Posted inଖେଳ

ଆଇପିଏଲ୍‌ ପୂର୍ବରୁ ପୁଣିଥରେ ଭାବୁକ ହୋଇପଡ଼ିଲେ କୋହଲି: ଫଟୋ ଶେୟାର କରି …

ଏପ୍ରିଏ ୯ରୁ ଆଇପିଏଲ୍‌ର ୧୪ତମ ସିଜିନ୍‌ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏଥିପାଇଁ ଆର୍‌ବିସି ଅଧିନାୟକ ବିରାଟ କୋହଲି ଗୁରୁବାର ଚେନ୍ନାଇରେ ପହଞ୍ଚି ସାରିଛନ୍ତି। ତେବେ ଆଇପିଏଲ୍‌ ପୂର୍ବରୁ କୋହଲି ପୁଣିଥରେ ଟ୍ରଫି ହରାଇବାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।
୧୪ ବର୍ଷ ହେବ ବିରାଟଙ୍କ ସେନା ଆଇପିଏଲ୍‌ ଟାଇଟଲ ଜିତିବାର ସ୍ବପ୍ନ ଦେଖୁଛନ୍ତି। ହେଲେ ପ୍ରତିଥର ତାଙ୍କର ଏହି ସ୍ବପ୍ନ ଭାଙ୍ଗିଯାଉଛି। ତେଣୁ ଏବେ ବିରାଟ ସିରିଜ୍‌ ଆରମ୍ଭ ପୂର୍ବରୁ ଟିକେ ଚିନ୍ତାରେ ପଡ଼ିଯାଇଛନ୍ତି। ଏହି ସମୟର ଫଟୋ କୋହଲି ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଛନ୍ତି। ଏଥିରେ ସେ କାଚକୁ ସାମ୍ନାକରି ଛିଡ଼ା ହୋଇଥିବା ବେଳେ ଦୁଖୀ ଦେଖାଯାଉଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘ଶେଷରେ ଏହା ହେଉଛି ସେଇଆ, ଆପଣଙ୍କୁ ଉତ୍ତର ଦେବାକୁ ପଡ଼ିବ’। କୋହଲିଙ୍କ ଏହି ପୋଷ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଆଇପିଏଲ୍‌ ପରାଜୟ ସହିତ ସଂଯୋଗ କରାଯାଉଛି। କାରଣ ଭଲ ଟିମ୍‌ ସତ୍ତ୍ୱେ ବିରାଟଙ୍କ ଟିମ୍‌ ଆର୍‌ସିବି ବିଜୟକୁ ଚାହିଁ ବସିଛି। ବିରାଟଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। ୧୩ ଘଣ୍ଟା ମଧ୍ୟରେ ୩୭ ଲକ୍ଷ ଲୋକ ଏହି ଫଟୋରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି,ତୁମଠାରୁ ଆମକୁ ଆଇପିଏଲ୍‌ ଟ୍ରଫିର ଆବଶ୍ୟକତା ନାହିଁ, ଆମେ କେବଳ ତୁମ ମୁହଁରେ ସବୁବେଳେ ହସ ଦେଖିବାକୁ ଚାହୁଁ ବୋଲି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ବିଶ୍ୱ ଚାମ୍ପିଅନ୍‌ କରାଇଥିବା ୟଶ୍‌ ଧୁଲ୍‌ଙ୍କ ଆଗାମୀ ଲକ୍ଷ୍ୟ କ’ଣ ଜାଣନ୍ତି

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜରେ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଅଣ୍ଡର -୧୯ କ୍ରିକେଟ ବିଶ୍ୱକପ ଜିତିଥିବା ଅଧିନାୟକ ୟଶ ଧୁଲ ନିଜର ଲକ୍ଷ୍ୟ ସ୍ଥିର କରିଛନ୍ତି। ସେ...

ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୧୩।୧୨(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ପ୍ରାୟ ଏକ ବର୍ଷ ତଳେ ଦେଶର ବୋର୍ଡ ସହ...

ଅଷ୍ଟ୍ରେଲିଆର କ୍ଲିନ୍‌ ସୁଇପ୍‌

ଆଡିଲେଡ୍‌,୧୧।୧୨: ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ୪୧୯ ରନ୍‌ରେ ବିଜୟ ସହ ଅଷ୍ଟ୍ରେଲିଆ ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ୍‌...

କ୍ୱାର୍ଟରରେ କାଶ୍ୟପ, ସୌରଭ

କାଲଗାରି, ୫।୭(ପି.ଟି.)- ଭାରତୀୟ ଶଟଲର ପାରୁପାଲ୍ଲୀ କାଶ୍ୟପ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୭୫ ହଜାର ଆମେରିକୀୟ ଡଲାର କାନାଡା ଓପନ ସୁପର ୧୦୦...

ନଭେମ୍ବର ୪ରୁ ୯ ମଧ୍ୟରେ ମହିଳା ଚ୍ୟାଲେଞ୍ଜର ସିରିଜ ଆୟୋଜନ ହେବ

ନୂଆଦିଲ୍ଲୀ,୧।୧୦(ପି.ଟି.): ମହିଳାଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଭାବେ ଜଣାଶୁଣା ଥିବା ବହୁପ୍ରତୀକ୍ଷିତ ଚ୍ୟାଲେଞ୍ଜର ସିରିଜ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଏହି ମେଗା ଇଭେଣ୍ଟ...

ବାସନ୍ଦ ସତ୍ତ୍ୱେ ଶାହରୁଖ ଖାନ୍‌ଙ୍କ କେକେଆର୍‌ ଦଳରେ କାହିଁକି ଯୋଗ ଦେବେ ପ୍ରବୀଣ ତାମ୍ବେ; ଜାଣନ୍ତୁ…

ନୂଆଦିଲ୍ଲୀ, ୧୩।୯: ବଲିଉଡ୍‌ ସୁପର୍‌ ଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ ଦଳୀୟ ଶିବିରରେ ସାମିଲ ହେବେ ଭେଟେରାନ୍‌ ଲେଗ୍‌-ସ୍ପିନର ପ୍ରବୀଣ...

ଗୋଟିଏ ଦିନରେ ୭୪୩ କୋଟି ଟଙ୍କା ରୋଜଗାର କଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟର ଭାବେ ଜଣାଶୁଣା। କୋହଲିଙ୍କ ବାର୍ଷିକ ଆୟ ୨୦୦ କୋଟି। କିନ୍ତୁ ଆପଣ...

ବିବାଦ ଭୁଲି ଏକାଠି ଖେଳିବେ କୃନାଲ-ଦୀପକ: ସେହ୍ବାଗ କହିଲେ…

ବାଙ୍ଗାଲୋର,୧୩।୨: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ ୮.୨୫ କୋଟି ଟଙ୍କାରେ କିଣିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ସେ ପାଞ୍ଚ ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସର...

Advertisement
Archives

Model This Week