ଇସ୍‌ଲାମୀୟ ବିପଦ

ତାଲିବାନ୍‌ ଆଫଗାନିସ୍ତାନକୁ ୨୦ ବର୍ଷ ପରେ କ୍ଷମତାକୁ ଫେରିବା ପରେ ଆଶା କରାଯାଉଥିଲା ତା’ର ହିଂସାତ୍ମକ ଆଭିମୁଖ୍ୟରେ ପରିବର୍ତ୍ତନ ଆସିବ। ଅଗଷ୍ଟ ୧୫ରେ କାବୁଲ ଦଖଲ କଲା ପରେ ତାଲିବାନ୍‌ର ଅନ୍ୟତମ ଶୀର୍ଷ ନେତା ତଥା ଉପପ୍ରଧାନମନ୍ତ୍ରୀ ଅବଦୁଲ ଗନି ବରାଦର ଘୋଷଣା କରିଥିଲେ ଯେ, ତାଙ୍କ ସଙ୍ଗଠନ କୌଣସି ରକ୍ତପାତ ଘଟାଇବ ନାହିଁ। ଏପରି କି ପୂର୍ବ ସରକାରରେ ଥିବା ସେନା ଅଧିକାରୀ, କର୍ମଚାରୀ ଓ ତାଲିବାନ୍‌ ବିରୋଧରେ କାମ କରିଥିବା ବ୍ୟକ୍ତି ଓ ଗୋଷ୍ଠୀକୁ ସର୍ବକ୍ଷମା ଦିଆଯାଇଥିବା କହିଥିଲେ। ତାଲିବାନ୍‌ ସମ୍ପୂର୍ଣ୍ଣ କ୍ଷମତା ଦଖଲ କରିବା ପରେ ବରାଦରଙ୍କୁ ଉପପ୍ରଧାନମନ୍ତ୍ରୀ କରାଯାଇ ତାଙ୍କ କାଟ୍‌ତି କମାଇ ଦିଆଯାଇଛି। ଇତିମଧ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାରଠାରୁ ଆରମ୍ଭକରି ଆଫଗାନିସ୍ତାନ ସେନାରେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛି ତାଲିବାନ୍‌। ନିକଟରେ ଜଣେ ଆଫଗାନ୍‌ ସେନାଙ୍କ ମୁଣ୍ଡ କାଟି ହାତରେ ଚୁଟିକୁ ଧରି ତାଲିବାନ୍‌ ସଦସ୍ୟମାନେ ଖୁସିରେ ନାଚୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ସେହି ସଙ୍ଗଠନ ନିଜ ପ୍ରତିଶ୍ରୁତିଠାରୁ ଦୂରେଇ ଯାଇ ପ୍ରମାଣ କରିଛି ଯେ ତା’ର ମୂଳ କ୍ରୂର ରୂପ କେବେହେଲେ ବଦଳିବ ନାହିଁ।

୧୧ ସେପ୍ଟେମ୍ବର ୨୦୨୧ରେ ଆମେରିକା ଉପରେ ଅଲ୍‌-କାଏଦା ଆତଙ୍କବାଦୀ ଆକ୍ରମଣ ୯/୧୧କୁ ୨୦ ବର୍ଷ ପୂରିଛି। ଏହି ଅବସରରେ ଅନୁଷ୍ଠିତ ସରକାରୀ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କୌଣସି ଶବ୍ଦ ଉଚ୍ଚାରଣ କରି ନ ଥିବା ଦେଖିବାକୁ ମିଳିଥିଲା। କେବଳ ତାଙ୍କ ୩ ଜଣ ପୂର୍ବସୂରୀଙ୍କ ନିକଟରେ ସେ ଠିଆ ହୋଇ ମୁଣ୍ଡ ନୁଆଁଇଥିଲେ। ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନ ମାଟିରେ ସୈନ୍ୟ ମୁତୟନ କରି ଆମେରିକା ତା’ ଇତିହାସରେ ସବୁଠାରୁ ଲମ୍ବା ଯୁଦ୍ଧ କରିଥିଲା। ହେଲେ ଶେଷ ନିଷ୍ପତ୍ତି ଆଜି ତାଲିବାନ୍‌କୁ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ କରିଦେଇଛି, ଯଦ୍ଦ୍ବାରା ତାହାର ଫାଇଦା ଚାଇନା, ରୁଷିଆ, ପାକିସ୍ତାନ ଓ ଇରାନ୍‌ ଭଳି ରାଷ୍ଟ୍ର ନେବାକୁ ଆଗେଇ ଆସିଛନ୍ତି। ଏହିସବୁ ରାଷ୍ଟ୍ର ସହ ଆହୁରି କେତେକ ଅନ୍ତର୍ଜାତୀୟ ସଙ୍ଗଠନ ତାଲିବାନ୍‌କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମର୍ଥନ ଦେଲେଣି। ଏଭଳି ସ୍ଥଳେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ଉଚ୍ଚାରଣ ବିଶ୍ୱରେ ଅତ୍ୟନ୍ତ ଗୁରୁତ୍ୱ ରଖୁଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ। ସେ କହିଛନ୍ତି ଯେ, ଉଗ୍ର ଇସ୍‌ଲାମୀୟ ଚିନ୍ତାଧାରା ବେଳକୁ ବେଳ ତୀବ୍ର ରୂପ ଧାରଣ କରିବା ପରେ ଏହା ଏବେ ଧର୍ମାନ୍ଧତା ଆଡ଼କୁ ଗତି କରି ଇସ୍‌ଲାମିକ୍‌ ପଲିଟିକାଲ ଡକ୍‌ଟ୍ରିନ୍‌ ବା ଇସଲାମୀୟ ରାଜନୈତିକ ମତ ସୃଷ୍ଟି କଲାଣି। ଏହି ଚିନ୍ତାଧାରା ସମ୍ପୂର୍ଣ୍ଣ ହିଂସା ଉପରେ ଆଧାରିତ। ଏକ ସମୟରେ ବୈପ୍ଳବିକ କମ୍ୟୁନିଷ୍ଟ ଚିନ୍ତାଧାରାକୁ ଦମନ କରିବା ପାଇଁ ଯେଉଁଭଳି ସମଗ୍ର ପୃଥିବୀରେ ପ୍ରଚେଷ୍ଟା କରାଯାଇଥିଲା, ଆଜି ସେହିଭଳି ଇସ୍‌ଲାମୀୟ ମତକୁ ପ୍ରତିହତ କରିବା ପାଇଁ ଉଭୟ ଶକ୍ତ ଓ ନରମ ପଦକ୍ଷେପ ନିଆଯିବା ଦରକାର। ଏହି ପ୍ରଚ୍ଛଦପଟରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାରରୁ ଭାରତ ଶିକ୍ଷାଲାଭ କରିବା ଦରକାର। କାହା ଉପରେ ନିର୍ଭର ନ କରି ବା କାହା କାନ୍ଧରେ ହାତ ନ ପକାଇ ସମସ୍ୟାର ସମାଧାନ ଦିଗରେ ଭାରତ ସ୍ବାଧୀନ ନିଷ୍ପତ୍ତି ନେବାର ସମୟ ଆସିଲାଣି। ସୀମାପାର ଆତଙ୍କବାଦ ବିରୋଧରେ କେବଳ ଲଢ଼େଇ ନୁହେଁ, ଧର୍ମାନ୍ଧତା