁ ଫର୍ମ-୬ ସହ ଏକ ଘୋଷଣାପତ୍ର ଯୋଡ଼ାଯାଇଛି।

ସୁପ୍ରିମକୋର୍ଟରେ CECଙ୍କୁ ହଟାଇବା ଦାବିରେ ଆବେଦନ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବ୍ୟାଲଟ ପେପରରେ ନିର୍ବାଚନ କରାଯିବା ନେଇ ପ୍ରଶ୍ନକୁ ନେଇ ସମ୍ବିତ କହିଛନ୍ତି, ବ୍ୟାଲଟ ପେପରରେ ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସର ପୂର୍ବ ରେକର୍ଡକୁ ମଧ୍ୟ ଦେଖିବା ଆବଶ୍ୟକ। ୧୯୮୯ରେ ରାଜୀବ ଗାନ୍ଧୀଙ୍କ ସମୟରେ ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ପ୍ରଣାଳୀ ଆଣିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତ୍ରିପୁରାରେ ନିକଟରେ ଭିଲେଜ କମିଟି ନିର୍ବାଚନ ବ୍ୟାଲଟ୍‌ରେ ହୋଇଥିବାବେଳେ ସେଠାରେ ଭାଜପା ବିଜୟୀ ହୋଇଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ସମ୍ବିତ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରି କହିଛନ୍ତି, ଭୋଟର ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ ରହିବା ଉଚିତ କି? ଦେଶର ଭୋଟର ତାଲିକାରୁ ପ୍ରାୟ ୨.୮ କୋଟି ମୃତ ବ୍ୟକ୍ତିଙ୍କ ନାଁ ହଟାଇବା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ରହିଛି। ଏହା ସହିତ କର୍ନାଟକ ଓ ତାମିଲନାଡୁ ନିର୍ବାଚନକୁ ନେଇ ମଧ୍ୟ ସେ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି। ନିର୍ବାଚନ କମିଶନକୁ ନେଇ ବିରୋଧୀଙ୍କ ଅଭିଯୋଗ ଏବଂ ଭାଜପାର ପାଲଟା ଜବାବ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀର ରାଜନୈତିକ ମାହୋଲ ଆହୁରି ସରଗରମ ହୋଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?