Posted inଖେଳ

ସେପ୍ଟେମ୍ବର ୩ୟ ସପ୍ତାହରୁ ହୋଇପାରେ ଆଇପିଏଲର ବାକି ମ୍ୟାଚ୍‌

ମୁମ୍ବାଇ, ୨୫।୫ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ବଳକା ମ୍ୟାଚ୍‌ କେବେ ଓ କେଉଁଠାରେ ଆରମ୍ଭ ହେବ? ଏହା ଜାଣିବା ପାଇଁ ଆଇପିଏଲ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ତେବେ ସେମାନଙ୍କ ଅପେକ୍ଷାରେ ଖୁବ୍‌ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଏକ ରିପୋର୍ଟ ଅନୁସାରେ ୟୁଏଇରେ ସେପ୍ଟେମ୍ବର ୧୮ କିମ୍ବା ୧୯ ତାରିଖରୁ ଆଇପିଏଲ-୧୪’ର ବଳକା ମ୍ୟାଚ୍‌ ଖେଳାଯାଇପାରେ। ୩ ସପ୍ତାହରେ ବଳକା ୩୧ ମ୍ୟାଚ୍‌ ଖେଳାଯିବ। ଏଥିରେ ୧୦ଟି ଡବଲ ହେଡର ମ୍ୟାଚ୍‌ ରହିବ ଓ ଏହାର ଫାଇନାଲ ମ୍ୟାଚ୍‌ ଅକ୍ଟୋବର ୯ କିମ୍ବା ୧୦ ତାରିଖରେ ଅନୁଷ୍ଠିତ ହେବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ତେବେ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।

ସେପ୍ଟେମ୍ବର ୧୮ ରୁ ୨୦ ମଧ୍ୟରେ ଆଇପିଏଲ ଆରମ୍ଭ କରିବା ପାଇଁ ବିସିସିଆଇ ପକ୍ଷରୁ ଅଂଶୀଦାରଙ୍କ ସହ ଆଲୋଚନା କରାଯାଇଛି। ୧୮ ତାରିଖ ଶନିବାର ଓ ୧୯ ତାରିଖ ରବିବାର ପଡ଼ୁଥିବାରୁ ସପ୍ତାହନ୍ତରେ ଆଇପିଏଲ ଆରମ୍ଭ ହେବାର ବିଶେଷ ସମ୍ଭାବନା ରହିଛି। କାର୍ଯ୍ୟସୂଚୀରେ ୧୦ଟି ଡବଲ ହେଡର ଓ ୭ଟି ସନ୍ଧ୍ୟା ମ୍ୟାଚ୍‌ ବ୍ୟତୀତ ୪ ମୁଖ୍ୟ ମ୍ୟାଚ୍‌ (ଦୁଇଟି କ୍ୱାଲିଫାୟର୍ସ, ଗୋଟିଏ ଏଲିମିନେଟର ଓ ଫାଇନାଲ) ରହିଛି।

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ଅନ୍ତିମ ଟେଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୪ ତାରିଖରେ ଶେଷ ହେବ। ଏହାର ପର ଦିନ ପୂରା ଭାରତୀୟ ଦଳ ମାଞ୍ଚେଷ୍ଟରରୁ ଏକ ଚାର୍ଟାର୍ଡ ଫ୍ଲାଇଟ୍‌ରେ ପହଞ୍ଚିବ ଦୁବାଇରେ। ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ସହ ଆଇପିଏଲ ପାଇଁ ଉପଲବ୍ଧ ଥିବା ଇଂଲଣ୍ଡ ଦଳର ସଦସ୍ୟମାନେ ଫ୍ଲାଇଟ୍‌ରେ ରହିବେ। ସେହିଭଳି ସିପିଏଲ ଶେଷ ହେବା ପରେ ଓ୍ବେଷ୍ଟଇଣ୍ଡିଆନ ଖେଳାଳିମାନେ ଦୁବାଇରେ ପହଞ୍ଚିବେ। ୟୁକେ ଓ କାରିବିଆନରୁ ଆସିଥିବା ଖେଳାଳିଙ୍କୁ ୩ ଦିନିଆ କ୍ୱାରେଣ୍ଟରେ ରଖାଯିବ। ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଯୋଗାଯୋଗ କରାଯାଇଥିବା ଏକ ଫ୍ରାଞ୍ଚାଇଜର ଅଧିକାରୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri