ଆଇପିଏଲ୍‌-୧୪ : ଭାଗ୍ୟ ବଦଳାଇବା ଆଶାରେ ଆରସିବି

ଚେନ୍ନାଇ,୮।୪(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌-୧୯ ମହାମାରୀ ପ୍ରକୋପ ଜାରି ରହିଥିଲେ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିଶ୍ୱର ଏହି ଶ୍ରେଷ୍ଠ ଟି୨୦ ଲିଗ୍‌ ଆୟୋଜନ କରିବାକୁ ବଦ୍ଧପରିକର ଅଛି। ଏହା କ୍ରିକେଟ ଓ ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଭାବେ ଶୁଭଙ୍କର। ଲିଗ୍‌ ଆରମ୍ଭ ହେବାକୁ ଯାଉଥିବାରୁ ସାରା ଦେଶରେ କ୍ରିକେଟ ପ୍ରଶଂସକ ବେଶ୍‌ ଉତ୍ସାହିତ ରହିଛନ୍ତି। ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଥିବା ରୋହିତ ଏଥର ହ୍ୟାଟ୍ରିକ ଟାଇଟଲ ହାସଲ କରିବାକୁ ପ୍ରୟାସ କରିବେ। ସେହିପରି ଭାଗ୍ୟର ସହାୟତା ପାଉ ନ ଥିବା ଓ ଅଣ୍ଡର ଆଚିଭର କୁହାଯାଉଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ରଥମଥର ପାଇଁ ଚାମ୍ପିୟନ କରାଇବାକୁ ଅଧିନାୟକ କୋହଲି ଏଥର ପ୍ରାଣପଣେ ଚେଷ୍ଟା କରିବେ। ମହାମାରୀ ପାଇଁ ମାତ୍ର ୫ ମାସ ମଧ୍ୟରେ ଆଇପିଏଲ୍‌ର ଦୁଇଟି ସଂସ୍କରଣ ଆୟୋଜନ ହେବା ଫ୍ରାଞ୍ଚାଇଜ୍‌ ମାଲିକ ଓ ପ୍ରାୟୋଜକଙ୍କ ପାଇଁ ସେତେଟା ସୁବିଧାଜନକ ହୋଇ ନ ଥାଇପାରେ। ସାରା ଦେଶରେ କରୋନା ମାମଲା ପୁଣି ଥରେ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଏଥର ଆଇପିଏଲ୍‌ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

ଶୁକ୍ରବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଓ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ଭାରତ ଅଧିନାୟକ କୋହଲି ଓ ହ୍ବାଇଟବଲ୍‌ ଦଳର ଉପଅଧିନାୟକ ରୋହିତ ମୁହଁାମୁହିଁ ହେବେ। କରୋନା କାରଣରୁ ବିନା ଦର୍ଶକରେ ମ୍ୟାଚ୍‌ଗୁଡିକ ଖେଳାଯିବ। କେତେଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ପଜିଟିଭ ବୋଲି ଜଣାପଡିବା ପରେ ବୋର୍ଡ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ମ୍ୟାଚ୍‌ଗୁଡିକ ପାଇଁ ବାୟୋ ବବଲକୁ ଆହୁରି କଡ଼ାକଡ଼ି କରାଯାଇଛି। ଆଇପିଏଲକୁ ସୁନ୍ଦର ଭାବେ ଆୟୋଜନ କରିବାକୁ ବିସିସିଆଇ ଆଶା ରଖିଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ମହାମାରୀ ସତ୍ତ୍ୱେ ଗତ ସଂସ୍କରଣ ଅତି ସୁନ୍ଦର ଭାବେ ସଫଳତାର ସହ ଆୟୋଜିତ ହୋଇଥିଲା। ଭାରତରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଆଇପିଏଲ୍‌ର ଗୁରୁତ୍ୱ ଆହୁରି ବଢିଯାଇଛି। ବିଭିନ୍ନ ଦେଶର ପ୍ରାୟ ସବୁ ବିଶ୍ୱସ୍ତରୀୟ ଖେଳାଳି ଭିନ୍ନ ଭିନ୍ନ ଦଳ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଇପିଏଲ୍‌ ମାଧ୍ୟମରେ ଟି୨୦ ବିଶ୍ୱକପ୍‌ ପାଇଁ ଏମାନେ ଅଭ୍ୟାସ ଓ ପ୍ରସ୍ତୁତି କରିବାର ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ।

ଆଇପିଏଲରେ ରୋହିତ ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏଥର ୬ ଥର ଚାମ୍ପିୟନ ହେବା ସହ ମୁମ୍ବାଇ ଲିଗ୍‌ର ପ୍ରଥମ ହ୍ୟାଟ୍ରିକ ଟାଇଟଲ ହାସଲ କରିବାକୁ ପ୍ରୟାସ କରିବ। ଦୁଇ ଦଶନ୍ଧିର ଟି୨୦ ଯୁଗରେ ମୁମ୍ବାଇର ସଫଳତାକୁ ଆଦୌ ଅଣଦେଖା କରିହେବ ନାହିଁ। ଯଦି ରୋହିତ ଫେଲ୍‌ ମାରନ୍ତି ତା’ହେଲେ କ୍ୱିଣ୍ଟନ ଡିକକ୍‌ ଅଛନ୍ତି। ଓପନର ହିସାବରେ ଯଦି ଦୁଇଜଣ ବିଫଳ ହୁଅନ୍ତି ତେବେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ସଫଳ ହେବେ। ଯଦି ଟପ୍‌ ଅର୍ଡର ବିଫଳ ହୁଏ ତେବେ ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା ଦକ୍ଷତା ପ୍ରତିପାଦନ କରିବେ। କିରନ ପୋଲାର୍ଡ ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ଦଳକୁ ବଡ଼ ସ୍କୋର ପ୍ରଦାନ କରିବେ। ଚେନ୍ନାଇ ଟ୍ରାକ୍‌ରେ ଅବଶ୍ୟ ସ୍ପିନର ସୁବିଧାଜନକ ସ୍ଥିତିରେ ରହିବେ। ଟ୍ରେଣ୍ଟ ବୋଲ୍ଟ ନିଜ ସୁଇଂ ଓ ରାହୁଲ ଚହର ଗୁଗ୍‌ଲି ମାଧ୍ୟମରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବେ। ନିଜ ଖରାପ ଦିନରେ ମୁମ୍ବାଇ ହାରିପାରେ। କିନ୍ତୁ ଭଲ ଦିନରେ ମୁମ୍ବାଇ ପ୍ରତିପକ୍ଷ ଦଳ ପାଇଁ ଦୁଃସ୍ବପ୍ନ ସାବ୍ୟସ୍ତ ହେବ ବୋଲି ଇଂଲଣ୍ଡ ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ ସତର୍କ କରାଇଛନ୍ତି।

ରୋହିତଙ୍କ ବିପକ୍ଷରେ ରହିଛନ୍ତି କୋହଲି। ନୂଆ ରୂପରେ ବାଙ୍ଗାଲୋର ଏଥର କୋହଲିଙ୍କ ନେତୃତ୍ୱରେ ଅଲଗା କିଛି କରି ଦେଖାଇବାକୁ ପ୍ରସ୍ତୁତ ରହିଛି। ଦଳରେ ଗ୍ଲେନ ମ୍ୟାକ୍ସଓ୍ବେଲ ଓ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର କାଏଲ ଜେମିଶନ ସାମିଲ ହୋଇଛନ୍ତି। ଯୁବ ଓପନର ଦେବଦତ୍ତ ପଡିକାଲ ଦ୍ୱିତୀୟ ସେସନରେ ଖେଳିବେ। ସ୍ପିନର ୟୁଜବେନ୍ଦ୍ର ଚହଲ ଅବଶ୍ୟ ପୁରୁଣା ଫର୍ମରେ ନାହାନ୍ତି। ମୁମ୍ବାଇ ତୁଳନାରେ ବାଙ୍ଗାଲୋର ଟିକିଏ ସମସ୍ୟାରେ ଥିବାପରି ଜଣାପଡୁଛି। ମହମ୍ମଦ ସାମି ଓ ନବଦୀପ ସଇନି ହ୍ବାଇଟ୍‌ ବଲ୍‌ରେ ସେତେଟା ପ୍ରଭାବୀ ହେବା ଜଣାପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri