Posted inଖେଳ

ଭାରତୀୟ କ୍ରିକେଟର୍‌ଙ୍କୁ ଟି-ଶାର୍ଟ ପ୍ରଦାନ କରିଥିଲେ ଏହି ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ, ୧।୭- ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁବର୍ଷ ହେବ ଦ୍ୱିପାକ୍ଷିକ କ୍ରିକେଟ୍‌ ସିରିଜ ଅନୁଷ୍ଠିତ ହୋଇନାହିଁ। ଦୁଇଦେଶର କ୍ରିକେଟ୍‌ ପ୍ରଶଂସକ ଏବେବି ଚାହିଁ ରହିଛନ୍ତି ଯେ କେବେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଆରମ୍ଭ ହେବ ଏବଂ ସେମାନେ ଏକ ରୋମାଞ୍ଚକ ମ୍ୟାଚ୍‌ର ମଜା ଉଠାଇବେ। ଦୁଇ ଦେଶ ମଧ୍ୟରେ ଯେବେବି କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି ସେତେବେଳେ ରୋମାଞ୍ଚ ଶୀର୍ଷସ୍ତରରେ ପହଞ୍ଚତ୍ଥାଏ। ବିଶେଷ କରି ପଡ଼ିଆ ମଧ୍ୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଝଗଡ଼ା ଲାଗିବାର ଅନେକ ଦୃଷ୍ଟାନ୍ତ ମଧ୍ୟ ରହିଛି। କିନ୍ତୁ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ମଧ୍ୟ ରହିଛି। ଯାହାକୁ ହୁଏତ ଅନେକ ପ୍ରଶଂସକ ଜାଣି ନ ଥିବେ। ୨୦୦୪ ମସିହାରେ ଭାରତ ଯେତେବେଳେ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ପାକିସ୍ତାନ ଗସ୍ତରେ ଯାଇଥିଲା ସେତେବେଳେ ପାକିସ୍ତାନ ଅଧିନାୟକ ଇଞ୍ଜାମାମ ଉଲ୍‌ ହକ୍‌ ସମସ୍ତ ଭାରତୀୟ ଖେଳାଳିଙ୍କୁ ଟି-ଶାର୍ଟ ଉପହାର ଆକାରରେ ପ୍ରଦାନ କରିଥିବା ଜଣାପଡ଼ିଛି। ନିକଟରେ ଏକ ସାକ୍ଷାତ୍‌କାର ଅବସରରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ଏହି ଘଟଣାର ଖୁଲାସା କରିଛନ୍ତି। ଆକାଶ କହିଛନ୍ତି, ‘୨୦୦୪ରେ ଯେତେବେଳେ ଆମେ ପାକିସ୍ତାନ ଗସ୍ତରେ ଯାଇଥିଲୁ ସେତେବେଳେ ଇଞ୍ଜି ଭାଇ ତାଙ୍କ ଘରକୁ ପୁରା ଟିମ୍‌କୁ ନିମନ୍ତ୍ରଣ କରିଥିଲେ। ସେତେବେଳେ ତାଙ୍କର ଏକ ଗାର୍ମେଣ୍ଟ ଫ୍ୟାକ୍ଟ୍ରିର ଥିଲା। ଯେଉଁଠାରେ ଟି-ଶାର୍ଟ ପ୍ରସ୍ତୁତ କରାଯାଉଥିଲା। ସେ ଆମ ପାଖକୁ ଆସି ଟି-ଶାର୍ଟର ଏକ ବଣ୍ଡଲ୍‌ ଦେଇଥିଲେ। ସେତେବେଳେ ପୁରା ଦଳ ଏହି ଟି-ଶାର୍ଟ ବ୍ୟବହାର କରିଥିଲେ। ଇଞ୍ଜି ଭାଇ କହିଥିଲେ ଯେତେବେଳେ ଖେଳାଳି ଓ ଟିମ୍‌ କଥା ଉଠିଥାଏ ତେବେ କୌଣସି ସମସ୍ୟା ନାହିଁ। ଆମେ ସମସ୍ତେ ଖେଳାଳି ଓ ଭଲ ବନ୍ଧୁ’।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ଫଳାଫଳ ଘୋଷଣା; ମଧ୍ୟପ୍ରଦେଶରେ ଝଟକା ମଧ୍ୟରେ କଂଗ୍ରେସ ପାଇଁ ରହିଛି ଭଲ ଖବର

