Posted inଫୁରସତ

ଏହି ଆଇପିଏସ୍‌ କହିଲେ ଜିଲାପି ଖାଇବାକୁ ଦେଉନାହାନ୍ତି ସ୍ତ୍ରୀ, ଫଟୋ ଭାଇରାଲ

ଜିଲାପି ଖାଇ ନ ପାରିବାର କଷ୍ଟ ତାମିଲନାଡୁର ଆଇପିଏସ୍‌ ଅଧିକାରୀ ଟୁଇଟରରେ ଶେୟାର କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେଉଛି। ଏହି ଆଇପିଏସ୍‌ ଅଧିକାରୀ ଟୁଇଟ୍‌ କରି କହିଥିଲେ ପିଲାଦିନେ ତାଙ୍କର ଜିଲାପି ବହୁତ ପସନ୍ଦ ଥିଲା। ଏହି ସମୟରେ ସେ ଭାବୁଥିଲେ ମୁଁ ଯେତେବେଳେ ବଡ଼ ହେବି, ଟଙ୍କା ରୋଜଗାର କରି ସେତେବେଳେ ଖୁବ୍‌ ଜିଲାପି କିଣି ଖାଇବି। ମାତ୍ର ଏବେ ସ୍ତ୍ରୀ ଜିଲାପି ଖାଇବାକୁ ଦେଉନାହାନ୍ତି।

ଆଇପିଏସ୍‌ ଅଧିକାରୀ ସନ୍ଦୀପ ମିତ୍ତଲ ନିଜ ଟୁଇଟ୍‌ରେ ଲେଖିଛନ୍ତି, ପିଲାଦିନେ ୨୫ ପଇସା ବହୁତ ବଡ଼ ଥିଲା। ଏଥିରେ ଜିଲାପି ବି ମିଳୁଥିଲା। ସେତେବେଳେ ସେ ଭାବୁଥିଲେ ମୁଁ ବଡ଼ ହେଲେ ବହୁତ ପଇସା ରୋଜଗାର କରିବି। ଏହି ପଇସାରେ ଖୁବ୍‌ ଜିଲାପି କିଣି ଖାଇବି। ଏବେ ପଇସା କମାଉଛି ସତ ହେଲେ ସ୍ତ୍ରୀ ଜିଲାପି ଦେଉନାହାନ୍ତି।

ଆଇପିଏସ୍‌ଙ୍କର ଏହି ଟୁଇଟ୍‌ ଭାଇରାଲ ହେବା ପରେ ତାଙ୍କ ସ୍ତ୍ରୀ ମଧ୍ୟ ଉତ୍ତର ରଖିଛନ୍ତି। ସେ ଲେଖିଛନ୍ତି, ଆଜି ତୁମେ ଘରକୁ ଆସ…

ତାଙ୍କ ସ୍ତ୍ରୀଙ୍କ ଉତ୍ତରରେ ବହୁ ମଜାଳିଆ କମେଣ୍ଟ ସବୁ ଦେଖିବାକୁ ମିଳିଛି। ଆଇଏଫ୍‌ଏସ୍‌ ଅଧିକାରୀ ମୋହନ ଚନ୍ଦ୍ର କମେଣ୍ଟ କରିଛନ୍ତି, ସକାଳୁ ୪ରୁ୫ କିଲୋମିଟର ଚାଲି ଆସନ୍ତୁ। ଭାଉଜ ଜିଲାବି ସହ ଆପଣଙ୍କୁ ସ୍ବାଗତ କରିବେ।

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ସାର୍‌ ଆଜି ଘରକୁ ଆସନ୍ତୁ, ଜିଲାବି ନିଶ୍ଚିତ ମିଳିବ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସାର୍‌ ଜିଲାପି ଖାଇସାରି ଫଟୋ ପଠାଇବେ। ଆହୁରି ମଧ୍ୟ ଅନ୍ୟ ୟୁଜରମାନେ ଆଇପିଏସ୍‌ଙ୍କ ଟୁଇଟ୍‌ରେ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri