ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଜୁଲାଇ ୧୫ ଯାଏଁ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୬।୬: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ରେଲଓ୍ବେ ପରେ ଏବେ ଅନ୍ତର୍ଜାତୀୟ ଉଡାଣ ଉପରେ ରୋକୋ ଲଗାଯାଇଛି। ଅନ୍ତର୍ଜାତୀୟ ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ କେନ୍ଦ୍ର ସରକାର ପୁଣି ବୃଦ୍ଧି କରିଛନ୍ତି। ଜୁଲାଇ ୧୫ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଶୁକ୍ରବାର ସୂଚନା ଦେଇଛନ୍ତି। କିନ୍ତୁ ଏହି ସମୟରେ ଘରୋଇ ବିମାନ ସେବା ଜାରି ରହିବ। ଏହି ନିର୍ଦ୍ଦେଶ କେବଳ କାର୍ଗୋ ବିମାନ ଓ ଡିଜିସିଏରୁ ଅନୁମୋଦିତ ସ୍ବତନ୍ତ୍ର ବିମାନ ଉପରେ ଲାଗୁ ହେବ ନାହିଁ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ରେ କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୩ରୁୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକୋ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଲଗାମ୍‌ କରୋନା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବହୁ ଅଫିସର ସଂକ୍ରମିତ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶରେ କରୋନା ରେକର୍ଡ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଗୋଟିଏ ଦିନରେ ୧୮ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ରାଜଧାନୀ...

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୪।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଶ୍ରୀନଗରର ହରି ସିଂ ରୋଡ୍‌ଠାରେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଗ୍ରେନେଡ୍‌ ମାଡ଼ରେ ଜଣେ...

୧୦ ଟଙ୍କାରେ ବର୍ଷକୁ ୨ଥର ମିଳିବ ଧୋତୀ-ଶାଢ଼ୀ

ରାଞ୍ଚି, ୧୭।୧୦: ଝାଡ଼ଖଣ୍ଡରେ ୫୭.୧ ଲକ୍ଷ ପରିବାରକୁ ବର୍ଷରେ ୨ଥର ଧୋତୀ-ଶାଢ଼ୀ ଯୋଗାଇ ଦିଆଯିବ। ଏଥିଲାଗି ପରିବାରଠାରୁ ପ୍ରତ୍ୟେକ ଥର ୧୦ ଟଙ୍କା ନିଆଯିବ। ରାଜ୍ୟ...

ଶିକ୍ଷାମନ୍ତ୍ରୀଙ୍କ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୭।୭: କେନ୍ଦ୍ର କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ବଡ଼ ପରିବର୍ତ୍ତନ ସହ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ହେଲେ ଏହା ପୂର୍ବରୁ ଅନେକ ମନ୍ତ୍ରୀମାନେ ନିଜ ପଦରୁ ଇସ୍ତାଫା...

ବାୟୁ ମାନ ପରିଚାଳନା କମିଟି ନିର୍ଦ୍ଦେଶ କାର୍ଯ୍ୟକାରୀ କର

ନୂଆଦିଲ୍ଲୀ, ୪।୧୨(ପି.ଟି.): ପ୍ରଦୂଷଣ ରୋକିବା ଲାଗି ବାୟୁ ମାନ ପରିଚାଳନା କମିଟି ଦେଇଥିବା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ନିମନ୍ତେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଏବଂ ଜାତୀୟ...

ଶନିବାର, ରବିବାର ବରଗଡ଼ ସହରାଞ୍ଚଳ ହେବ ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୨ା୭ : ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ୧୧୦ରେ ପହଞ୍ଚିଛି । ସେଥିମଧ୍ୟରୁ ୫୬ଜଣ ଆରୋଗ୍ୟ ଲାଭ କରିଥିବା...

ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୨: ଏବେ ମହିଳା ଅଧିକାରୀଙ୍କୁ ସେନାରେ ସ୍ଥାୟୀ କମିଶନ ମିଳିବ। ଏନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ୨୦୧୦ରେ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ...

‘ନ୍ୟାୟ ଆଶା ନାହିଁ’

ଲକ୍ଷ୍ନୌ,୧୦।୨: ଲଖିମପୁର ଖେରି ଚାଷୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୪ ମାସ ପରେ ଜାମିନ ମିଳିଛି।...

Advertisement
Archives

Model This Week