ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୨୦ା୬(ଅନିଲ ଦାସ)ରାଜ୍ୟରେ ଭାଜପା ସରକାର ଗଠନ ହେବା ପରେ ମହାନଦୀ ଜଳ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ୨୪ ବର୍ଷ କ୍ଷମତାରେ ଥିବା ବିଜେଡି ଏବେ ମହାନଦୀ ଜଳ ବିବାଦକୁ ପ୍ରସଙ୍ଗ କରି ନୂଆ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି। ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାନଦୀ ଶୁଖିଯାଉଛି। ଯେତିକି ପାଣି ମିଳିବା କଥା ଓଡ଼ିଶାକୁ ସେତିକି ମିଳୁନାହିଁ। ଏବେ ଓଡ଼ିଶାରେ ଓ ଛତିଶଗଡ଼ରେ ଭାଜପା ସରକାର ଅଛନ୍ତି। କେନ୍ଦ୍ରରେ ମଧ୍ୟ ଭାଜପା ସରକାର ରହିଛି। ମହାନଦୀ ବିବାଦ ସମାଧାନ ସହଜ ହେବ ବୋଲି ସେ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି। ବିଜେଡିର ଏଭଳି ମନ୍ତବ୍ୟକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ସେ କହିଛନ୍ତି ଯେ ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ମହାନଦୀ ଶୁଖିଗଲା ବୋଲି ଏବେ ଜାଣିଲେ କି? ମହାନଦୀ ଏବଂ ଓଡ଼ିଶାର ସ୍ବାର୍ଥ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇନାହାନ୍ତି। ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କୁ କେବେ ଏନେଇ ଅବଗତ କରାଇଥିଲେ କି ? ଛତିଶଗଡ଼ରେ ପୂର୍ବରୁ ଭାଜପା ଓ କଂଗ୍ରେସ ସରକାର ରହିଥିଲେ। ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କ’ଣ କରିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ମହାନଦୀକୁ ନେଇ ଏବେ ବହୁତ ବିଳମ୍ବ ହୋଇସାରିଛି। ଓଡ଼ିଶା ବହୁତ କ୍ଷତି ସହିଛି। ତଥାପି ଭାଜପା ସରକାର ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବ ବୋଲି ପୂଜାରୀ କହିଛନ୍ତ।
କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଏବେ କେନ୍ଦ୍ରରେ, ଓଡ଼ିଶାରେ ଓ ଛତିଶଗଡ଼ରେ ଭାଜପା ସରକାର ରହିଛି। ଟ୍ରିପଲ୍‌ ଇଞ୍ଜିନ ସରକାରରେ ଯଦି ମହାନଦୀ ଜଳ ବିବାଦ ସମାଧାନ ନ ହେବ, ତା’ ହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି…

କଟକ,୪ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଶୁକ୍ରବାର ରାତି ୧୦ଟା ୨୫ରେ ସ୍ତ୍ରୀଙ୍କ…

କୋଚିଳା ନଦୀ ବନ୍ଧ ଧସିଲା, ଭୟରେ ଅଞ୍ଚଳବାସୀ

ଧାମନଗର,୪।୭(ସନ୍ତୋଷ କୁମାର ମହାପାତ୍ର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟରେ…

ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି: ପିକ୍‌ଅପ୍‌ ଜବତ, ପୋଲିସ ୨ ଜଣଙ୍କୁ ଗିରଫ କରି…

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡ଼ି ପଞ୍ଚାୟତ କାରିପାଙ୍ଗା ଗ୍ରାମର ଅରୁଣ ପ୍ରଧାନଙ୍କ ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri