Posted inଖେଳ

କୋଚ୍‌ ପଞ୍ଜିକରଣ ପାଇଁ ଓପନ୍‌ ଆପ୍ଲିକେଶନ ସବ୍‌ମିଶନ ସିଷ୍ଟମ ଆରମ୍ଭ

ନୂଆଦିଲ୍ଲୀ,୧।୭(ପି.ଟି.): କୋଚ୍‌ ଓ ଟେକ୍‌ନିକାଲ ଅଫିସିଆଲମାନଙ୍କ ପଞ୍ଚିକରଣ ପାଇଁ ହକି ଇଣ୍ଡିଆ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। ହକି ଇଣ୍ଡିଆ ଏଥିପାଇଁ ଓପନ୍‌ ଆପ୍ଲିକେଶନ ସବ୍‌ମିଶନ ସିଷ୍ଟମ ଲଞ୍ଚ୍‌ କରିଛି। ଏହି ପ୍ରଣାଳୀ ଅନୁସାରେ ସମ୍ଭାବ୍ୟ କୋଚ୍‌ମାନେ ହକି ଇଣ୍ଡିଆର ରେଜିଷ୍ଟର ମେମ୍ବର ୟୁନିଟ୍‌ (ଆରଏମ୍‌ୟୁ)ଠାରୁ ଅନ୍‌ଲାଇନ୍‌ରେ ଏକ ଓପନ୍‌ ଲିଙ୍କ୍‌ ମାଧ୍ୟମରେ ସେମାନଙ୍କ ଆବେଦନ ଦାଖଲ କରିପାରିବେ। ଥରେ ଜଣେ ପ୍ରାର୍ଥୀ ଆବେଦନ କରିସାରିବା ପରେ ସେ ସମ୍ପୃକ୍ତ ଆରଏମ୍‌ୟୁଠାରୁ ଅନୁମୋଦନ ପାଇପାରିବେ। ଆରଏମ୍‌ୟୁରୁ ଥରେ ଅନୁମୋଦନ ପାଇବା ପରେ ପ୍ରାର୍ଥୀମାନେ ନ୍ୟାଶନାଲ ଫେଡେରେଶନଗୁଡିକଠାରୁ ଅନ୍ତିମ ଅନୁମୋଦନ ହାସଲ କରିପାରିବେ। ଏହାପରେ ଯାଇ କୋଚ୍‌ ଓ ଟେକ୍‌ନିକାଲ ଅଫିସିଆଲଙ୍କ ପଞ୍ଜିକରଣ ହେବ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ଏହି ସିଷ୍ଟମ ବା ପ୍ରାଣାଳୀ ଦ୍ୱାରା ସବୁ କୋଚ୍‌ ଓ ଟେକ୍‌ନିକାଲ ଅଫିସିଆଲମାନେ ଫାଇଦା ଉଠାଇପାରିବେ। ଏହା ଏକ ବୈପ୍ଳବିକ ପଦକ୍ଷେପ ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। ଏହି ରେଜିଷ୍ଟ୍ରେଶନ ପ୍ଲାଟଫର୍ମ ଦ୍ୱାରା ସବୁ ଯୁବ ଓ ଅଭିଜ୍ଞ କୋଚ୍‌ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?