Posted inଜାତୀୟ

ବାମପନ୍ଥୀ-ଚରମପନ୍ଥୀଙ୍କୁ ସୁରକ୍ଷା ଦେବାକୁ କରାଯାଉଛି କି କୋର୍ଟର ବ୍ୟବହାର, ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୪।୭ : ମାଓବାଦୀ ବିରୋଧୀ ଅପରେଶନ ସମୟରେ ଛତିଶଗଡରେ ଆଦିବାସୀଙ୍କ ହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସୁପ୍ରିମକୋର୍ଟ(ଏସ୍‌ସି) ଏକ ୧୩ ବର୍ଷ ପୁରୁଣା ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ସହିତ କୋର୍ଟ ଆବେଦନକାରୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି। ଏହା ବ୍ୟତୀତ ବାମପନ୍ଥୀ ଏବଂ ଚରମପନ୍ଥୀଙ୍କ ସୁରକ୍ଷା ଅଭିଯୋଗରେ କେତେକ ବ୍ୟକ୍ତି ଏବଂ ସଂଗଠନ କୋର୍ଟର ବ୍ୟବହାର କରୁଛନ୍ତି କି ନାହିଁ ତାହା ଉପରେ ପ୍ରଶ୍ନ କରିବା ସହିତ ସର୍ବୋଚ୍ଚ ନ୍ୟାୟାଳୟ ଏହାର ଯାଞ୍ଚ୍‌ ଅନୁମତି ଦେଇଛନ୍ତି।

ଜଷ୍ଟିସ ଏମ ଖାନୱିଲକର ଏବଂ ଜଷ୍ଟିସ ଜେ.ବି ପାରଦୀୱାଲଙ୍କ ନେତୃତ୍ୱରେ ଗଠିତ ଖଣ୍ଠଡପୀଠ ୨୦୧୯ରେ ଆଦିବାସୀ ଅଧିକାର କର୍ମୀ ହିମାଂଶୁ କୁମାର ଏବଂ ଅନ୍ୟ ୧୨ ଜଣଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏହି ରାୟ ଦେଇଛନ୍ତି। ମେ ୧୯ ରେ କୋର୍ଟ ଏହାର ରାୟ ସଂରକ୍ଷଣ କରିଥିଲେ। ଏଥିସହ କୋର୍ଟ ଆବେଦନକାରୀ କୁମାରଙ୍କୁ ଚାରି ସପ୍ତାହ ମଧ୍ୟରେ ୫ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ବର୍ଷ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମାଧ୍ୟମରେ ସୁପ୍ରିମକୋର୍ଟରେ ଏନେଇ ଏକ ପିଟିଶନ ଦାଖଲ କରାଯାଇଥିଲା। ମାର୍ଚ୍ଚ ୨୦୨୨ରେ ସରକାର ଗ୍ରହଣ କରିଥିବା କୋର୍ଟ ରେକର୍ଡରୁ ଜିଲା ଜଜଙ୍କ ଏକ ରିପୋର୍ଟ ଅଦୃଶ୍ୟ ହୋଇଯାଇଥିବା ଆବେଦନପତ୍ରରେ ଦର୍ଶାଯାଇଛି। କେନ୍ଦ୍ର ସୂଚନାନୁସାରେ, ଅଭିଯୋଗକାରୀମାନେ ଜିଲା ଜଜଙ୍କ ନିକଟରେ ବିବୃତ୍ତି ଦେଇଛନ୍ତି ଯେ ଜଙ୍ଗଲରୁ କିଛି ଅଜ୍ଞାତ ବ୍ୟକ୍ତି ଆସି ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ଏଥିସହ ସୁରକ୍ଷା ବାହିନୀର ସଦସ୍ୟଙ୍କ ଉପରେ କେହି ପ୍ରଶ୍ନ ଉଠାଇ ନାହାଁନ୍ତି।

ଏହା ପରେ କୌଣସି କେନ୍ଦ୍ରୀୟ ଏଜେନ୍ସିକୁ ଯାଞ୍ଚ୍‌ କରିବାକୁ କେନ୍ଦ୍ର ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ହିଂସାତ୍ମକ ମାଓବାଦୀ କାର୍ଯ୍ୟକଳାପର ସୁରକ୍ଷା ପାଇଁ ମକଦ୍ଦମା ସହ ଜଡିତ ଥିବା ବ୍ୟକ୍ତି ଏବଂ ସଂଗଠନଗୁଡ଼ିକୁ ଚିହ୍ନଟ କରିବାକୁ ଚେଷ୍ଟା କରିବା ଲାଗି ଏଥିରେ ଉଲ୍ଲେଖ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା କରତାରପୁର କରିଡର

ନୂଆଦିଲ୍ଲୀ,୧୮ ।୧୧: ଦୀର୍ଘ ପ୍ରାୟ ୨୦ ମାସ ପରେ ଖୋଲିଛି କରତାରପୁର କରିଡର । ପ୍ରଥମଥର ପାଇଁ ୨୮ ଜଣ ଭାରତୀୟ ଶିଖ ବୁଧବାର ଭିଜା...

ମୁମ୍ବାଇରେ ୧୪୪ ଧାରା ଜାରି

ମୁମ୍ବାଇ,୨ା୭(ପି.ଟି.): କରୋନା ସଂକ୍ରମଣକୁ ରୋକିବା ଲାଗି ମୁମ୍ବାଇ ପୋଲିସ ବୁଧବାର ସହରରେ ୧୪୪ ଧାରା ଜାରି କରିଛି। ସର୍ବସାଧାରଣ ସ୍ଥାନରେ ଲୋକମାନଙ୍କ ଯାତାୟାତ ଉପରେ କଟକଣା...

ଗୋଟିଏ ମିନିଟ୍‌ରେ ୬ହଜାର ୫ ଶହ ଗଛ ଲଗାଇ ଇତିହାସ ରଚିଲା ତ୍ରିପୁରା

ଅଗରତାଲା,୨୨।୬: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଉପସ୍ଥିତିରେ ଚାଲିଥିବା ବୃକ୍ଷରୋପଣ ଅଭିଯାନରେ ଗୋଟିଏ ମିନିଟ୍‌ରେ ପ୍ରାୟ ୬ ହଜାର ୫ ଶହ ବୃକ୍ଷରୋପଣ କରି...

୭୫ ଭିତ୍ତିଭୂମି ପ୍ରକଳ୍ପ ଉଦ୍‌ଘାଟନ କଲେ ରାଜନାଥ

ନୂଆଦିଲ୍ଲୀ,୨୯ା୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ୭୫ଟି ଭିତ୍ତିଭୂମି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଶ୍ୟୋକ ନଦୀ ଉପରେ...

ଦୀର୍ଘ ଦିନ ପରେ ଏକାଠି ମାଆଙ୍କ ସହ ଭୋଜନ କଲେ ମୋଦି

ଗାନ୍ଧିନଗର,୧୨ ।୩: ବିଧାନସଭା ନିର୍ବାଚନରେ ୪ ରାଜ୍ୟରେ ବିଜୟର ଧ୍ୱଜା ଉଡାଇବା ପରେ ଏବେ ଗୁଜରାଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର...

କାର୍‌ ରାଇଡ୍‌ରୁ ବଦଳିଥିଲା ସମୀକରଣ

ମୁମ୍ବାଇ/ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ତିନୋଟି ଭିନ୍ନ ବିଚାରଧାରାର ଦଳର ମେଣ୍ଟକୁ ନେଇ ସରକାର ଗଢ଼ାଯିବା ପାଇଁ ସ୍ଥିର ହୋଇଛି। ଏହି ଅପ୍ରତ୍ୟାଶିତ ପଦକ୍ଷେପ ରାଜନୈତିକ ପର୍ଯ୍ୟବେକ୍ଷକ ଓ...

ପିଏମ୍‌-କେୟାର୍ସ ମାମଲା: ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୮।୭(ପି.ଟି.): ସୁପ୍ରିମକୋର୍ଟରେ ପିଏମ୍‌-କେୟାର୍ସ ପାଣ୍ଠି ମାମଲାର ଶୁଣାଣି ସୋମବାର ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ଅଦାଲତରେ କେନ୍ଦ୍ର ସରକାର ପିଏମ୍‌-କେୟାର୍ସ ଫଣ୍ଡ ସପକ୍ଷରେ ଦୃଢ଼...

ଆଇଏଏସ୍‌ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ

ଜୟପୁର,୯।୭: ରାଜସ୍ଥାନର ଜୈସଲମେର ଜିଲାପାଳ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ ହୋଇଛି। ହ୍ବାଟ୍‌ସଆପ୍‌ରେ ଟିନା ଡାବିଙ୍କ ଫଟୋ ରଖି ଜଣେ ବ୍ୟକ୍ତି ଆମାଜନ...

Advertisement
Archives

Model This Week