ରାସ୍ତା ବିଗାଡୁଛି ଲୁହାଚକ ଲଗା ଟ୍ରାକ୍ଟର:ବଢୁଛି ଅସନ୍ତୋଷ

ନୂଆପଡ଼ା,୭ା୬ (ମକାରୁ ବେମାଲ):କେନ୍ଦ୍ର ତଥା ରାଜ୍ୟ ସରକାର ଗମନାଗମନ ପାଇଁ ବିଭିନ୍ନ ଯୋଜନାରେ ଟଙ୍କା ଖର୍ଚ୍ଚକରି ସଡ଼କ ପଥ ନିର୍ମାଣ କରୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ଲୁହାଚକ ଲଗା ଟ୍ରାକ୍ଟର ଏହାକୁ ବିଗାଡୁଛି। ନୂଆପଡ଼ା ଜିଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲାର ସହର ଓ ଗ୍ରାମାଞ୍ଚଳରେ ୯୦% ରାସ୍ତା ପକ୍କା ହୋଇଗଲାଣି। ଯେଉଁଠି କଚ୍ଚା ରାସ୍ତା ଥିଲା ତାହା ପିଚୁ ହୋଇଛି। ଏପରି କି ଗୁରୁତ୍ୱକୁ ଦେଖି ଅଧିକାଂଶ ରାସ୍ତା ୨ଲେନ୍‌ ବିଶିଷ୍ଟ ହୋଇଛି। ଫଳରେ ଯାନବାହନ ଚଳାଚଳ ସୁଗମ ହୋଇପାରୁଛି। ହେଲେ ଲୁହାଚକ ଲଗା ଟ୍ରାକ୍ଟର ଏସବୁ ରାସ୍ତାକୁ ଖରାପ କରୁଥିବା ଦେଖାଯାଉଛି। ପ୍ରଶାସନିକ ସ୍ତରରେ ଅଙ୍କୁଶ ଲଗାଯାଉ ନ ଥିବାରୁ ଏସବୁ ଯାନ ବହୁଳ ବ୍ୟବହାର ଚାଳିଛି। ଦଣ୍ଡବିଧାନ ବ୍ୟବସ୍ଥା କରାଗଲେ ଏ ପ୍ରକାର ଯାନ ଚଳାଚଳ କମିବା ସହ ରାସ୍ତା ସୁରକ୍ଷିତ ରହିପାରନ୍ତା ବୋଲି ଜନସାଧାରଣ ମତପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ଜଣେ ଅଧିକାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି, ସରକାର ବିଭିନ୍ନ ଯୋଜନାରେ ଟଙ୍କା ଖର୍ଚ୍ଚ କରି ଆମ ପାଇଁ ରାସ୍ତା ନିର୍ମାଣ କରୁଛନ୍ତି। ତାହାର ରକ୍ଷଣାବେକ୍ଷଣ କରିବା ଆମର ଦାୟିତ୍ୱ। ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଆମେ ସମସ୍ତେ ମିଶି ରାସ୍ତାର ସୁରକ୍ଷା ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ: ଶେଷରେ…

ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍‌ସର ସହ ଦୀର୍ଘଦିନ…

ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟରେ ସ୍ୱର୍ଣ୍ଣପ୍ରାଶନ କାର୍ଯ୍ୟକ୍ରମ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲରେ ମଙ୍ଗଳବାର କୌମାରଭୃତ୍ୟ–ଶିଶୁରୋଗ ବିଭାଗ ପକ୍ଷରୁ ଶିଶୁମାନଙ୍କ ସୁସ୍ଥତା ଓ ସାମଗ୍ରିକ ବିକାଶକୁ ଲକ୍ଷ୍ୟ…

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri