ଶ୍ରୀହୀନ ଶିଶୁ ଉଦ୍ୟାନ

ବାଲିଆପାଳ,୧୨।୧୦(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଇନ୍ଦିରା ଶିଶୁ ଉଦ୍ୟାନ ଏବେ ସୌନ୍ଦର୍ଯ୍ୟ ହରାଇ ବସିଛି। ପୂର୍ବଭଳି ଆଉ ସେଠାରେ ଗହଳି ଲାଗି ରହୁନି। ରକ୍ଷଣାବେକ୍ଷଣ ଅଭାବରୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି।
ଶିଶୁଙ୍କ ଖେଳକୁଦ ଏବଂ ଉଦ୍ୟାନ ଭ୍ରମଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳୀନ ଜଳେଶ୍ୱର ବିଧାୟକ ଜୟନାରାୟଣ ମହାନ୍ତି ୧୯୯୮ରେ ଏହି ଶିଶୁ ଉଦ୍ୟାନ ପ୍ରତିଷ୍ଠା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ୨୦୧୧ରେ ଜୟନାରାୟଣଙ୍କ ପ୍ରଚେଷ୍ଟାରେ ଉକ୍ତ ଉଦ୍ୟାନର ନବୀକରଣ କରାଯାଇ ତତ୍କାଳୀନ ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହାକୁ ଲୋକାର୍ପଣ କରିଥିଲେ। ବିଭିନ୍ନ ଆଲୋକରେ ଆଲୋକିତ ଶିଶୁ ଉଦ୍ୟାନ ଖୁବ୍‌ ମନୋରମ ପାଲଟିଥିଲା। ଉଦ୍ୟାନରେ ବିଭିନ୍ନ ପ୍ରକାର ଶୋଭା ବର୍ଦ୍ଧନକାରୀ ଗଛ ଦୂରକୁ ଖୁବ୍‌ସୁନ୍ଦର ଦେଖା ଯାଉଥିବା ବେଳେ ବିଦେଶୀ ଦୂବ ଘାସର ଗାଲିଚା ସହିତ ବିଭିନ୍ନ ପ୍ରକାରର ଫୁଲ ଗଛରେ ସୁନ୍ଦର ପରିବେଶ ତିଆରି ହୋଇଥିଲା। ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ଦୋଳି ସହିତ ବିଭିନ୍ନ ପ୍ରକାରର ଖେଳ ପୋଷ୍ଟ ସ୍ଥାପନ ହୋଇଥିଲା। ଉଦ୍ୟାନକୁ ଆହୁରି ମନୋରମ କରିବା ପାଇଁ ଉଦ୍ୟାନର ମଧ୍ୟ ଭାଗରେ ଏକ କୁଣ୍ଡରୁ ଜଳ ସ୍ପ୍ରେ ହୋଇ ଉପରକୁ ଉଠି ବର୍ଷା ଭଳି ଖସି ପଡୁଥିଲା। ବିଛିଡ଼ି ହୋଇ ପଡୁଥିବା ଚୁନା ଚୁନା ଜଳବିନ୍ଦୁରେ ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣ ପଡ଼ି ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥିଲା। ଯାହାକି ପିଲାଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା। ପିଲାମାନଙ୍କୁ ଜଗିବା ପାଇଁ ଅବିଭାବକମାନେ ଉଦ୍ୟାନ ପାର୍ଶ୍ୱରେ ନିର୍ମିତ ବେଞ୍ଚରେ ବସି ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏ ପିଲାମାନଙ୍କରେ ଗହଳି ଲାଗି ରହୁଥିଲା। ହେଲେ ଏବେ ସେଠାରେ ଆଉ ଭିଡ଼ ଜମୁନି। ଉଦ୍ୟାନ ମୁଖ୍ୟ ଫାଟକ ଆଗରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇଛି। ରାସ୍ତା ପାର୍ଶ୍ୱ ନାଳନର୍ଦ୍ଦମାର ଜଳ ଶିଶୁ ଉଦ୍ୟାନରେ ଜମରହିି ମଶା ସୃଷ୍ଟି ହେଉଛନ୍ତି। ରାତିରେ ସେଠାରେ ନିଶାଖୋରମାନେ ଆଡ୍ଡା ଜମାଉଛନ୍ତି। ଜଗୁଆଳି ଆଉ ଏହି ଶିଶୁ ଉଦ୍ୟାନକୁ ଜଗୁ ନାହାନ୍ତି। ରକ୍ଷଣବେକ୍ଷଣ ଅଭାବରୁ ଅନାବନା ଘାସରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହେବା ସହିତ ପିଲାମାନଙ୍କର ଦୋଳି, ବିଭିନ୍ନ ଖେଳ ପୋଷ୍ଟ ଭାଙ୍ଗି ନଷ୍ଟ ହୋଇଗଲାଣି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିଲେ ମଧ୍ୟ ଉକ୍ତ ଶିଶୁ ଉଦ୍ୟାନପ୍ରତି ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ପ୍ରଶାସନର ଦୃଷ୍ଟି ପଡୁନାହିଁ। ସେଦିନର ଚଳ ଚଞ୍ଚଳ ଇନ୍ଦିରା ଶିଶୁ ଉଦ୍ୟାନ ଏବେ ସମସ୍ତଙ୍କର ଦୃଷ୍ଟି ଆଢୁଆଳରେ ସୌନ୍ଦର୍ଯ୍ୟହରା ହୋଇ ପଡ଼ିରହିଛି। ସ୍ଥାନୀୟ ପ୍ରଶାସନ ଏହି ଶିଶୁ ଉଦ୍ୟାନ ପ୍ରତି ଧ୍ୟାନଦେଇ ଏହାର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri