କାର୍‌ରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ମାମଲା ରୁଜୁ

କେନ୍ଦୁଝର,୧୫ା୨(ସ୍ବ.ପ୍ର.): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଚିଠି ନମ୍ବର ୧୯୦/୧୩-୨-୨୦୨୩ ରେ ‘ଧରିତ୍ରୀ’ରେ ପ୍ରକାଶିତ ଏକ ସମ୍ବେଦନଶୀଳ ଖବର ଉପରେ କେନ୍ଦୁଝର ଏସ୍‌ପି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲା ଶ୍ରମ ଅଧିକାରୀଙ୍କୁ ସବିଶେଷ ରିପୋର୍ଟ ମାଗିଛନ୍ତି। ଖବରକୁ ଭିତ୍ତି କରି ନିଜ ଆଡୁ ଆୟୋଗ କେସ୍‌ ନମ୍ବର ୪୨/୨୩ରେ ମାମଲା ରୁଜୁ କରି ଏହି ରିପୋର୍ଟ ମାଗିଛନ୍ତି। କାର୍‌ରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଠିକାଦାର ଗିରଫ ଶୀର୍ଷକ ଖବର ଗତ ୧୩ ତାରିଖରେ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ପୀଡ଼ିତାଙ୍କ ବୟସ, ମାନସିକ ସ୍ଥିତି, ଏତଲା ଓ ଚାର୍ଜ ସିଟ୍‌ କପି, କାଉନସେଲିଂ କପି, ସ୍ବାସ୍ଥ୍ୟ ଓ ମାନସିକ ଅବସ୍ଥା, ସୁରକ୍ଷା ବ୍ୟବସ୍ଥା, ଥଇଥାନ ବ୍ୟବସ୍ଥାର କପି ଦେବାକୁ ଆୟୋଗ କହିଛନ୍ତି। ସେହିପରି ଏହି ଘଟଣାକୁ ନେଇ ଜିଲାପାଳଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କପି ଦେବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ସେବାୟତଙ୍କୁ ସ୍ବାସ୍ଥ୍ୟବୀମା

ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ସହ ସମ୍ପୃକ୍ତ ସେବାୟତଙ୍କୁ ସ୍ବାସ୍ଥ୍ୟବୀମା ସୁବିଧା ମିଳିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନ୍ୟୁ ଇଣ୍ଡିଆ...

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହାତୀ

ପାରଳାଖେମୁଣ୍ଡି, ୧୭।୪ (ସ୍ବ.ପ୍ର.): ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟର ଅମରା ଓ ରାଟିଣୀ ଅଞ୍ଚଳରେ କେତେକ ଜଙ୍ଗଲୀ ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ...

ଖଣିକୁ ଅଡ଼ୁଆ ରପ୍ତାନି ଶୁଳ୍କ

ଯୋଡ଼ା,୨୦।୬(ଡି.ଏନ.ଏ.): ଖଣିଜ ସମ୍ପଦ ରପ୍ତାନି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଶୁଳ୍କ ଓଡ଼ିଶାର ଖଣି ସମୃଦ୍ଧ ଅଞ୍ଚଳ ପାଇଁ ଅଭିଶାପ ସଦୃଶ ହୋଇଛି। ଗତ ମେ...

୭୯ଜଣଙ୍କୁ ଉପକରଣ ପ୍ରଦାନ

ଢେଙ୍କାନାଳ ଅଫିସ, ୪।୧୨-ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଲାଉଲଇଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରିୟ’ ପକ୍ଷରୁ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ୭୯ଜଣଙ୍କୁ ଉପକରଣ ପ୍ରଦାନ କରାଯାଇଛି।...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ : ପୁଣି ବୁହାହେଲେ ଗର୍ଭବତୀ

କୋରୁକୋଣ୍ଡା,୨୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାର କୁଡୁମୁଳୁଗୁମ୍ମା ପଞ୍ଚାୟତର ନଙ୍ଗଳଗୁଡ଼ା ଗ୍ରାମକୁ ରାସ୍ତା ନ ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀ ପୁଣି ଥରେ ବୁହା ହୋଇ...

ମହଙ୍ଗା ପଡିଲା ପ୍ରେମ:କଲେଜ ଛାତ୍ରଙ୍କୁ ବୀଭତ୍ସ ହତ୍ୟା

କୁଆମରା ୨।୫: ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରୀନାଥପୁର ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ବାଡିରେ ସ୍ଥାନୀୟ...

ପ୍ରବଳ ବର୍ଷାରେ ଅଞ୍ଚଳ ଜଳମଗ୍ନ

ସୋରଡ଼ା,୬।୯(ଡି.ଏନ.ଏ.)-ଅନବରତ ବର୍ଷା ଯୋଗୁ ସୋରଡ଼ା ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସହରର ବାଂକ ବଜାର, ଖଦାଳ ସାହିରେ ନାଳ ପାଣି ରାସ୍ତା ଉପରେ ଭାସିବା ସହ...

ନୟାଗଡ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ନୟାଗଡ ଅଫିସ, ୨୬।୫: ନୟାଗଡ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଏକ...

Advertisement
Archives

Model This Week