୩୦ ନିର୍ବାଚନକୁ ପ୍ରଭାବିତ କରିଛି ଇସ୍ରାଏଲ୍‌ ସଂସ୍ଥା

ପ୍ୟାରିସ୍‌,୧୬ା୨(ଆଇଏଏନ୍‌ଏସ୍‌): ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓ୍ବେର ଗୁପ୍ତଚରଗିରି ବିବାଦ ନ ଥମୁଣୁ ଏହି ଦେଶର କଣ୍ଟ୍ରାକ୍ଟରମାନଙ୍କ ଏକ ଟିମ୍‌ ବିଶ୍ୱର ୩୦ରୁ ଊର୍ଦ୍ଧ୍ୱ ନିର୍ବାଚନକୁ ପ୍ରଭାବିତ କରିଥିବା ଦାବି କରିଛି। ହ୍ୟାକିଂ, ଅନ୍ତର୍ଘାତୀ କାର୍ଯ୍ୟ ଓ ସୋସିଆଲ ମିଡିଆରେ ସ୍ବୟଂଚାଳିତ ମିଥ୍ୟା ସୂଚନା ପ୍ରସାର ଭଳି ଉପାୟ ଆପଣାଇ ଏହା କରାଯାଇଥିବା ବୁଧବାର ଏକ ନୂଆ ତଦନ୍ତରୁ ପ୍ରଘଟ ହୋଇଛି।

‘ଟିମ୍‌ ଜର୍ଜ’ ନାମକ ଏହି ଦଳ ଆପଣାଇଥିବା ଉପାୟ ଓ କୌଶଳଗୁଡ଼ିକ ବୃହତ୍‌ ଟେକ୍‌ ପ୍ଲାଟ୍‌ଫର୍ମଗୁଡ଼ିକ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପ୍ଲାଟ୍‌ଫର୍ମଗୁଡ଼ିକ ମିଥ୍ୟ ପ୍ରଚାର ବା ସୁରକ୍ଷା ଉଲ୍ଲଂଘନ ଏଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଅନେକ ବର୍ଷ ଧରି କୁଚକ୍ରୀ ଗୋଷ୍ଠୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଥିଲାଗି ସାରା ବିଶ୍ୱର ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଅଧିକ ସତର୍କ ହେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଇସ୍ରାଏଲୀ ସ୍ପେଶାଲ ଫୋର୍ସରେ କାର୍ଯ୍ୟରତ ତାଲ୍‌ ହନାନ୍‌ ନାମକ ଜଣେ ୫୦ ବର୍ଷୀୟ ଅପରେଟିଭ୍‌ ଏହି ୟୁନିଟ୍‌କୁ ଚଳାଉଛନ୍ତି। ଏଥିରେ ସେ ନିଜକୁ ‘ଜର୍ଜ’ (ଛଦ୍ମନାମ) ଭାବେ ପରିଚୟ ଦେଉଛନ୍ତି। ଦୀର୍ଘ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଅନେକ ଦେଶର ନିର୍ବାଚନ ବେଳେ ସେ କାର୍ଯ୍ୟ କରିଆସିଥିବା ଦାବି କରିଛନ୍ତି। ମିଳିଥିବା ସୂଚନାନୁସାରେ ହନାନ୍‌ ଓ ତାଙ୍କ ୟୁନିଟ୍‌ ନିଜ ପାଇଁ ଗୁପ୍ତନାମ ‘ଟିମ୍‌ ଜର୍ଜ’ ବ୍ୟବହାର କରିଥାଆନ୍ତି। ତେବେ ହନାନ୍‌ କୌଣସି ଭୁଲ୍‌ କାର୍ଯ୍ୟରେ ନିୟୋଜିତ ଥିବା ବିଷୟକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଫ୍ରିକାର ଏକ ନିର୍ବାଚନରେ ତାଙ୍କ ସଂସ୍ଥା ଜଡ଼ିତ ଅଛି। ଗ୍ରୀସ୍‌ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ମଧ୍ୟ ତାଙ୍କ ଟିମ୍‌ ନିୟୋଜିତ। ଟିମ୍‌ ସଦସ୍ୟମାନେ ୩୩ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେଥିରୁ ୨୭ଟିରେ ସଫଳତା ମିଳିଛି। ଏହାର ଦୁଇ-ତୃତୀୟାଂଶ ନିର୍ବାଚନୀ ପ୍ରଚାର କେବଳ ଆଫ୍ରିକାରେ କରାଯାଇଥିବା ଜର୍ଜ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରର ଖବରଦାତାମାନଙ୍କ ଏକ ଗୋଷ୍ଠୀ ନିଜକୁ କ୍ଲାଏଣ୍ଟ ପରିଚୟ ଦେଇ ତାଙ୍କ ସହ ଯୋଗସୂତ୍ର ସ୍ଥାପନ କରିବା ପରେ ଏହା ଉପରୁ ପରଦା ହଟାଇଛି।

ଗୋଇନ୍ଦା ସଂସ୍ଥା, ରାଜନୈତିକ କ୍ୟାମ୍ପେନ୍‌ ଓ ଘରୋଇ କମ୍ପାନୀଗୁଡ଼ିକରେ ଉପଲବ୍ଧ ଡେଟା ଜରିଆରେ ଜନମତ ପ୍ରଭାବିତ କରିବା ପାଇଁ ଚାଲିଥିବା ଅଭିଯାନକୁ ‘ବ୍ଲାକ୍‌ ଅପରେଶନ୍ସ’ ଭାବେ ଅଭିହିତ କରାଯାଇଛି। ଆଫ୍ରିକା, ଦକ୍ଷିଣ ଓ କେନ୍ଦ୍ରୀୟ ଆମେରିକା, ଆମେରିକା ଏବଂ ୟୁରୋପରେ ଏହାକୁ ବ୍ୟବହାର କରାଯାଇଥିବା ଜର୍ଜ କହିଛନ୍ତି। ତାଙ୍କ ଟିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ସେବା ହେଉଛି ସଫ୍ଟଓ୍ବେର ପ୍ୟାକେଜ୍‌, ଆଡ୍‌ଭାନ୍ସଡ୍‌ ମିଡିଆ ସୋଲ୍ୟୁଶନ୍ସ। ଟୁଇଟର୍‌, ଲିଙ୍କେଡ୍‌ଇନ୍‌, ଟେଲିଗ୍ରାମ୍‌, ଜିମେଲ୍‌, ଇଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌ରେ ଏହି ଟିମ୍‌ର ଅନେକ ହଜାର ଫେକ୍‌ ସୋସିଆଲ ମିଡିଆ ପ୍ରୋଫାଇଲ ରହିଛି। ଫ୍ରାନ୍ସର ଲେ ମୋଣ୍ଡେ, ଜର୍ମାନୀର ଡେର୍‌ ସ୍ପିଏଜେଲ୍‌ ଏବଂ ସ୍ପେନ୍‌ର ଏଲ୍‌ ପେସ୍‌ ସମେତ ୩୦ଟି ମିଡିଆ ହାଉସ୍‌ର ସାମ୍ବାଦିକମାନେ ଏହି ପ୍ରଘଟ କରିଛନ୍ତି। ଫ୍ରାନ୍ସର ‘ଫରବିଡେନ୍‌ ଷ୍ଟୋରିଜ୍‌’ ନାମକ ଏକ ଅଣଲାଭକାରୀ ସଂସ୍ଥା ନିର୍ଦ୍ଦେଶକ୍ରମେ ସେମାନେ ଅନୁସନ୍ଧାନ ଚଳାଇଥିଲେ।

ପ୍ରକାଶ ଯେ, ଏହା ପୂର୍ବରୁ ବ୍ରିଟେନ୍‌ର କନ୍‌ସଲ୍ଟିଂ ଫାର୍ମ କେମ୍ବ୍ରିଜ୍‌ ଆନାଲିଟିକା ଏକ ସଫ୍ଟଓ୍ବେର ବିକଶିତ କରିଥିଲା। ଉକ୍ତ ସଫ୍ଟଓ୍ବେରକୁ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଲଗାଯାଇଥିଲା। ପାଶ୍ଚାତ୍ୟର ନିର୍ବାଚନଗୁଡ଼ିକରେ ହସ୍ତକ୍ଷେପ କରିବା ଲାଗି ରୁଷିଆର ଓ୍ବାଗ୍‌ନର ଗ୍ରୁପ୍‌ ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ ଏକ କୁଖ୍ୟାତ ଟ୍ରୋଲ୍‌ ଫାର୍ମ ପ୍ରତିଷ୍ଠା କରିଥିବା ନେଇ ମଙ୍ଗଳବାର ସ୍ବୀକାର କରିଥିଲେ। ୨୦୨୧ରେ ଫରବିଡେନ୍‌ ଷ୍ଟୋରିଜ୍‌ ନେତୃତ୍ୱରେ ଏକ ଚାଞ୍ଚଲ୍ୟକର ପ୍ରଘଟ ହୋଇଥିଲା। ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ ଟେକ୍ଲୋଲୋଜିଜ୍‌ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓ୍ବେରକୁ ବିଶ୍ୱର ୫୦,୦୦୦ ବ୍ୟକ୍ତିଙ୍କ ବିରୋଧରେ ଗୁପ୍ତଚରଗିରି ପାଇଁ ବ୍ୟବହାର କରାଯାଇଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri