ଶ୍ରୀହୀନ ଶିଶୁ ଉଦ୍ୟାନ

ବାଲିଆପାଳ,୧୨।୧୦(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଇନ୍ଦିରା ଶିଶୁ ଉଦ୍ୟାନ ଏବେ ସୌନ୍ଦର୍ଯ୍ୟ ହରାଇ ବସିଛି। ପୂର୍ବଭଳି ଆଉ ସେଠାରେ ଗହଳି ଲାଗି ରହୁନି। ରକ୍ଷଣାବେକ୍ଷଣ ଅଭାବରୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି।
ଶିଶୁଙ୍କ ଖେଳକୁଦ ଏବଂ ଉଦ୍ୟାନ ଭ୍ରମଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳୀନ ଜଳେଶ୍ୱର ବିଧାୟକ ଜୟନାରାୟଣ ମହାନ୍ତି ୧୯୯୮ରେ ଏହି ଶିଶୁ ଉଦ୍ୟାନ ପ୍ରତିଷ୍ଠା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ୨୦୧୧ରେ ଜୟନାରାୟଣଙ୍କ ପ୍ରଚେଷ୍ଟାରେ ଉକ୍ତ ଉଦ୍ୟାନର ନବୀକରଣ କରାଯାଇ ତତ୍କାଳୀନ ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହାକୁ ଲୋକାର୍ପଣ କରିଥିଲେ। ବିଭିନ୍ନ ଆଲୋକରେ ଆଲୋକିତ ଶିଶୁ ଉଦ୍ୟାନ ଖୁବ୍‌ ମନୋରମ ପାଲଟିଥିଲା। ଉଦ୍ୟାନରେ ବିଭିନ୍ନ ପ୍ରକାର ଶୋଭା ବର୍ଦ୍ଧନକାରୀ ଗଛ ଦୂରକୁ ଖୁବ୍‌ସୁନ୍ଦର ଦେଖା ଯାଉଥିବା ବେଳେ ବିଦେଶୀ ଦୂବ ଘାସର ଗାଲିଚା ସହିତ ବିଭିନ୍ନ ପ୍ରକାରର ଫୁଲ ଗଛରେ ସୁନ୍ଦର ପରିବେଶ ତିଆରି ହୋଇଥିଲା। ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ଦୋଳି ସହିତ ବିଭିନ୍ନ ପ୍ରକାରର ଖେଳ ପୋଷ୍ଟ ସ୍ଥାପନ ହୋଇଥିଲା। ଉଦ୍ୟାନକୁ ଆହୁରି ମନୋରମ କରିବା ପାଇଁ ଉଦ୍ୟାନର ମଧ୍ୟ ଭାଗରେ ଏକ କୁଣ୍ଡରୁ ଜଳ ସ୍ପ୍ରେ ହୋଇ ଉପରକୁ ଉଠି ବର୍ଷା ଭଳି ଖସି ପଡୁଥିଲା। ବିଛିଡ଼ି ହୋଇ ପଡୁଥିବା ଚୁନା ଚୁନା ଜଳବିନ୍ଦୁରେ ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣ ପଡ଼ି ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥିଲା। ଯାହାକି ପିଲାଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା। ପିଲାମାନଙ୍କୁ ଜଗିବା ପାଇଁ ଅବିଭାବକମାନେ ଉଦ୍ୟାନ ପାର୍ଶ୍ୱରେ ନିର୍ମିତ ବେଞ୍ଚରେ ବସି ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏ ପିଲାମାନଙ୍କରେ ଗହଳି ଲାଗି ରହୁଥିଲା। ହେଲେ ଏବେ ସେଠାରେ ଆଉ ଭିଡ଼ ଜମୁନି। ଉଦ୍ୟାନ ମୁଖ୍ୟ ଫାଟକ ଆଗରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇଛି। ରାସ୍ତା ପାର୍ଶ୍ୱ ନାଳନର୍ଦ୍ଦମାର ଜଳ ଶିଶୁ ଉଦ୍ୟାନରେ ଜମରହିି ମଶା ସୃଷ୍ଟି ହେଉଛନ୍ତି। ରାତିରେ ସେଠାରେ ନିଶାଖୋରମାନେ ଆଡ୍ଡା ଜମାଉଛନ୍ତି। ଜଗୁଆଳି ଆଉ ଏହି ଶିଶୁ ଉଦ୍ୟାନକୁ ଜଗୁ ନାହାନ୍ତି। ରକ୍ଷଣବେକ୍ଷଣ ଅଭାବରୁ ଅନାବନା ଘାସରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହେବା ସହିତ ପିଲାମାନଙ୍କର ଦୋଳି, ବିଭିନ୍ନ ଖେଳ ପୋଷ୍ଟ ଭାଙ୍ଗି ନଷ୍ଟ ହୋଇଗଲାଣି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିଲେ ମଧ୍ୟ ଉକ୍ତ ଶିଶୁ ଉଦ୍ୟାନପ୍ରତି ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ପ୍ରଶାସନର ଦୃଷ୍ଟି ପଡୁନାହିଁ। ସେଦିନର ଚଳ ଚଞ୍ଚଳ ଇନ୍ଦିରା ଶିଶୁ ଉଦ୍ୟାନ ଏବେ ସମସ୍ତଙ୍କର ଦୃଷ୍ଟି ଆଢୁଆଳରେ ସୌନ୍ଦର୍ଯ୍ୟହରା ହୋଇ ପଡ଼ିରହିଛି। ସ୍ଥାନୀୟ ପ୍ରଶାସନ ଏହି ଶିଶୁ ଉଦ୍ୟାନ ପ୍ରତି ଧ୍ୟାନଦେଇ ଏହାର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri