Posted inଖେଳ

ଧୋନୀଙ୍କଠାରୁ କାହିଁକି ସ୍ପଷ୍ଟୀକରଣ ମାଗିଥିଲେ ଇର୍ଫାନ

ବଦୋଦରା, ୨୮।୬- ଭାରତୀୟ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଲ୍‌ରାଉଣ୍ଡର ଇର୍ଫାନ୍‌ ପଠାନଙ୍କ କ୍ୟାରିୟର ଉତ୍‌ଥାନ ପତନ ମଧ୍ୟରେ ଶେଷ ହୋଇଯାଇଥିଲା। ପଠାନ ଏଭଳି ଜଣେ କ୍ରିକେଟର୍‌ ଥିଲେ ଯିଏକି ନିଜର ଅନ୍ତିମ ମ୍ୟାଚ୍‌ରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଲାଭ କରିଥିଲେ। କିନ୍ତୁ ଏହାପରେ ତାଙ୍କୁ ଆଉ ଜାତୀୟ ଦଳରେ ଖେଳିବାର ସୁଯୋଗ ମିଳି ନ ଥିଲା। ୨୦୧୨ରେ ସେ ଯେତେବେଳେ ଭାରତୀୟ ଦଳରୁ ବାଦ୍‌ ପଡ଼ିଲେ ସେତେବେଳେ ପୁରା ଫର୍ମରେ ଥିଲେ। ଏହି ଘଟଣାକୁ ନେଇ ପଠାନ କ୍ଷୋଭ ପ୍ରକାଶ କରିଛନ୍ତି। ଏକ ସାକ୍ଷାତ୍‌କାର ଅବସରରେ ପଠାନ କହିଛନ୍ତି, ମୁଁ ଖେଳିଥିବା ଅନ୍ତିମ ଦିନିକିଆ ଓ ଟି୨୦ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲି। ମୋର ମନେ ଅଛି ରିଦ୍ଧିମାନ ଶାହ ଗୋଟିଏ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍‌ ନ ଖେଳି ଭାରତୀୟ ଦଳରେ ସ୍ଥାନ ପାଇଗଲେ। ଶାହଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ଦ୍ୱିଶତକ ଅର୍ଜନ କରିଥିଲେ। କିନ୍ତୁ ଶାହଙ୍କୁ ପୁଣିଥରେ ଭାରତୀୟ ଦଳରୁ ଡକରା ଆସିଥିଲା। କିଛି ଲୋକ ଭାଗ୍ୟଶାଳୀ ଅଟନ୍ତି। ମୁଁ କିନ୍ତୁ ଦୁର୍ଭାଗ୍ୟଶାଳୀ ଥିଲି’ ବୋଲି ପଠାନ କହିଛନ୍ତି। ସେହିଭଳି ୨୦୦୮ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ସିରିଜରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଥିଲେ ଇର୍ଫାନ ଲୟରେ ବୋଲିଂ କରୁନାହାନ୍ତି। ଏହାକୁ ନେଇ ଧୋନୀଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି ଇର୍ଫାନ। ‘ମୁଁ ଏହି ଘଟଣାରେ ଧୋନୀଙ୍କ ସହ କଥା ହୋଇଥିଲି। ସେହି ସିରିଜରେ ଯେତେବେଳେ କି ମୁଁ ଭଲ ବୋଲିଂ କରୁଥିଲି ଧୋନୀ ସେତେବେଳେ ଏଭଳି କହିଥିଲେ। ଆହୁରି ଅଧିକ ଭଲ ବୋଲିଂ କରିବା ପାଇଁ କ’ଣ କରିବାକୁ ପଡ଼ିବ ବୋଲି ଧୋନୀଙ୍କୁ ମୁଁ ସ୍ପଷ୍ଟିକରଣ ମାଗିଥିଲି’ ବୋଲି ପଠାନ ଏହି ଅବସରରେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଅବସର ନେଇଥିବା ପଠାନ ଭାରତ ପକ୍ଷରୁ ୨୯ ଟେଷ୍ଟ ଓ ୧୨୦ ଦିନିକିଆ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୧୫୦ ଓ ୧୫୪୪ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ଟେଷ୍ଟରେ ୧୦୦ ଓ ଦିନିକିଆରେ ୧୭୩ ଉଇକେଟ୍‌ ପଠାନଙ୍କ ନାମରେ ରହିଛି। ପଠାନ ୨୪ ଟି୨୦ ମ୍ୟାଚ୍‌ରୁ ୨୮ ଉଇକେଟ୍‌ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri