ଗୃହଯୁଦ୍ଧ ମୁହାଁ ଇରାକ୍‌, ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରବେଶ କଲେ ପ୍ରଦର୍ଶନକାରୀ…

ବାଗଦାଦ୍‌, ୩୦।୭ : ଇରାକ୍‌ ଗୃହଯୁଦ୍ଧ ମୁହାଁ ହେବାରେ ଲାଗିଛି। ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରଦର୍ଶନକାରୀ ପ୍ରବେଶ କରିଛନ୍ତି। ଶନିବାର ଏକ ପ୍ରଭାବଶାଳୀ ଶିଆ ଗୋଷ୍ଠୀର ହଜାରେରୁ ଅଧିକସମର୍ଥକ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସେମାନେ ଇରାନ ସମର୍ଥିତ ଗୋଷ୍ଠୀଙ୍କ ଦ୍ୱାରା ସରକାର ଗଠନକୁ ବିରୋଧ କରିଛନ୍ତି।

ଏପରିସ୍ଥଳେ ଇରାନ୍‌ ସମର୍ଥିତ ଶିଆ ରାଜନୈତିକ ଦଳର ମେଣ୍ଟ କୋର୍ଡ଼ିନେଶନ ଫ୍ରେମଓ୍ବାର୍କ ପକ୍ଷରୁ ଏହାର ଜବାବ ଦେବାକୁ ଯାଇ ଅନ୍ୟ ଏକ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଫଳରେ ଦେଶରେ ଗୃହଯୁଦ୍ଧ ଘନେଇବାରେ ଲାଗିଛି।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କୁ ଘଉଡ଼େଇବା ଲାଗି ଲୁହବୁହା ଗ୍ୟାସର ପ୍ରୟୋଗ କରାଯାଇଥିଲା। ଏହି ଘଟଣାରେ ୧୨୫ ଜଣ ଆହତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କ ମଧ୍ୟରେ ୧୦୦ ଜଣ ସାଧାରଣ ଲୋକ ଏବଂ ୨୫ ଜଣ ସୁରକ୍ଷାକର୍ମୀ ଅଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ଗତ ବୁଧବାର ମଧ୍ୟ ପ୍ରଦର୍ଶନକାରୀ ସଂସଦରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଇଓ୍ବାନ ଆକାଶମାର୍ଗରେ ୪ ଚାଇନା ଯୁଦ୍ଧ ବିମାନର ଅନୁପ୍ରବେଶ…

ବେଜିଂ,୭।୧୨: ଚାଇନା ପୁଣି ଥରେ ତାଇଓ୍ବାନ ଉପରେ ନିଜର ଦାଦାଗିରି ଆରମ୍ଭ କରିଛି। ତାଇୱାନର ଆକାଶ ମାର୍ଗ ସୀମାରେ ଚାଇନାର ୪ ଯୁଦ୍ଧ ବିମାନ ପୁଣି...

ଘନେଇଲା ଯୁଦ୍ଧ ଆଶଙ୍କା, କୃଷ୍ଣ ସାଗରରେ ରୁଷିଆର ୬ ଯୁଦ୍ଧପୋତ…

ମସ୍କୋ, ୯।୨ : ୟୁକ୍ରେନ ପ୍ରସଙ୍ଗରେ ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ...

ବ୍ରିଟେନ୍‌ରେ ଭାରତୀୟଙ୍କୁ ସର୍ବାଧିକ ଭିଜା

ଲଣ୍ଡନ, ୨୬ା୫ : ବ୍ରିଟେନରେ କୁଶଳୀ କର୍ମଚାରୀ ଏବଂ ଛାତ୍ର ଭିଜା ଇସ୍ୟୁରେ ଭାରତୀୟମାନେ ସର୍ବାଗ୍ରେ ରହିଛନ୍ତି। ଗୁରୁବାର ପ୍ରକାଶିତ ଲଣ୍ଡନସ୍ଥିତ ଇମିଗ୍ରେଶନ ଷ୍ଟାଟିଷ୍ଟିକ୍ସ ରିପୋର୍ଟ...

ଜେଲନସ୍କିଙ୍କ ବଡ ବୟାନ, ଖେରସନରେ ରୁଷିଆ ସେନା ପଛକୁ ହଟିବା ଯୁଦ୍ଧ ଶେଷ ହେବାର ଆରମ୍ଭ

କ୍ୱିଭ,୧୫ ।୧୧: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି ଖେରସନରୁ ରୁଷିଆ ସେନା ପଛକୁ ହଟିଯିବା ଯୁଦ୍ଧ ଶେଷର ଆରମ୍ଭ । ଏହା ପୂର୍ବରୁ ଖେରସନ...

ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକ

ନ୍ୟୁୟର୍କ,୨୪ ।୨: ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଏକ ଜରୁରୀକାଳିନ ବୈଠକ ଡାକିଛି । ଭାରତୀୟ ସମୟ...

ପୁଣି ଚାଇନାକୁ ଟାର୍ଗେଟ କଲା ଆମେରିକା

ଓ୍ବାଶିଂଟନ୍‌,୬।୭: କରୋନା ଭାଇରସ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ସମୟରେ ଚାଇନାକୁ ଟାର୍ଗେଟ କରିଥାନ୍ତି। ସୋମବାର ପୁଣି ଥରେ ଟ୍ରମ୍ପ ଚାଇନାକୁ ଭର୍ତ୍ସନା...

ପୁଟିନଙ୍କ ବିରୋଧରେ ହୋଇପାରେ ‘ସେନା ବିଦ୍ରୋହ’? ରୁଷିଆ କମାଣ୍ଡର ଦେଲେ ଚେତାବନୀ

ମସ୍କୋ,୩୦।୪: ରୁଷିଆର କମାଣ୍ଡର ଇଗୋର ଗିରକିନ ଚେତାବନୀ ଦେଇଛନ୍ତି କି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ‘ସେନା ବିଦ୍ରୋହ’ ହୋଇପାାର। ଆଉ ଏହି ବିଦ୍ରୋହ...

‘ନିଜ ସ୍ବାମୀଙ୍କୁ କେମିତି ହତ୍ୟା କରିବେ’ପୁସ୍ତକ ଲେଖିଥିବା ମହିଳା ଶେଷରେ ସ୍ବାମୀଙ୍କୁ କଲେ ହତ୍ୟା

ନ୍ୟୁୟର୍କ,୨୬।୫: ଦାମ୍ପତ୍ୟ ଜୀବନରେ ସ୍ବାମୀ-ସ୍ତ୍ରୀ ଝଗଡା ଏକ ସାଧାରଣ ଘଟଣା। ବେଳେବେଳେ ଏହି ଝଗଡା ଉଗ୍ର ରୂପ ଧାରଣ କରେ। ଝଗଡାର ପରିଣାମ ହତ୍ୟାକାଣ୍ଡର ରୂପ...

Advertisement
Archives

Model This Week