ବନ୍ୟପ୍ରାଣୀ ସୁରକ୍ଷାର ଅଭିନବ ଉପାୟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ

ବନ୍ୟପ୍ରାଣୀଙ୍କୁ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିବା ସକାଶେ ଏବେ ବୈଜ୍ଞାନିକମାନେ ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ଏହାଦ୍ୱାରା ଆଉ ଶିକାରୀମାନେ ବିରଳ ବନ୍ୟପ୍ରାଣୀଙ୍କୁ ହତ୍ୟା କରିବେ ନାହିଁ କି ସେମାନଙ୍କ ବଂଶ ଲୋପ ପାଇବ ନାହିଁ ବୋଲି ଆଶା କରାଯାଉଛି। ଏଥିନେଇ ଦକ୍ଷିଣ ଆଫ୍ରିକାର ଏକ କମ୍ପାନୀ ଯେଉଁ ଉପାୟଟି ଚିନ୍ତା କରିଛି ତାହାହେଲା ବୈଜ୍ଞାନିକ ପଦ୍ଧତିରେ ହାତୀ, ଗଣ୍ଡା ଏବଂ ଅନ୍ୟାନ୍ୟ ପଶୁପକ୍ଷୀ ମାନଙ୍କ ଶରୀରର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସୃଷ୍ଟି। ବିଜ୍ଞାନାଗାରରେ ଏହି ସବୁ ଅଙ୍ଗପ୍ରତ୍ୟଙ୍ଗ ଏପରି ଭାବେ ପ୍ରସ୍ତୁତ କରାଯିବ ଯେ ତାହା ଲୋକମାନଙ୍କ ଚାହିଦା ପୂରଣ କରିପାରିବ ଓ ଜଙ୍ଗଲରେ ପଶୁପକ୍ଷୀମାନେ ନିର୍ଭୟରେ ବସବାସ କରିପାରିବେ। ଯେଉଁ କମ୍ପାନୀ ଏଭଳି ଅଭିନବ କାର୍ଯ୍ୟରେ ହାତ ଦେଇଛି ତା’ର ନାମ ପେମ୍ବିଏଣ୍ଟ। ପରୀକ୍ଷାମୂଳକ ଭାବେ ପେମ୍ବିଏଣ୍ଟ କମ୍ପାନୀ ଏବେ ଗଣ୍ଡାର ଶିଙ୍ଗ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛି। ଏ ଦିଗରେ ଏହାକୁ ସଫଳତା ବି ମିଳିସାରିଛି। ତେବେ ଏଥିରେ କିଛି ପରିବର୍ତ୍ତନ ଘଟାଇବା ଓ ଏହା ଯେପରି ଅନ୍ତର୍ଜାତୀୟ ବଜାରରେ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହୋଇପାରିବ ସେଥିପାଇଁ ଅଧିକରୁ ଅଧିକ ଶିଙ୍ଗ ଉପତ୍ାଦନ ଲାଗି କମ୍ପାନୀ ଉଦ୍ୟମ ଚଳାଇଛି ବୋଲି କହିଛନ୍ତି ପେମ୍ବିଏଣ୍ଟର ସିଇଓ ମାଥ୍ୟୁ ମୁର୍କୁସ୍‌।
ହାତୀ ଦାନ୍ତଠାରୁ ଆରମ୍ଭ କରି ଗଣ୍ଡା ଶିଙ୍ଗ ପର୍ଯ୍ୟନ୍ତ ବନ୍ୟପ୍ରାଣୀଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଚାହିଦା ବିଶ୍ୱ ବଜାରରେ ଢେର ବେଶି। ଏହାର କାରଣ ଯାହା ହୋଇଥାଉ ନା କାହିଁକି ବିଭିନ୍ନ ବନ୍ୟପ୍ରାଣୀଙ୍କ ଚମଡ଼ା, ଦାନ୍ତ, ଶିଙ୍ଗ, ଲୋମ, ପିତ୍ତ ଏବଂ ଅନ୍ୟାନ୍ୟ ଅଙ୍ଗକୁ ସୌଖୀନ ଓ ରାଇସ୍‌ ଲୋକମାନେ ଲକ୍ଷ ଲକ୍ଷ ଡଲାର ଦେଇ କିଣିଥାନ୍ତି। ଯେମିତି କି ଗଣ୍ଡାର ଶିଙ୍ଗର ମୂଲ୍ୟ ଅନ୍ତର୍ଜାତୀୟ ଚୋରା ବଜାରରେ ଆକାଶଛୁଅଁା। ଏହାର ପ୍ରତି କିଲୋ ପିଛା ଦାମ ପ୍ରାୟ ୬୦,୦୦୦ ଡଲାର। ସେଇଭଳି ହାତୀ ଦାନ୍ତର କିଲୋପିଛା ମୂଲ୍ୟ ପ୍ରାୟ ୨୧,୦୦୦ ଡଲାର। ବାଘଛାଲ ଓ ଦାନ୍ତ, ମୃଗଚର୍ମ ଓ ଶିଙ୍ଗ, ଭାଲୁର ଲୋମ, ଚର୍ମ ଓ ପିତ୍ତ, କୁମ୍ଭୀର ଚମଡ଼ାର ଚୋରା ବଜାରର ଅଦୃଶ୍ୟ ଜାଲ ପୃଥିବୀସାରା ବିଛେଇ ହୋଇ ରହିଛି। ବିଶେଷକରି ଆଫ୍ରିକା ମହାଦେଶର ବିଭିନ୍ନ ରାଷ୍ଟ୍ରରୁ ଏବଂ ଏସୀୟ ଦେଶମାନଙ୍କରୁ ଏସବୁ ଦ୍ରବ୍ୟ ଚାଲାଣ କରି ଚୋରା ବେପାରୀମାନେ କୋଟି କୋଟି ଡଲାର ଉପାର୍ଜନ କରିଥାନ୍ତି। ଏହାର କ୍ରେତା ଦୁଇ ପ୍ରକାରର। ପ୍ରଥମତଃ କିଛି କ୍ରେତା ପ୍ରାଚୁର୍ଯ୍ୟ ବଳରେ ଏସବୁ ଦ୍ରବ୍ୟ କିଣି ନିଜ ପାଖରେ ରଖିବାକୁ ପସନ୍ଦ କରିଥାନ୍ତି। ଏହା ବ୍ୟତୀତ ଦ୍ୱିତୀୟ ଶ୍ରେଣୀର କ୍ରେତା ବନ୍ୟ ପଶୁପକ୍ଷୀଙ୍କ ଶରୀରର ଅଙ୍ଗକୁ ବ୍ୟବହାର କରି ପାରମ୍ପରିକ ଔଷଧ ପ୍ରସ୍ତୁତ କରିଥାନ୍ତି। ପୁଣି କେହି କେହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏସବୁ ଦ୍ରବ୍ୟ କିଣି ପାଖରେ ରଖିଥାନ୍ତି। ତେବେ ସେ ଯାହା ହେଉନା କାହିଁକି, ଏଥିପାଇଁ ଅବାଧ ଶିକାର ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ହାତୀ, ବାଘ, ସିଂହ, ଭଲ୍ଲୁକ ବିଭିନ୍ନ ପ୍ରଜାତିର ମୃଗ, ଗଣ୍ଡା ଅନେକ ଧରଣର ପକ୍ଷୀ ବିଲୁପ୍ତ ହୋଇଗଲେଣି ଅଥବା ବିଲୁପ୍ତିର ମହାମାର୍ଗରେ ଏବେ ଅଗ୍ରସର ହେଉଛନ୍ତି। କୌଣସି ଦେଶ ଶିକାରୀମାନଙ୍କ ଅବାଧ ବନ୍ୟପ୍ରାଣୀ ଶିକାରକୁ ରୋକିପାରିନାହାନ୍ତି। ଏଭଳି ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ କିଣିବା ତାଲିକାରେ ବିଶ୍ୱରେ ସର୍ବାଗ୍ରେ ରହିଛି ଚାଇନା। ଚାଇନାରେ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ଅଧିକାଂଶ ପଶୁଙ୍କ ଶରୀରର ଅଙ୍ଗ ଉପଯୋଗ କରାଯାଇଥାଏ।
ଏବେ ସିନ୍ଥେଟିକ୍‌ ଅଙ୍ଗ ପ୍ରସ୍ତୁତି ପ୍ରସଙ୍ଗକୁ ଆସିବା। ପେମ୍ବିଏଣ୍ଟ କମ୍ପାନୀର ଏଭଳି ଉଦ୍ୟମକୁ କିନ୍ତୁ ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ସଂସ୍ଥାଠାରୁ ଆରମ୍ଭ କରି ପର୍ଯ୍ୟାବରଣବିତ ଓ ପ୍ରାଣୀପ୍ରେମୀମାନେ ବିରୋଧ କରିଛନ୍ତି। ସେମାନଙ୍କ ମତରେ ଏଭଳି ନକଲି ଅଙ୍ଗପ୍ରତ୍ୟଙ୍ଗ ବଜାରରେ ଉପଲବ୍ଧ ହେଲେ ସୁଦ୍ଧା ଅସଲି ଦ୍ରବ୍ୟର ଚାହିଦା କମିବ ନାହିଁ। ତେଣୁ ଚୋରାଶିକାର ପୂର୍ବବତ୍‌ ଜାରି ରହିବ। ବରଂ ତାହା ବୃଦ୍ଧିପାଇବ ବୋଲି ସେମାନେ ଆଶଙ୍କା ପ୍ରକଟ କରନ୍ତି। ତେଣୁ ସେମାନେ ପେମ୍ବିଏଣ୍ଟ କମ୍ପାନୀର ଏଭଳି ପ୍ରୟାସକୁ ଘୋର ବିରୋଧ କରିଛନ୍ତି। ସେମାନେ ଏହାର ଏକ ଉଦାହରଣ ଦେଇ କହିଛନ୍ତି ଯେ, ଗତ ନଅ ବର୍ଷ ଭିତରେ ବିଶ୍ୱରେ ଗଣ୍ଡା ଶିକାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ୨୦୦୭ ମସିହାରେ ଦକ୍ଷିଣ ଆଫ୍ରିକାରେ ମାତ୍ର ୧୩ଟି ଗଣ୍ଡାଙ୍କୁ ମରାଯାଇଥିବାବେଳେ ୨୦୧୯ରେ ୧୧୭୫ଟି ଗଣ୍ଡା ଚୋରା ଶିକାରୀଙ୍କ ଦ୍ୱାରା ନିହତ ହୋଇଛନ୍ତି। ତେଣୁ ଏଭଳି ବିକଳ୍ପ ଉପାୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ବିଶେଷ ସହାୟକ ହେବନାହିଁ ବୋଲି ସେମାନେ ଦୃଢ଼ ଯୁକ୍ତି ବଢ଼ାନ୍ତି। କିନ୍ତୁ ବଜାରରେ ଯେ ଖୁବ୍‌ଶୀଘ୍ର ସିନ୍ଥେଟିକ ହାତୀଦାନ୍ତ ଓ ଗଣ୍ଡା ଶିଙ୍ଗ ମିଳିବ ତାହା ସମସ୍ତଙ୍କ ପାଇଁ ଏବେ ଖୁସି ଖବର ପାଲଟିଛି।
ପାରାଦୀପ, ମୋ:୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?