Posted inଜାତୀୟ

ଅପାରଗ ଏନ୍‌ଟିଏ, ଅନ୍ଧାରରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଦେଶରେ ଡାକ୍ତରୀ, ଇଞ୍ଜିନିୟରିଂ ଓ ଫେଲୋଶିଫ୍‌ ଭଳି ସମ୍ମାନଜନକ ପାଠ୍ୟକ୍ରମଗୁଡ଼ିକରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ହାତରେ ନ୍ୟସ୍ତ ରହିଛି। କିନ୍ତୁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏହି ଏଜେନ୍ସିର ଅପାରଗତା ଯୋଗୁ ଅନେକ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ଲଗାତର ଭାବେ ଗୋଟିଏ ପରେ ଗୋଟିଏ ବଡ଼ ପରୀକ୍ଷାରେ ଅନିୟମିତତା ଓ ରେଜଲ୍ଟରେ ବିଭ୍ରାଟ ଏନ୍‌ଟିଏର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ହେଉଛି କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏକ ସ୍ବୟଂଶାସିତ ସଂସ୍ଥା। ଦେଶବ୍ୟାପୀ ପ୍ରବେଶିକା ପରୀକ୍ଷା ଆୟୋଜନ କରିବା ଏବଂ ନିଯୁକ୍ତିରେ ସ୍ବଚ୍ଛତା ଆଣିବା ପାଇଁ ୨୦୧୭ ନଭେମ୍ବରେ ଏନ୍‌ଟିଏ ଗଠନ କରାଯାଇଥିଲା। ଇଞ୍ଜିନିୟରିଂ, ମେଡିକାଲ, ମ୍ୟାନେଜ୍‌ମେଣ୍ଟ, ଫାର୍ମାସି ଆଦି ପାଠ୍ୟକ୍ରମରେ ଆଡ୍‌ମିଶନ୍‌ ଏବଂ ଉଚ୍ଚଶିକ୍ଷାରେ ଫେଲୋଶିପ୍‌ ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗୁଡ଼ିକର ପରିଚାଳନା ଦାୟିତ୍ୱ ଏହି ସଂସ୍ଥା ହାତରେ ରହିଛି।

ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଦ୍ଦିଷ୍ଟ ଏନ୍‌ଇଇଟି-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଓ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ କରାଯାଉ। କେନ୍ଦ୍ର ସରକାର ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ବ୍ୟାନ୍‌ କରନ୍ତୁ। ନଚେତ ଆସନ୍ତା ୨୪ରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ପାର୍ଲାମେଣ୍ଟ ଘେରାଉ କରାଯିବ ବୋଲି ବାମପନ୍ଥୀ ଛାତ୍ର ସଙ୍ଗଠନ ନ୍ୟାଶନାଲ ଷ୍ଟୁଡେଣ୍ଟ୍ସ ୟୁନିୟନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ) ପକ୍ଷରୁ ବୁଧବାର ଚେତାବନୀ ଦିଆଯାଇଛି। ଏନ୍‌ଏସ୍‌ୟୁଆଇ ସଭାପତି ବରୁଣ ଚୌଧରୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସରକାର ଆମ ଦାବିଗୁଡ଼ିକୁ ନ ମାନିଲେ ଜୁନ୍‌ ୨୪ରେ ଛାତ୍ର ସଂଘ ପାର୍ଲାମେଣ୍ଟ ଘେରାଉ କରିବ। ଏନ୍‌ଇଇଟି ପରୀକ୍ଷାରେ ହୋଇଥିବା ଅନିୟମିତତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖିବା ପାଇଁ ଇଣ୍ଡିଆ ବ୍ଲକ୍‌ ନେତାମାନଙ୍କୁ ଅନୁରାଧ କରିବୁ। ଏହା ପୂର୍ବରୁ ଦାବି ମାନିନେବା ପାଇଁ କେନ୍ଦ୍ରକୁ ମହଲତ ଦେଉଛୁ ବୋଲି ସେ କହିଛନ୍ତି।

ଏନ୍‌ଇଇଟି ମେଡିକାଲ ପରୀକ୍ଷାରେ ଅନିୟମିତତାକୁ ନେଇ ବିବାଦ ବଢ଼ିବାରେ ଲାଗିଥିବାବେଳେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ରକୁ ଘେରିବା ପାଇଁ ବଡ଼ ରଣନୀତି କରିଛନ୍ତି। ଛାତ୍ରୀଛାତ୍ରଙ୍କ ନ୍ୟାୟ ଦାବିକୁ ରାଜରାସ୍ତାକୁ ନେବା ପାଇଁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷାରେ ବିଭ୍ରାଟ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାର୍ଲାମେଣ୍ଟରେ ମଧ୍ୟ ସରକାରଙ୍କ ଉପରେ ଚାପ ପକାଯିବ। ଲୋକ ସଭାରେ ବିରୋଧୀ ଇଣ୍ଡିଆ ମେଣ୍ଟ ସଦସ୍ୟଙ୍କ ସଂଖ୍ୟା ୨୩୨କୁ ବଢ଼ିଛି। ୯୯ ଆସନ ଦଖଲ କରିଥିବା କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ ଏବଂ ସୋମବାର ଅଷ୍ଟାଦଶ ଲୋକ ସଭା ଆଦ୍ୟ ଅଧିବେଶନର ପ୍ରଥମ ଦିନ ପାର୍ଲାମେଣ୍ଟକୁ ଶୋଭାଯାତ୍ରା କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ମଧ୍ୟ କଂଗ୍ରେସ ଦାବି କରିବ ବୋଲି ଜଣାପଡ଼ିଛି। ତାମିଲନାଡୁରେ କ୍ଷମତାସୀନ ଡିଏମ୍‌କେ ମଧ୍ୟ ଆନ୍ଦୋଳନର ଚେତାବନୀ ଦେଇଛି।

ୟୁଜିସି-ଏନ୍‌ଇଟି ପରୀକ୍ଷା ରଦ୍ଦ ହେବା ପରେ ବିରୋଧୀ କଂଗ୍ରେସ କେନ୍ଦ୍ରର ମୋଦି ସରକାରଙ୍କୁ ‘ପେପର ଲିକ୍‌ ସରକାର’ ଆଖ୍ୟା ଦେଇଛି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଏହି ଅନିୟମିତତା ପାଇଁ ଉତ୍ତରଦାୟୀ ହେବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଏନ୍‌ଇଇଟିରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏନ୍‌ଇଇଟି ପରୀକ୍ଷା ପେ ଚର୍ଚ୍ଚା’ କେବେ କରିବେ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ୟୁଜିସି-ଏନ୍‌ଇଟି ରଦ୍ଦକୁ ନିନ୍ଦା କରିଛନ୍ତି। ଏଥିପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯାଉ ବୋଲି ସେ ଦାବି କରିଛନ୍ତି।

ଏନ୍‌ଇଇଟି ବିଭ୍ରାଟ
ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଏନ୍‌ଇଇଟି-ୟୁଜି ପରୀକ୍ଷା ଗତ ମେ’ ୫ରେ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରାୟ ୨୪ ଲକ୍ଷ ଛାତ୍ରୀଛାତ୍ର ୪,୭୫୦ ସେଣ୍ଟରରେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ୬୭ ଜଣ ପରୀକ୍ଷାର୍ଥୀଙ୍କୁ ସର୍ବୋଚ୍ଚ ନମ୍ବର ଦିଆଯାଇ ର଼୍ୟାଙ୍କ ଓ୍ବାନ୍‌ରେ ସ୍ଥାନିତ କରାଯାଇଥିଲା। ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣ ପିଲା ସର୍ବୋଚ୍ଚ ନମ୍ବର ରଖିଥିଲେ। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ଗ୍ରେସ୍‌ମାର୍କ ଦିଆଯିବା ପରେ ସେମାନଙ୍କ ନମ୍ବର ୧୦୦% ରହିଥିଲା, ଯାହାକୁ ନେଇ ପ୍ରଶ୍ନ ଉଠିଛି। ସାନି ପରୀକ୍ଷା ଦାବିରେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀକ୍ଷା ଅନିୟମିତତାକୁ ବିରୋଧକରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି। ଭୁଲ୍‌ ମାନିଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନ୍‌ସିଇଟି ସ୍ଥଗିତ
ଜୁନ୍‌ ୧୨ରେ ନ୍ୟାଶନାଲ କମନ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ସିଇଟି) ଥିଲା। ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଟିଚର ଏଜୁକେଶନ ପ୍ରୋଗ୍ରାମ (ଆଇଟିଇପି)ରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ। କିନ୍ତୁ ଏନ୍‌ଟିଏର ଅପାରଗତା ଯୋଗୁ ଛାତ୍ରୀଛାତ୍ର ଏହି ପ୍ରବେଶିକା ପରୀକ୍ଷା ଦେଇପାରି ନ ଥିଲେ। ସର୍ଭର ଡାଉନ୍‌ ଯୋଗୁ ପରୀକ୍ଷା ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚତ୍ ନ ପାରିବାରୁ ୧୬୦ଟି ସହରର ୨୯୨ ପରୀକ୍ଷା କେନ୍ଦ୍ରରେ ପଞ୍ଜୀକୃତ ୪୦,୨୩୩ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଥିଲେ। ଅପରପକ୍ଷେ ବୈଷୟିକ ତ୍ରୁଟି ଯୋଗୁ ପରୀକ୍ଷା ହୋଇପାରି ନ ଥିବା ଏବଂ ଏହାକୁ ସ୍ଥଗିତ କରାଯାଇଛି ବୋଲି ଏନ୍‌ଟିଏ କହିଥିଲା। ପରୀକ୍ଷା କେବେ ହେବ ତାହା ପରବର୍ତ୍ତୀ ସମୟରେ ଏନ୍‌ସିଟିଇ ପୋର୍ଟାଲ ଜରିଆରେ ଜଣାଇ ଦିଆଯିବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?