ନୂଆଦିଲ୍ଲୀ,୧୧।୬: ଗୁରୁବାର (ଜୁନ ୧୧, ୨୦୨୬), ମଧ୍ୟପ୍ରଦେଶ, ଗୁଜରାଟ ଏବଂ କର୍ନାଟକରୁ ୧୪ ଜଣ ପ୍ରାର୍ଥୀ ନିରପେକ୍ଷ ଭାବରେ ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ; କୌଣସି…

କାଳିଞ୍ଜି ସମାଜର ପ୍ରତିଭା ସମ୍ମାନ ଉତ୍ସବ: ମାଟ୍ରିକ, +୨ର କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହଠାରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ, କଇଁଣ୍ଡି ଆଞ୍ଚଳିକ ପରିଷଦ, ଭଞ୍ଜନଗର ତରଫରୁ ଗୁରୁବାର ପ୍ରତିଭା…

ତାମିଲନାଡୁକୁ ଚାଲାଣ ଅଭିଯୋଗ, ୨ ଜଣ ବାନ୍ଧିଲା ପୋଲିସ, ଆଦିବାସୀ ଯୁବତୀଯୁବକଙ୍କୁ ପ୍ରଲୋଭନ ଦେଖାଇ…

ହାଟଡିହୀ/ଆନନ୍ଦପୁର/ ବଞ୍ଚୋ/ ଛେନାପଦି , ୧୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ/ ନିରାକାର ପରିଡା): ଆଦିବାସୀ କିଶୋର କିଶୋରୀ କିଶୋରଙ୍କୁ ପ୍ରଲୋଭନ ଦେଖାଇ ତାମିଲନାଡୁକୁ ଚାଲାଣ…

ଫାଇନାଲରେ ସ୍ଥାନ ପକ୍କା କଲା ଏହି ଦଳ, ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହେଲେ…

ଦିଗପହଣ୍ଡି,୧୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ଖେଳପଡିଆରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ ପକ୍ଷରୁ ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ…

କାଳବୈଶାଖୀର ତାଣ୍ଡବ : ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ବଞ୍ଚୋ, ୧୧।୬ :(ପ୍ରଦୋଷ ବିଶ୍ୱାଳ ): କାଳବୈଶାଖୀର ପ୍ରଭାବରେ ଆନନ୍ଦପୁର ପୌରାଞ୍ଚଳର ମାଳିସାହି ନିକଟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବା ଫଳରେ କରଞ୍ଜିଆଭଦ୍ରକ ରାସ୍ତାରେ କିଛି…

ହାତୀ ଆକ୍ରମଣରେ ଯୁବକ ମୃତ ଘଟଣାରେ ଶବ ଛାଡିଲେନି ଗ୍ରାମବାସୀ, ପ୍ରଶାସନିକ ପ୍ରତିଶ୍ରୁତି ପରେ…

ରିଆମାଳ ୧୧।୬(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ସେକସନ ଚଢ଼େଇମରା ଗ୍ରାମ ପଞ୍ଚାୟତର ସଙ୍ଗାପଶି ଗ୍ରାମରେ ବୁଧବାର ହାତୀ ଆକ୍ରମଣରେ ସୁଶାନ୍ତ ନାୟକ ନାମକ…

ଗୁରୁବାର ହେଲେ ମନେ ପଡୁଛି ସ୍ବଚ୍ଛତା କଥା: ପର୍ଯ୍ୟଟନକ୍ଷେତ୍ର, ସ୍ବାସ୍ଥ୍ୟକେନ୍ଦ୍ରକୁ ସଫେଇ କଲେ…

ଦାରିଙ୍ଗବାଡି, ୧୧। ୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ…

ମରିଗଲା ଭାବି କୂଅରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଜୀବନ୍ତ ଅବସ୍ଥାରେ ଯୁବକ ଉଦ୍ଧାର

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ନର୍ସରୀ ପରିସରରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri