୫ ଦିନ ହେଲା ମାଣ୍ଡିବିଶି ୟୁପି ସ୍କୁଲରେ ଝୁଲୁଛି ତାଲା

ଟିକିରି,୨୬।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ମାଣ୍ଡିବିଶି ୟୁପି ସ୍କୁଲ ଫାଟକରେ ୫ ଦିନ ହେଲା ତାଲା ଝୁଲୁଛି। ଶିକ୍ଷକ ଅଭାବ ପ୍ରତିବାଦରେ ଅଭିଭାବକ ଏବଂ ଗ୍ରାମବାସୀ ମଙ୍ଗଳବାରଠାରୁ ସ୍କୁଲ ବନ୍ଦ କରିଛନ୍ତି। ସମସ୍ୟାର ସମାଧାନ ନେଇ ଶିକ୍ଷା ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବାଧ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ମାଣ୍ଡିବିଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୭୧ ଛାତ୍ରୀଛାତ୍ର ପଢ଼ୁଛନ୍ତି। କିଛି ମାସ ତଳେ ପ୍ରଧାନ ଶିକ୍ଷକ ଅବସର ନେଇଛନ୍ତି। ଏହା ପରଠାରୁ ସ୍କୁଲ ମାତ୍ର ୨ ଜଣ ଶିକ୍ଷକକୁ ନେଇ ଚାଲିଛି। ଫଳରେ ପିଲାଙ୍କୁ ଠିକ୍‌ଭାବେ ଶିକ୍ଷାଦାନ ହୋଇପାରୁନାହିଁ। ଏ ନେଇ ଅନେକ ଥର ଶିକ୍ଷା ବିଭାଗ ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଫଳରେ ବାଧ୍ୟହୋଇ ଅଭିଭାବକ ଏବଂ ଗ୍ରାମବାସୀ ମଙ୍ଗଳବାର ଏହାର ସ୍କୁଲ ଫାଟକରେ ତାଲା ପକାଇଥିବା କହିଛନ୍ତି। ତେବେ ଏହି ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ଏବଂ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଅଭିଭାବକ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍କୁଲ ଖୋଲିବା ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସ୍କୁଲରେ ନିଯୁକ୍ତ ଥିବା ୨ ଶିକ୍ଷୟିତ୍ରୀ ଶିକ୍ଷକ ସ୍କୁଲ ଖୋଲିବା ସମୟରେ ଆସି ଫାଟକରେ ତାଲା ପଡ଼ିଥିବାରୁ ଅପେକ୍ଷା କରି ଫେରିଯାଉଛନ୍ତି।
କାଶୀପୁର ବିଇଓଙ୍କ ଦାୟିତ୍ୱ ଏବେ ରାୟଗଡ଼ା ଡିଇଓଙ୍କ ହାତରେ ରହିଛି। ତଥାପି ଏହି ସ୍କୁଲ ୫ ଦିନ ହେଲା ବନ୍ଦ ରହିଛି। ତେବେ ଜିଲାର ଅନ୍ୟ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାକୁ ଜିଲା ପ୍ରଶାସନ ଗୁରୁତର ସହ ନେଇ ତୁରନ୍ତ ସ୍କୁଲରେ ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନିଯୁକ୍ତି ଦେଇ ସ୍କୁଲ ଖୋଲିବା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ରୁ ୧୩୩ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଝୁଲିବ ତାଲା : ସମୂହ ଛୁଟିରେ ଯିବେ କର୍ମୀ, ୫ ହଜାର ଶିଶୁ ପ୍ରଭାବିତ ହେବା ଆଶଙ୍କା

ଗୁଡ଼ାରି, ୨୦ା୧୧ (ପ୍ରମୋଦ କୁମାର ପତି): ରାଜ୍ୟ ସଂଘର ନିଷ୍ପତ୍ତି ଓ ଜିଲା ସଂଘର ସହମତିକ୍ରମେ ଗୁଡ଼ାରି ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀ ବିଭିନ୍ନ ଦାବି ପୂରଣ…

ନିଖୋଜ ସନ୍ତୋଷଙ୍କ ମିଳିଲା ମୃତଦେହ: ଖେଳିଗଲା ଶୋକର ଛାୟା

ଗୁଡାରି,୨୦।୧୧(ପ୍ରମୋଦ କୁମାର ପତି): ଗତ ୧୮ ତାରିଖ ଅପରାହ୍ନରୁ ନିଖୋଜ ଥିବା ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଞ୍ଚାୟତର ମେରିଆପାଙ୍ଗା ଗ୍ରାମର ଯୁବକ ସନ୍ତୋଷ…

ବାତ୍ୟା ‘ଅକ୍ୱାନ’ ମୁକାବିଲା: ଗୁଡାରି ବ୍ଲକରେ ୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୫୯ ଜଣ ସ୍ଥାନାନ୍ତରିତ; ମା’ ଗୃହରେ ୩ ପ୍ରସୂତିଙ୍କ ସଫଳ ପ୍ରସବ

ଗୁଡାରି, ୧୯।୧୧ (ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଗୁଡାରି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର…

‘ଅକ୍ବାନ’ ଆଲର୍ଟ: ଗୁଡ଼ାରି ବ୍ଲକ ପ୍ରଶାସନର ଜରୁରୀ ବୈଠକ, ମୁଖ୍ୟାଳୟ ନ ଛାଡ଼ିବାକୁ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ

ଗୁଡ଼ାରି,୧୮ା୧୧(ପ୍ରମୋଦ କୁମାର ପତି ): ସମ୍ଭାବ୍ୟ ବାତ୍ୟା ‘ଅକ୍ବାନ’କୁ ଦୃଷ୍ଟିରେ ରଖି ଗୁଡ଼ାରି ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।…

ସାନ ନଦୀରେ ବଢ଼ିଛି ଜଳସ୍ତର, ଗାଧୋଇବାକୁ ଯାଇ ନିଖୋଜ ସନ୍ତୋଷ

ଗୁଡାରି,୧୮।୧୧(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଂଚାୟତର ମେରିଆପାଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସନ୍ତୋଷ ପାଲକା (୩୯) ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?