Posted inଜାତୀୟ

ଏଲ୍‌ଓସିରେ ଅନୁପ୍ରବେଶ କମିଛି…

ନୂଆଦିଲ୍ଲୀ, ୨୭।୪ : ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲଓସିରେ ଅନୁପ୍ରବେଶ ଏବଂ ଆତଙ୍କବାଦ ହ୍ରାସ ପାଇଛି । ଏସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁୂ ପ୍ରକାଶିତ ରିପୋର୍ଟ ୨୦୨୦-୨୧ରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୧୯ରେ ଜମ୍ମୁ-କଶ୍ମୀରରେ ୨୧୬ ଅନୁପ୍ରବେଶ ଉଦ୍ୟମ ହୋଇଥିବାବେଳେ ୨୦୨୦ରେ କେବଳ ୯୯ ଅନୁପ୍ରବେଶ ଉଦ୍ୟମ ହୋଇଥିଲା।

ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ୨୦୧୯ରେ ୧୩୮ ଥର ଅନୁପ୍ରବେଶ ହୋଇଥିବାବେଳେ ୨୦୨୦ରେ ୫୧ ଥର ଅନୁପ୍ରବେଶ ହୋଇଛି। ୨୦୨୦ରେ ୨୪୪ ଟି ଆତଙ୍କବାଦ ଘଟଣା ଘଟିଥିଲା ଯେଉଁଥିରେ ୬୨ ସୁରକ୍ଷା କର୍ମୀ ଏବଂ ୩୭ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୨୨୧ ଆତଙ୍କବାଦୀ ନିହତ ହୋଇଥିଲେ।

୯୦ ଦଶକରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଆରମ୍ଭ ହେବା ପରଠାରୁ ୨୦୨୦ ସୁଦ୍ଧା ୧୪୦୯୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ୫୩୫୬ ସୁରକ୍ଷା କର୍ମୀ ଶହୀଦ୍‌ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଯାତ୍ରୀ ସାଜି ଆୟକର ଚଢ଼ାଉ

ମୁମ୍ବାଇ,୧୨।୮:ଆୟକର ବିଭାଗର ଅଧିକାରୀମାନେ ଜଣେ ଶିଳ୍ପପତିଙ୍କ ମହାରାଷ୍ଟ୍ରର ଜଲ୍‌ନା ଏବଂ ଔରଙ୍ଗାବାଦରେ ଥିବା କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ କରି ନଗଦ ୫୮ କୋଟି...

କରୋନା ତୃତୀୟ ଲହରର ଭୟ ଥିଲେ ବି ଖୋଲାଯାଇ ପାରିବ ପ୍ରାଇମେରୀ ସ୍କୁଲ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୦ ।୭: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଯାଉଥିବା ବେଳେ ଆଗକୁ ଆସୁଥିବା ତୃତୀୟ ଲହର କିନ୍ତୁ ମନରେ ଭୟ ସୃଷ୍ଟି କରି...

ତିନି ମାସ ପରେ ଆସିବ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୪ ।୯: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ତା’ର ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି...

ସାଂସ୍କୃତିକ ବିବିଧତାରେ ପରିପୂର୍ଣ୍ଣ ହେବ ନୂଆ ସଂସଦ ଭବନ, ରକ୍ଷଣାବେକ୍ଷଣ ପାଇଁ ଗଠନ ହୋଇଛି ୩ ସମିତି

ନୂଆଦିଲ୍ଲୀ,୨୬ ।୯: ସେଣ୍ଟ୍ରାଲ ଭିଷ୍ଟା ଭଳି ଆମର ନୂଆ ସଂସଦ ଭବନ ବା ପାର୍ଲାମେଣ୍ଟ ହାଉସରେ କଳା ସଂସ୍କୃତିର ଅଦ୍ଭୁତ ଝଲକ ଦେଖିବାକୁ ମିଳିବ ।...

ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ର ମୃତ୍ୟୁ

ଥିରୁଭାନନ୍ତପୁରମ,୧୦।୧୦: କେରଳର ଶ୍ରୀ ଅନନ୍ତପଦ୍ମନାବା ସ୍ବାମୀ ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ ଦେହାନ୍ତ ହୋଇଛି। ‘ବାବିଆ’ ଭାବରେ ଜଣାଶୁଣା ଏହି କୁମ୍ଭୀରଟି ଗତ ୭୦ ବର୍ଷ...

କରୋନା ପାଇଁ ସମର୍ପିତ ହେଲା ଭାରତର ପ୍ରଥମ ହସ୍ପିଟାଲ

ମୁମ୍ବାଇ,୨୪।୩: କରୋନା ଭାଇରସ ଏବେ ବିଶ୍ୱକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତ ଏଥିରୁ ବାଦ୍‌ ପଡିନାହିଁ। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଶହ...

କୁକୁରଙ୍କ ପାଇଁ ହେବ ଶ୍ମଶାନ: ପୂଜକ କରିବେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୦।୧୨: ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସ୍‌ଡିଏମ୍‌ସି) କୁକୁରଙ୍କ ପାଇଁ ଏକ ସର୍ବସାଧାରଣ ଶ୍ମଶାନ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଶ୍ମଶାନରେ କୁକୁରଙ୍କ ଅନ୍ତିମ...

ଏଆଇଏଡିଏମ୍‌କେରେ ଫାଟ ବଢ଼ୁଛି

ଚେନ୍ନାଇ,୫।୧୨ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କର ଷଷ୍ଠ ଶ୍ରାଦ୍ଧବାର୍ଷିକୀ ସୋମବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଆଇଏଡିଏମ୍‌କେରେ ଗୋଷ୍ଠୀ ବିବାଦ ବଢ଼ୁଥିବା ପୁନର୍ବାର ପଦାରେ...

Advertisement
Archives

Model This Week