ବର୍ଷକରେ ୫ଗୁଣା ବଢ଼ିଲା ଲୁହାପଥର ମୂଲ୍ୟ

ଯାଜପୁର ଅଫିସ,୧୧।୬: ଲୁହାପଥର ଅଭାବ ଓ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍‌ କାରଖାନାଗୁଡିକ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଗତ ବର୍ଷକ ମଧ୍ୟରେ ଲୁହାପଥର ଦର ପ୍ରାୟ ୫ ଗୁଣାରୁ ଅଧିକ ବଢ଼ିଛି। କରୋନା ମହାମାରୀ ପ୍ରଭାବରେ ଦୋହଲି ଯାଇଥିବା ବିଶ୍ୱ ଅର୍ଥନୀତିକୁ ସଜାଡ଼ିବାରେ ଇସ୍ପାତ ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ହେଲେ ବିଡମ୍ବନାର ବିଷୟ ଯେ ଶିଳ୍ପ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ଲୁହାପଥର ଉତ୍ପାଦନ କ୍ରମେ ହ୍ରାସ ପାଉଥିବା ହେତୁ ଲୁହାପଥରର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି। ନିଜସ୍ବ ଲୁହାପଥର ଖଣି ନ ଥିବା ଶିଳ୍ପସଂସ୍ଥାଗୁଡିକ ବର୍ତ୍ତମାନ ପରିସ୍ଥିତିରେ ବର୍ଦ୍ଧିତ ମୂଲ୍ୟରେ ଲୁହାପଥର କିଣି କାରଖାନା ଚଳାଇବା ସମ୍ଭବପର ହେଉନାହିଁ। ଫଳରେ ସଂମ୍ପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କ ଜୀବନଜୀବିକା ବିପନ୍ନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ଲୁହାପଥର ଉତ୍ପାଦନ ୧୪୨ ମିଲିୟନ ଟନ୍‌ ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୩୧ ମିଲିୟନ ଟନ ହ୍ରାସ ପାଇ ୧୧୧ ମିଲିୟନ ଟନ୍‌ ହୋଇଛି। ସେହିପରି ୨୦୧୯-୨୦ରେ ୧୭.୪ ମିଲିୟନ ଟନ୍‌ ଲୁହାପଥର ଓଡ଼ିଶା ବାହାରକୁ ରପ୍ତାନି କରାଯାଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୧.୬ ମିଲିୟନ ଟନ୍‌ ବୃଦ୍ଧି ପାଇ ୨୯ ମିଲିୟନ ଟନ୍‌ରେ ପହଞ୍ଚିଛି। ଫଳରେ ରାଜ୍ୟରେ ଗତ ବର୍ଷ ତୁଳନାରେ ଏହି ବର୍ଷ ୪୨ ମିଲିୟନ ଟନ୍‌ ଲୁହାପଥରର ଅଭାବ ଦେଖାଦେଇଛି। ଏହି କାରଣରୁ ଲୁହାପଥର ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ଜୁନ୍‌ ୨୦୨୦ରେ ଲୁହାପଥର ମୂଲ୍ୟ ଟନ୍‌ ପିଛା ୨୨୦୦ ଟଙ୍କା ଥିଲାବେଳେ ଜୁନ ୨୦୨୧ରେ ଏହା ଅଦ୍ଭୂତପୂର୍ବ ଭାବେ ବୃଦ୍ଧି ପାଇ ଟନ୍‌ ପିଛା ପ୍ରାୟ ୧୨ ହଜାର ଟଙ୍କାରେ ପହଞ୍ଚତ୍ଛି। ଲୁହା ପଥର କମ୍‌ ଉତ୍ପାଦନ ଯୋଗୁ ଇ-ନିଲାମ ପ୍ରକ୍ରିୟାରେ ନିଜସ୍ବ ଖଣି ନ ଥିବା ଲୁହାପଥର ଖରିଦକାରୀ ଇସ୍ପାତ୍‌ ଶିଳ୍ପ ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହି ଆସୁଛନ୍ତି। ଏପରି କି ଲୁହାପଥରର ଅଭାବୀ ଯୋଗାଣ ଯୋଗୁ ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାଜ୍ୟର ଇସ୍ପାତ୍‌ କାରଖାନାଗୁଡ଼ିକ ନିଜ କାରଖାନାର ଲୁହାପଥର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଗତ ୨ା୬ା୨୦୨୧ରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦ୍ୱାରା ଆହୂତ ଇ-ନିଲାମରେ ଭାଗ ନେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ନିଜସ୍ବ ଲୁହାପଥର ଖଣି ଥିବା କେତେକ ଶିଳ୍ପ ସଂସ୍ଥା ମଧ୍ୟ ଭାଗ ଏଥିରେ ନେଇଥିଲେ। ଲୁହାପଥର ଦର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ନିଲାମ ପ୍ରକ୍ରିୟାରେ ନିଜସ୍ବ ଖଣି ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଭାଗ ନେଇଥିଲେ ବୋଲି କୁହାଯାଇଛି। ଫଳରେ ନିଲାମ ପାଇଁ ରଖାଯାଇଥିବା ଲୁହାପଥରର ଟନ୍‌ ପିଛା ମୂଲ୍ୟ ୧୧,୬୧୨ ଟଙ୍କାକୁ ବୃଦ୍ଧି ପାଇଛି। ଯାହାକି ଗତ ଏପ୍ରିଲ ପ୍ରଥମ ସପ୍ତାହରେ ହୋଇଥିବା ନିଲାମ ଦର ଠାରୁ ଏହା ପ୍ରାୟ ୪ହଜାର ଟଙ୍କା ଅଧିକ। ଆର୍ଥିକ ମାନ୍ଦାବସ୍ଥା ସମୟରେ ଲୁହାପଥରର ଅହେତୁକ ମୂଲ୍ୟ ବୃଦ୍ଧି ନିଜସ୍ବ ଖଣି ନ ଥିବା ଇସ୍ପାତ୍‌ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍‌ କାରଖାନା ଯଥା ଆଧୁନିକ ଇସ୍ପାତ୍‌, କନ୍‌କାଷ୍ଟ ଇସ୍ପାତ୍‌, ଏମ୍‌ଏସ୍‌ପି ଇସ୍ପାତ୍‌ କାରଖାନାଗୁଡ଼ିକ ବନ୍ଦ ହୋଇଯାଇଥିବାବେଳେ ଇସ୍ପାତ୍‌ ରାଜଧାନୀ ବୋଲାଉ ଥିବା କଳିଙ୍ଗନଗର ଶିଳ୍ପାଞ୍ଚଳ ଏବେ ରଙ୍ଗହୀନ ହୋଇପଡ଼ିଛି। ଏଠାରେ ଗଢ଼ିଉଠିଥିବା ନୀଳାଚଳ ଇସ୍ପାତ ନିଗମ, ମେସ୍କୋ ଷ୍ଟିଲ ପ୍ଲାଣ୍ଟ, ମଇଥାନ ଇସ୍ପାତ୍‌ ଓ ରୋହିତ କାରଖାନା ବନ୍ଦ ହୋଇଯାଇଥିବାବେଳେ କେତେକ କାରଖାନା ଏପରି ପରିସ୍ଥିତିରେ ସଂଘର୍ଷ କରୁଛନ୍ତି। କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ଏହି ସମ୍ବେଦନଶୀଳ ଘଟଣା ପ୍ରତି ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଏବଂ ଇସ୍ପାତ ଓ ଖଣି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?