ଟିକା ପାଇଁ ବୀମା କବଚ

ବ୍ରସେଲ୍ସ,୩୧ା୧୦: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ଭାକ୍ସିନର ଏକ ବୀମା ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସ୍କିମ ପାଇଁ ଅନ୍ୟ କେତେକ ପକ୍ଷଙ୍କ ସହ ମିଶି ଡବ୍ଲ୍ୟୁଏଚ୍‌ଓ ଏକ ପାଣ୍ଠି ଗଠନ କରିବ। ବୀମା ଯୋଜନାରେ ୯୨ ସ୍ବଳ୍ପ ଆୟକାରୀ ବା ଗରିବ ରାଷ୍ଟ୍ରକୁ ସାମିଲ କରାଯିବ। ଉକ୍ତ ଦେଶଗୁଡ଼ିକର ଲୋକେ କୋଭିଡ୍‌-୧୯ ଭାକ୍ସିନ ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ସେମାନଙ୍କୁ ବୀମା ଅନୁଯାୟୀ କ୍ଷତିପୂରଣ ମିଳିବ। କରେନା ଭାକ୍ସିନ ଆସିବାରେ ହେଉଥିବା ବିଳମ୍ବ ଯୋଗୁ ସମ୍ଭାବ୍ୟ ନିଅଣ୍ଟିଆ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ଯୋଜନା ପ୍ରସ୍ତୁତ କରାଯାଉଛି। ଏହାକୁ କରୋନା ଟିକା ପ୍ରସ୍ତୁତକାରୀଙ୍କ ପାଇଁ ସୁରକ୍ଷା କବଚ ବୋଲି କୁହାଯାଉଛି।
୨୦୦୯ରେ ଏଚ୍‌୧ଏନ୍‌୧ ସ୍ବାଇନ୍‌ ଫ୍ଲୁ ଦେଖାଦେଇଥିବା ବେଳେ ଏହି ମହାମାରୀର ଭାକ୍ସିନ ଆସିବାରେ ବିଳମ୍ବ ହୋଇଥିଲା। ସେତେବେଳେ ଭାକ୍ସିନକୁ ନେଇ କୌଣସି ସ୍ପଷ୍ଟ ଉତ୍ତରଦାୟିତ୍ୱ ନ ଥିବାରୁ ଅନେକ ସ୍ବଳ୍ପ ଆୟକାରୀ ଦେଶରେ ଟିକା ପ୍ରଦାନ ପ୍ରକ୍ରିୟା ଧିମେଇ ଯାଇଥିଲା। ସେହି ବିଳମ୍ବର ପୁନରାବୃତ୍ତିକୁ ଏଡ଼ାଇବା ଲାଗି ଡବ୍ଲ୍ୟୁଏଚ୍‌ଓ ଏହି ପଦକ୍ଷେପ ନେବାକୁ ଯାଉଛି। ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ସେହି ଆଶଙ୍କାକୁ ଦୂର କରିବା, ଯାହା ଅନ୍ତର୍ଜାତୀୟ ସ୍ତରରେ ଭାକ୍ସିନକୁ ସାମ୍ନାକୁ ଆଣିବାରେ ପ୍ରତିବନ୍ଧକ ସାଜିଥାଏ। କରୋନା ଭାକ୍ସିନ ବୀମା ଯୋଜନା କୋଭାକ୍ସ ଭାକ୍ସିନ ଫାସିଲିଟିର ପ୍ରମୋଟରମାନଙ୍କ ଦ୍ୱାରା ପ୍ରଣୟନ କରାଯାଉଛି। ଡବ୍ଲ୍ୟୁଏଚ୍‌ଓ ଏବଂ ବିଲ୍‌ ଆଣ୍ଡ ମେଲିଣ୍ଡା ଫାଉଣ୍ଡେଶନ ଦ୍ୱାରା ପ୍ରତିଷ୍ଠିତ ବୈଶ୍ୱିକ ଟିକା ପ୍ରସ୍ତୁତକାରୀ ମେଣ୍ଟ ‘ଗାଭି’ର ମିଳିତ ସହଭାଗିତାରେ ଏହି ବୀମା ଯୋଜନା କରାଯାଉଛି। ଏନେଇ ଗୁରୁବାର କୋଭାକ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ବିଶ୍ୱରେ ଅନୂ୍ୟନ ୨ ବିଲିୟନ ପ୍ରଭାବୀ ଟିକା ବଣ୍ଟନ ପାଇଁ କୋଭାକ୍ସ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ଭାକ୍ସିନ ବୀମା ଯୋଜନାକୁ ୯୨ ସ୍ବଳ୍ବ ଆୟକାରୀ ଦେଶରେ ଲାଗୁ କରାଯିବ। ବିଶେଷକରି ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ। ଫଳରେ ଏହି ଦେଶଗୁଡ଼ିକରେ କୋଭାକ୍ସ ଦ୍ୱାରା ଆବଣ୍ଟିତ ଟିକା ନେବା ପରେ ରୋଗୀଙ୍କଠାରେ କୌଣସି ସାଇଡ୍‌-ଇଫେକ୍ଟ ଦେଖାଦେଇ ସ୍ବାସ୍ଥ୍ୟ ବିଗିଡ଼ିଲେ ସୋମନଙ୍କଠାରୁ ସମ୍ପୃକ୍ତ ରାଷ୍ଟ୍ରର ସରକାରମାନେ କ୍ଷତିପୂରଣଜନିତ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ତେବେ ଅନେକ ମଧ୍ୟମ ଆୟକାରୀ ଦେଶ ଯଥା-ଦକ୍ଷିଣ ଆଫ୍ରକା, ଲେବାନନ, ଗାବୋନ, ଇରାନ ଓ ଲାଟିନ ଆମେରିକାକୁ ଏହି ସୁରକ୍ଷାଗତ ସୁବିଧା ଦିଆଯିବ ନାହିଁ। ଏହି ଦୃଷ୍ଟିରୁ ବିଚାରକଲେ ଭାରତକୁ ଉକ୍ତ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନ ପାରେ। କ୍ଷତିପୂରଣ ଯୋଜନା ଅନୁସାରେ କୋଭାକ୍ସ ଭାକ୍ସିନ ବ୍ୟବହାର କରିବାକୁ ଥିବା ଦେଶଗୁଡ଼ିକ ଟିକା ପ୍ରସ୍ତୁତକାରୀଙ୍କୁ ୨୦୨୨ ଜୁଲାଇ ପର୍ଯ୍ୟନ୍ତ ଅର୍ଥଦଣ୍ଡରୁ ଅବ୍ୟାହତି ଦେବେ। କୋଭାକ୍ସ ଆହୁରି କହିଛି ଯେ, ଯେଉଁ ଦେଶଗୁଡ଼ିକ ସେମାନଙ୍କୁ ଉତ୍ତରଦାୟିତ୍ୱ ସୁରକ୍ଷା ଦେବେ ନାହିଁ ସେହି ରାଷ୍ଟ୍ରରେ ଭାକ୍ସିନ ବଣ୍ଟନ କରାଯିବ ନାହିଁ।
କୋଭାକ୍ସ ଏହାର ରିପୋର୍ଟରେ ସ୍ପଷ୍ଟ କରିଛି ଯେ, କୋଭାକ୍ସ ଫାସିଲିଟି ଏକ ବ୍ୟବସ୍ଥା ବିକଶିତ କରୁଛି, ଯେଉଁଥିରେ ୯୨ ଦେଶର କେହି ଟିକା ନେବା ପରେ ସିରିୟସ୍‌ ଆଡଭର୍ସ ଇଭେଣ୍ଟସ୍‌ (ଏସ୍‌ଏଇ) ଦ୍ୱାରା ଆକ୍ରାନ୍ତ ହେଲେ ତାଙ୍କୁ କ୍ଷତିପୂରଣ ଦିଆଯିବ। ତେବେ ଏହି ୯୨ ରାଷ୍ଟ୍ରକୁ ଚୟନ କରିବାରେ କେଉଁ ମାନଦଣ୍ଡ ଆପଣାଯାଇଛି ତାହା ଏଥିରେ କୁହାଯାଇନାହିଁ।
ନିୟାମକ ଅନୁମୋଦନ ପାଇଥିବା ଭାକ୍ସିନର ନକାରାମତ୍କ ପ୍ରତିକ୍ରିୟା ପ୍ରାୟତଃ ନ ଥାଏ। ଏହାସତ୍ତ୍ୱେ କରୋନା ସଂକ୍ରମଣ ଯୋଗୁ ଜନସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ୁଥିବାରୁ ଏହାର ଟିକା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ବୀମା ଯୋଜନା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆନ୍ତର୍ଜାତିକ ସ୍ବୀକୃତିପ୍ରାପ୍ତ କୌଣସି କୋଭିଡ୍‌ ଟିକା ବାହାରି ନାହିଁ। କିନ୍ତୁ ଆସନ୍ତା ଡିସେମ୍ବରରେ ଚାଇନାର ଉହାନ ସହରରେ କରୋନା ଉତ୍ପତ୍ତିକୁ ବର୍ଷେ ପୂରୁଥିବାବେଳେ ଏହି ଅବଧି ସୁଦ୍ଧା ଏହା ବିକଶିତ ହୋଇଯିବ ବୋଲି ଡବ୍ଲ୍ୟୁଏଚ୍‌ଓ ଆକଳନ କରିଛି। କୌଣସି ଭାକ୍ସିନ ସମ୍ପୂର୍ଣ୍ଣ ଭାବେ ବିକଶିତ ହେବା ପାଇଁ ବର୍ଷ ବର୍ଷ ଲାଗିଥାଏ। ଏକଥା ପୂର୍ବ ଅନୁଭୂତିରୁ ଜଣାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ବିଶ୍ୱନାଥ ଦେଲେ ୨୫୦ କୋଟି…

ଲଣ୍ଡନ,୨୬।୪ : ଲଣ୍ଡନରେ ବ୍ରିଟେନର ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଜଣେ ମୂଳ ଭାରତୀୟ କୋଟିପତି ୨୫୦ କୋଟି ଟଙ୍କା ଦାନ କରିଛନ୍ତି। ଏହି...

କରୋନା ଯୁଦ୍ଧରେ ହାରିଗଲେ ୪ ମାସର ଶିଶୁ

ଥିରୁଭାନନ୍ତପୁରମ,୨୪।୪: କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ କେରଳ କୋଜିକୋଡେ ଜିଲାର ୪ ମାସର ଶିଶୁ। ଏହି ଶିଶୁ ଶେଷରେ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଶୁକ୍ରବାର...

ବିଦେଶରେ ଚାଳୁଥିବା ଭାରତ ନିର୍ମିତ ଟ୍ରେନ୍‌ ବସିଲେ ଜୟଶଙ୍କର

ନୂଆଦିଲ୍ଲୀ,୧୪ା୪: ମୋଜାମ୍ବିକ୍‌ ଗସ୍ତରେ ଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସେଠାରେ ଭାରତ ନିର୍ମିତ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ତାଙ୍କ ସହ ମୋଜାମ୍ବିକ୍‌ର ପରିବହନ...

ଇସଲାମିକ ନିୟମ ଅନୁସାରେ ପୋଷାକ ପିନ୍ଧିଲେ ବାଳିକାଙ୍କୁ ମିଳିବ ପ୍ରାଥମିକ ଶିକ୍ଷା: ଘୋଷଣା କଲା ତାଲିବାନ…

କାବୁଲ,୧୧।୧ : ଆଫଗାନିସ୍ତାନରେ ତାଲିବାନ ଶାସକ ବାଳିକାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ବାଳିକାମାନଙ୍କୁ ଷଷ୍ଠ...

ଚାଇନା ବସ୍‌ରେ ବିସ୍ଫୋରଣ: ଜଣେ ମୃତ ୪୨ ଆହତ

ବେଜିଂ,୧୩ ।୨: ଚାଇନାର ଲିଆଓନିଂ ଅଞ୍ଚଳରେ ଥିବା ସେନୟାଙ୍ଗ ସହରରେ ବସରେ ଏକ ବିସ୍ଫୋରଣ ହୋଇଛି । ଶନିବାର ହୋଇଥିବା ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ...

ଫ୍ରାନ୍ସରେ ବିସ୍ଫୋରଣ: ୭ ମୃତ

ପ୍ୟାରିସ୍‌,୧୬ା୨: ଦକ୍ଷିଣ ଫ୍ରାନ୍ସର ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ୨ ପିଲାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୨...

ରାଜଧାନୀରେ ପୁଣି କରୋନା ଆତଙ୍କ: ମିଠା ଦୋକାନ କର୍ମଚାରୀ ପଜିଟିଭ୍‌, ସିଲ୍‌ ହେଲା ନାକା ଗେଟ୍‌ ବେଙ୍ଗଲି ଗାଙ୍ଗୁରାମ୍‌ ସୁଇଟ୍ସ

ଭୁବନେଶ୍ୱର, ୭।୬(ବ୍ୟୁରୋ): ରାଜଧାନୀରେ ପୁଣି ଦେଖାଦେଲାଣି କରୋନା ଆତଙ୍କ। ଲଗାତର କିଛିଦିନ ହେବ ସହରରୁ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବା ପରେ ଚିନ୍ତା ବଢ଼ିଛି। ବିଶେଷକରି ସାଲିଆସାହି...

ଶ୍ରୀଲଙ୍କାରେ ୬୦ ଲକ୍ଷ ଲୋକଙ୍କୁ ମିଳୁନି ଖାଦ୍ୟ

କଲମ୍ବୋ,୧୨ା୯: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଛି ଯେ, ଏଠାରେ ୬୦ ଲକ୍ଷରୁ ଅଧିକ ଲୋକ ଅନାହାରରେ ପହଞ୍ଚିଛନ୍ତି। ଖାଦ୍ୟ ସାମଗ୍ରୀର ଅଭାବ ଏବଂ ...

Advertisement
Archives

Model This Week