ଯୋଗୁ ଉପୁଜୁଥିବା ଆଭ୍ୟନ୍ତରୀଣ ବିପଦକୁ ସାମ୍ନା କରିବା ଲାଗି ଭାରତ ନିଜେ ଲଢ଼େଇ କରିବା ଜରୁରୀ ହୋଇପଡ଼ିଲାଣି। ଏବର ଇସ୍‌ଲାମିକ୍‌ ଚିନ୍ତାଧାରା ନୂଆ ରୂପ ଧାରଣ କରି ମୁକ୍ତ, ଆଧୁନିକ ଓ ସଂସ୍କୃତିଗତ ସହନଶୀଳ ସମାଜ ପାଇଁ ବିପଦ ଭାବେ ଉଭା ହୋଇଛି।
ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣ ଯେଭଳି ଭାବେ ଅନ୍ତର୍ଜାତୀୟ ରାଜନୀତିକୁ ପରିବର୍ତ୍ତନ କରିଥିଲା, ଏକବିଂଶ ଶତାବ୍ଦୀର ଅନ୍ୟ କୌଣସି ଘଟଣା ସେଭଳି ପ୍ରଭାବ ପକାଇପାରି ନାହିଁ। କାରଣ ବାଇଡେନ୍‌ଙ୍କଠାରୁ ଟୋନି ବ୍ଲେୟାରଙ୍କ ପର୍ଯ୍ୟନ୍ତ ସମସ୍ତେ ଆଫଗାନିସ୍ତାନଠାରୁ ଯଥେଷ୍ଟ ଭୌଗୋଳିକ ଦୂରତାରେ ଥିବା ସତ୍ତ୍ୱେ ବିଚଳିତ ହେଲେଣି। ଅନ୍ୟପଟେ ଭାରତର ଦୁଆରମୁହଁରେ ଆଫଗାନିସ୍ତାନ ବସିଛି। ଦୀର୍ଘ ୨୦ ବର୍ଷର ଯୁଦ୍ଧ ପରେ ମଧ୍ୟ ଆମେରିକା ନେତୃତ୍ୱାଧୀନ ଗଣତାନ୍ତ୍ରିକ ଶକ୍ତିମାନେ ଆଫଗାନିସ୍ତାନରେ ପରିବର୍ତ୍ତନ ଆଣିବାରେ ଅସଫଳ ହେଲେ। ଏଥିରୁ ବୁଝିବାକୁ ହେବ ଯେ, ଭାରତ ସମେତ ଅନ୍ୟ ଯେତେ ଦେଶ ସେଠାରେ ବେସାମରିକ କିମ୍ବା ସାମରିକ ଶକ୍ତି ବ୍ୟବହାର କରି ଏକ ନୂଆ ସମାଜ ସୃଷ୍ଟି କରିବାରେ ଉଦ୍ଦେଶ୍ୟ ରଖିଥିଲେ, ସମସ୍ତେ ବାଟବଣା ହୋଇଯାଇଛନ୍ତି। ଆଜିର ସ୍ଥିତିରେ ବିଶ୍ୱ ସମ୍ମୁଖରେ ପୁନର୍ବାର ୧୧ ସେପ୍ଟେମ୍ବର ୨୦୦୧ ମସିହାର ସେହି ସମାନ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସମସ୍ୟା ଫେରିଆସିଛି।
ଏବର ଇସ୍‌ଲାମୀୟ ଉଗ୍ର ଚିନ୍ତାଧାରା ସମଗ୍ର ପୃଥିବୀ ପାଇଁ ଏକ ବିରାଟ ବିପଦ ସୃଷ୍ଟି କରିଦେଲାଣି। ଏହାକୁ ସାମ୍ନା କରିବା ସକାଶେ ଭାରତକୁ ତା’ର ନିଜସ୍ବ ପନ୍ଥା ଓ ରଣନୀତି ପ୍ରସ୍ତୁତ କରିବାକୁ ହେବ। ତାହା ସମ୍ପୂର୍ଣ୍ଣ ଭାବେ ଭାରତର କୂଟନୀତି ଓ ପ୍ରତିରକ୍ଷା କୌଶଳ ଉପରେ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?