ମେଗାଲିଫ୍ଟ କେନାଲରୁ ୩ ବ୍ଲକକୁ ଜଳସେଚନ ଦାବି: ଏନ୍‌ଏଚ୍‌ ଅବରୋଧ କଲା ଚାଷୀ ସଙ୍ଗଠନ

କୋକସରା,୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଚଳିତବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର କମ୍‌ ଥିବା ଦର୍ଶାଇ ଇନ୍ଦ୍ରାବତୀ ମେଗାଲିଫ୍ଟ କର୍ତ୍ତୃପକ୍ଷ ରବି ଚାଷ ପାଇଁ ଜଳସେଚନ ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦ କରିଛି ସଚେତନ କୃଷକ ମଞ୍ଚ। ମଞ୍ଚର କର୍ମକର୍ତ୍ତାଙ୍କ ସହ ହଜାର ସଂଖ୍ୟାରେ ଚାଷୀ ମଙ୍ଗଳବାର କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଛକରେ ୨୬ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ବିଶେଷ କରି ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ଚାଷଜମିକୁ ଜଳସେଚନ ଦାବି କରିଥିଲେ ଆନ୍ଦୋଳନକାରୀ। ଏହା ଦ୍ୱାରା ଭବାନୀପାଟଣାରୁ ଜୟପୁର ଓ ମୁଖିଗୁଡା ମଧ୍ୟରେ ଯାତାୟାତ ଠପ ହୋଇଥିଲା। ତେବେ ପୋଲିସ ପକ୍ଷରୁ କାଲୋପଳା ଢ଼ାବା ଛକ ଓ ବୋବାରିଆ ଛକରୁ ଯାତ୍ରୀବାହୀ ବସ ଓ ଭାରିଯାନ ବାଇପାସ ଦେଇ ଯିବାଆସିବା ପାଇଁ ବ୍ୟବସ୍ଥା କରାଯାଇଛି। ଅତିରିକ୍ତ ଜିଲାପାଳ ଅଜିତ କୁମାର ଶବର, ଶ୍ରୀକାନ୍ତ ଶତପଥୀ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ, ଜୟପାଟଣା ବିଡ଼ିଓ ଧର୍ମରାଜ ମାଝୀ, ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା,କୋକସରା ଥାନା ଅଧିକାରିଣୀ ସ୍ନିଗ୍ଧା ରାଣୀ ସୁନା ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀ ଚାଷୀଙ୍କ ଆଲୋଚନା କରିବା ସତ୍ତ୍ୱେ କୌଣସି ସମାଧାନ ବାହାରି ନଥିଲା। ଚାଷୀମାନେ ଜଳସେଚନ ଦାବି ଜିଦରେ ଅଡ଼ି ବସିଥିଲେ। ସଚେତନ କୃଷକ ମଞ୍ଚ ପକ୍ଷରୁ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ନେତୃତ୍ୱରେ କୃଷକ ସଙ୍ଗଠନ ନେତା ଡାକେଶ୍ୱର ଲହଜଳ, ଦିଗମ୍ବର ଦୁରିଆ, ଜୟ ଜଗନ୍ନାଥ କୃଷକ ମଞ୍ଚ ଲଡୁଗାଁ ସଭାପତି ଦୁର୍ଗା ଅଗ୍ରୱାଲ, ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ, ଜୟପାଟଣା ବ୍ଲକର ଚାଷୀନେତା ଟିକଚନ ସାହୁ ସମେତ ଚାଷୀମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଅପରାହ୍ନ ସାଢେ ୫ଟାରେ ଧର୍ମଗଡ ଉପ ଜିଲାପାଳ ଧୀମାନ ଚକମା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରେ ଥିବା ଚାଷୀନେତାଙ୍କ ସହ ଆଲୋଚନା କରି ଜଳସେଚନ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପର୍ଯ୍ୟାପ୍ତ ଜଳସ୍ତର ନ ଥିବା କାରଣରୁ ଚଳିତ ବର୍ଷ ମେଗାଲିଫ୍ଟ କେନା ରେ ଜଳସେଚନ ବନ୍ଦ କରାଯାଇଛି। ଏଣୁ କୌଣସିମତେ ଜଳସେଚନ ସମ୍ଭବପର ନୁହେଁ। ଆପଣମାନେ ପ୍ରଶାସନ ସହିତ ସହଯୋଗ ରକ୍ଷା କରି ଆନ୍ଦୋଳନରୁ ନିବୃତ୍ତ ରହନ୍ତୁ ବୋଲି କହିଥିଲେ। ପରେ ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri