ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ; ମଙ୍କି ପକ୍ସ ଚିକିତ୍ସା ପାଇଁ ଜାରି ହେବ ମାର୍ଗଦର୍ଶିକା

ଭୁବନେଶ୍ୱର, ୩୦।୭(ବ୍ୟୁରୋ)- ବିଶ୍ୱର ୭୮ଟି ଦେଶରେ ଏବେ ମଙ୍କି ପକ୍ସ ଭୂତାଣୁ କାୟା ବିସ୍ତାର କରିସାରିଲାଣି। ଏଥିରେ ୨୧ହଜାର ରୋଗୀ ଆକ୍ରାନ୍ତ ହୋଇସାରିଥିବାବେଳେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଭାରତରେ ୪ଜଣ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। କେରଳରେ ୩ ଜଣ ଓ ଦିଲ୍ଲୀର ଜଣେ ରୋଗୀ ରହିଛନ୍ତି। ତେବେ ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ମଙ୍କି ପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଖୁବ୍‌ଶୀଘ୍ର ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିଠାରେ ଏହାର ନମୂନା ପରୀକ୍ଷଣ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଶନିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମଙ୍କି ପକ୍ସ ସମ୍ପର୍କିତ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି। ସେହିଭଳି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍କି ପକ୍ସର ଚିକିତ୍ସା ପାଇଁ ମେଡିସିନ ବିଭାଗର ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏବେ ପ୍ରତ୍ୟେକ ଜିଲାରୁ ମେଡିସିନ, ପେଡିଆଟ୍ରିକ ଏବଂ ସ୍କିନ ଆଣ୍ଡ୍‌ ଭିଡି ଡାକ୍ତର ତଥା ଏଡ୍‌ସ କଣ୍ଟ୍ରୋଲ ସୋସାଇଟି ଅଧୀନ ସମସ୍ତ ଜିଲାସ୍ତରୀୟ ପରାମର୍ଶ ଅଧିକାରୀଙ୍କୁ ମଙ୍କି ପକ୍ସର ଚିକିତ୍ସା ପାଇଁ ତାଲିମ ଦିଆଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଏକ ମାର୍ଗଦର୍ଶିକା ଜାରି କରାଯିବ। ଏହାକୁ ନେଇ ଜନସାଧାରଣ ଅଯଥାରେ ଆତଙ୍କିତ ହେବାର କୌଣସି କାରଣ ନାହିଁ। କେବଳ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ବୈଠକରେ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ଆଇଡଲ୍‌ ୧୧ରେ ଓଡିଆ ଝିଅ ଚେଲ୍‌ସି

ଭୁବନେଶ୍ୱର:ପୁଣି ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଆସିବେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଚେଲ୍‌ସି ଭାଗ ନେଇଛନ୍ତି। ଏହି...

ପିଲାଙ୍କ ସୁରକ୍ଷା ପାଇଁ ନେହୁରା ହେଲେ କ୍ୟାନସର ପୀଡ଼ିତା

କଟକ ଅଫିସ, ୧୦।୯: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସୋମବାର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। କର୍କଟ ରୋଗରେ ପୀଡ଼ିତ ମହିଳା ମୁନି...

ନକଲି ସୁନା ଦେଇ ବ୍ୟାଙ୍କରୁ ଠକିନେଲେ ୧୯ ଲକ୍ଷ

ସୋନପୁର,୧୫।୧୧(ନି.ପ୍ର.):ଚଞ୍ଚକତା କରି ୬ଜଣ ବ୍ୟକ୍ତି ସୋନପୁର ୟୁକୋ ବ୍ୟାଙ୍କ ଶାଖାରୁ ୧୯ଲକ୍ଷ ଟଙ୍କା ଋଣ ନେବାରେ ସକ୍ଷମ ହୋଇଛନ୍ତି। ବ୍ୟାଙ୍କ ଅଡିଟ୍‌ ସମୟରେ ଏହି ଘଟଣା...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ଆଜି ୧୨,୩୯୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୩୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ...

ରକ୍ତମୁଖା ଭାଲୁ, ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କଲାଣି ଗୁରୁତର

ପାଟଣା,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ବିଟ୍‌ ଅଞ୍ଚଳରେ ବୁଧବାର ସକାଳୁ ରକ୍ତମୁଖା ହୋଇପଡ଼ିଛି ଏକ ଭାଲୁ। ଲୋକଙ୍କୁ ଗୋଡ଼େଇ ଗୋଡ଼େଇ...

ଭାଇରାଲ ହେଉଛି ନବୀନଙ୍କ ନୂଆ ଲୁକ୍‌

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ଏକ ସବୁଜ ରଙ୍ଗର ଜର୍ସି ପିନ୍ଧି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏକ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ...

ଓଡ଼ିଶାରେ ୧୮ରୁ ୪୪ ବୟସ୍କଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ୱର,୨୫ା୪: ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମେ’ ୧ ତାରିଖରେ...

ଖର୍ଚ୍ଚ ହେଉଛି, ମିଳୁନି ପାଣି

ଯାଜପୁର ଅଫିସ,୪ା୨: ରାଜ୍ୟର ଖଣି ପ୍ରଭାବିତ ୬ ଜିଲାରେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ୨୦ଟି ମେଗା ପାଇପ୍‌ ଜଳଯୋଗାଣ...

Advertisement
Archives

Model This Week