Posted inଖେଳ

ଟ୍ରେନିଂକୁ ଫେରିଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୬: କୋଭିଡ୍‌-୧୯ ମହାମାରୀ କାରଣରୁ ଦୀର୍ଘ ୩ ମାସ ପରେ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଟ୍ରେନିଂକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର ଏ ନେଇ ସେ ନିଜ ଇନ୍‌ଷ୍ଟଗ୍ରାମ୍‌ ଆକାଉଣ୍ଟରେ ଚିତ୍ର ଓ ଭିଡିଓ ପୋଷ୍ଟ କରିଛନ୍ତି। କେତୋଟି ବେସିକ୍‌ ଟ୍ରେନିଂ କରିବା ସହ ସେ ଓ୍ବାର୍ମ ଅପ୍‌ ଡ୍ରିଲ୍‌ କରିଥିଲେ। ପୂର୍ବରୁ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମଧ୍ୟ ଟ୍ରେନିଂକୁ ଫେରିବା ନେଇ ସୂଚନା ଦେଇଥିଲେ। ଈଶାନ୍ତ ଭାରତ ପାଇଁ ୯୭ ଟେଷ୍ଟ ଖେଳି ୨୯୭ ଉଇକେଟ ହାସଲ କରିଥିଲେ। ଏଥିରେ ୧୧ଟି ୫ ଉଇକେଟ ସଫଳତା ସାମିଲ ରହିଛି। ଗତ ମାସ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାଙ୍କ ନାମ ସୁପାରିସ୍‌ କରିଛି।
ଟେଷ୍ଟରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମିଙ୍କ ସହ ଈଶାନ୍ତ ଭାରତୀୟ ଦ୍ରୁତ ବୋଲିଂ ବିଭାଗର ଦାୟିତ୍ୱ ବହନ କରୁଛନ୍ତି। ଏ ୩ ବୋଲରଙ୍କୁ ନେଇ ଗଠିତ ଭାରତୀୟ ଦ୍ରୁତ ବୋଲିଂ ଏବେ ବିଶ୍ୱର ଶ୍ରେଷ୍ଠ ବିବେଚିତ ହେଉଛି। ଈଶାନ୍ତ ଭାରତ ପାଇଁ ଦିନିକିଆ କିମ୍ବା ଟି୨୦ ମ୍ୟାଚ୍‌ ଖେଳୁନାହାନ୍ତି। ଆଗକୁ ଆୟୋଜନ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ସେ ଟେଷ୍ଟ ଦଳରେ ସାମିଲ ହେବେ। ଏହି ଗସ୍ତରେ ଭାରତ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଆଗାମୀ ଡିସେମ୍ବରରେ ଏହି ୪ ମ୍ୟାଚ୍‌ ବିଶିଷ୍ଟ ବହୁଚର୍ଚ୍ଚିତ ଟେଷ୍ଟ ସିରିଜ ଖେଳାଯିବ। ଆଡିଲେଡ୍‌ରେ ଡିସେମ୍ବର ୧୧ ତାରିଖରୁ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଦିବାରାତ୍ର ଭିତ୍ତିକ ହେବ। ପ୍ରଥମ ଟେଷ୍ଟ ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ। ସେହିପରି ତୃତୀୟ ଓ ଚତୁର୍ଥ ଟେଷ୍ଟମ୍ୟାଚ୍‌ ଡିସେମ୍ବର ୨୬ ଓ ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁସ୍‌ଫିକର, ବ୍ରାଇସ୍‌ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୪ା୬ (ପି.ଟି.)-ବାଂଲାଦେଶର ପୂର୍ବତନ ଅଧିନାୟକ ମୁସ୍‌ଫିକର ରହିମ ଓ ସ୍କଟିଶ ଅଲ୍‌ରାଉଣ୍ଡର କ୍ୟାଥରିନ୍‌ ବ୍ରାଇସ୍‌ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଆଇସିସି ପ୍ଲେୟର...

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଙ୍ଗନୁଇ,୩୦।୧୧: ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ୭୨ ରନରେ ବିଜୟ ହାସଲ...

ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କଥା ଦେଇନାହୁଁ: ଧୂମଲ

ନୂଆଦିଲ୍ଲୀ,୨୨।୫(ପି.ଟି.): ଆସନ୍ତା ଅଗଷ୍ଟରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କୌଣସି କଥା ଦେଇନାହୁଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୋଷାଧ୍ୟକ୍ଷ ଅରୁଣ...

ଜାତୀୟ କରାଟେରେ ଓଡ଼ିଶାକୁ ୮ ପଦକ

ଭୁବନେଶ୍ୱର,୨୦ା୨(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତରାଖଣ୍ଡର ଡେରାଡୁନରେ ଶେଷ ହୋଇଥିବା ଜାତୀୟ ସିନିୟର ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତାରେ ଓଡିଶାର କରାଟେକା ମୋଟ ୮ ପଦକ...

ପାକିସ୍ତାନକୁ ଧୂଳି ଚଟାଇବା ପରେ ପାଣ୍ଡ୍ୟା କହିଲେ,ମୁଁ ଜାଣିଥିଲି…

ଦୁବାଇ,୨୯।୮: ଏସିଆ କପ୍‌ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।...

ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କଲେ ୱାସିମ, ବୁମ୍‌ରା ସମେତ ଏହି ଆହତ ଖେଳାଳିଙ୍କୁ କଲେ ସାମିଲ

ନୂଆଦିଲ୍ଲୀ,୨୪।୭: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଏହି ଟୁର୍ନାମେଣ୍ଟ...

ଭାରତର ଇନିଂସ ବିଜୟ

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଏକ ଇନିଂସ ୧୩୦ ରନ୍‌ରେ ଜିତି ନେଇଛି। ବିରାଟ...

‘ପୁଅଙ୍କ ସହ ମ୍ୟାଚ ମୋଡ଼ ବଦଳାଇଥିଲା’

ଭୁବନେଶ୍ୱର, ୧୭।୧୧ (ତପନ ସ୍ବାଇଁ): ଭାରତରେ ଏବେ ମହିଳା କ୍ରିକେଟ ଉତ୍‌ଥାନ ପଥରେ ରହିଛି। ଭାରତୀୟ ଦଳ ବିଶ୍ୱର ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେବାକୁ...

Advertisement
Archives

Model This Week