Posted inଫୁରସତ

ଏହି ଆଇପିଏସ୍‌ କହିଲେ ଜିଲାପି ଖାଇବାକୁ ଦେଉନାହାନ୍ତି ସ୍ତ୍ରୀ, ଫଟୋ ଭାଇରାଲ

ଜିଲାପି ଖାଇ ନ ପାରିବାର କଷ୍ଟ ତାମିଲନାଡୁର ଆଇପିଏସ୍‌ ଅଧିକାରୀ ଟୁଇଟରରେ ଶେୟାର କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେଉଛି। ଏହି ଆଇପିଏସ୍‌ ଅଧିକାରୀ ଟୁଇଟ୍‌ କରି କହିଥିଲେ ପିଲାଦିନେ ତାଙ୍କର ଜିଲାପି ବହୁତ ପସନ୍ଦ ଥିଲା। ଏହି ସମୟରେ ସେ ଭାବୁଥିଲେ ମୁଁ ଯେତେବେଳେ ବଡ଼ ହେବି, ଟଙ୍କା ରୋଜଗାର କରି ସେତେବେଳେ ଖୁବ୍‌ ଜିଲାପି କିଣି ଖାଇବି। ମାତ୍ର ଏବେ ସ୍ତ୍ରୀ ଜିଲାପି ଖାଇବାକୁ ଦେଉନାହାନ୍ତି।

ଆଇପିଏସ୍‌ ଅଧିକାରୀ ସନ୍ଦୀପ ମିତ୍ତଲ ନିଜ ଟୁଇଟ୍‌ରେ ଲେଖିଛନ୍ତି, ପିଲାଦିନେ ୨୫ ପଇସା ବହୁତ ବଡ଼ ଥିଲା। ଏଥିରେ ଜିଲାପି ବି ମିଳୁଥିଲା। ସେତେବେଳେ ସେ ଭାବୁଥିଲେ ମୁଁ ବଡ଼ ହେଲେ ବହୁତ ପଇସା ରୋଜଗାର କରିବି। ଏହି ପଇସାରେ ଖୁବ୍‌ ଜିଲାପି କିଣି ଖାଇବି। ଏବେ ପଇସା କମାଉଛି ସତ ହେଲେ ସ୍ତ୍ରୀ ଜିଲାପି ଦେଉନାହାନ୍ତି।

ଆଇପିଏସ୍‌ଙ୍କର ଏହି ଟୁଇଟ୍‌ ଭାଇରାଲ ହେବା ପରେ ତାଙ୍କ ସ୍ତ୍ରୀ ମଧ୍ୟ ଉତ୍ତର ରଖିଛନ୍ତି। ସେ ଲେଖିଛନ୍ତି, ଆଜି ତୁମେ ଘରକୁ ଆସ…

ତାଙ୍କ ସ୍ତ୍ରୀଙ୍କ ଉତ୍ତରରେ ବହୁ ମଜାଳିଆ କମେଣ୍ଟ ସବୁ ଦେଖିବାକୁ ମିଳିଛି। ଆଇଏଫ୍‌ଏସ୍‌ ଅଧିକାରୀ ମୋହନ ଚନ୍ଦ୍ର କମେଣ୍ଟ କରିଛନ୍ତି, ସକାଳୁ ୪ରୁ୫ କିଲୋମିଟର ଚାଲି ଆସନ୍ତୁ। ଭାଉଜ ଜିଲାବି ସହ ଆପଣଙ୍କୁ ସ୍ବାଗତ କରିବେ।

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ସାର୍‌ ଆଜି ଘରକୁ ଆସନ୍ତୁ, ଜିଲାବି ନିଶ୍ଚିତ ମିଳିବ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସାର୍‌ ଜିଲାପି ଖାଇସାରି ଫଟୋ ପଠାଇବେ। ଆହୁରି ମଧ୍ୟ ଅନ୍ୟ ୟୁଜରମାନେ ଆଇପିଏସ୍‌ଙ୍କ ଟୁଇଟ୍‌ରେ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri