Posted inଖେଳ

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ ‘ଏ’ ଟିମ୍ ଘୋଷଣା କରିଛି। ଚୟନକର୍ତ୍ତାମାନେ ଏକ ବଡ଼ ନିଷ୍ପତ୍ତି ନେଇ ଯୁବ ୱିକେଟକିପର-ବ୍ୟାଟର ଧ୍ରୁବ ଜୁରେଲଙ୍କୁ ଦଳର ଅଧିନାୟକ ଭାର ନ୍ୟସ୍ତ କରିଛନ୍ତି। ଦଳରେ କେଏଲ୍ ରାହୁଲ, ଯଶସ୍ବୀ ଜୟସ୍ବାଲ, ଦେବଦତ୍ତ ପାଡିକ୍କଲ ଓ ୱାଶିଂଟନ୍ ସୁନ୍ଦରଙ୍କ ଭଳି ତାରକା ଖେଳାଳି ଥିବା ସତ୍ତ୍ୱେ ଜୁରେଲଙ୍କୁ ଅଧିନାୟକ ମନୋନୀତ କରାଯାଇଛି।

ସେହିପରି ପୂର୍ବତନ ଟେଷ୍ଟ ଉପ-ଅଧିନାୟକ ରିଷଭ ପନ୍ତଙ୍କୁ ମଧ୍ୟ ଏହି ରେଡ୍‌-ବଲ୍ ସ୍କ୍ୱାଡ୍‌‌ରେ ସାମିଲ କରାଯାଇଛି। ତେବେ ତାଙ୍କର ଖେଳିବା ମେଡିକାଲ ଫିଟ୍‌ନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ, ଯାହା ପାଇଁ ଜୁରେଲଙ୍କୁ ଅଧିନାୟକ କରାଯାଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ସିନିୟର ଟେଷ୍ଟ ସିରିଜ୍ ପୂର୍ବରୁ ସେଠାକାର ପରିସ୍ଥିତି ସହ ଖାପଖୁଆଇବା ପାଇଁ ଅନେକ ନିୟମିତ ଟେଷ୍ଟ ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ମିଳିଛି। ବ୍ୟାଟିଂ ବିଭାଗରେ ଉପ-ଅଧିନାୟକ କେଏଲ୍, ଓପନର ଯଶସ୍ବୀ, ଦେବଦତ୍ତ ଓ ସାଇ ସୁଦର୍ଶନ ରହିଛନ୍ତି। ଅଲରାଉଣ୍ଡର ଭାବେ ୱାଶିଂଟନ୍ ଓ ମାନବ ସୁଥାର ସ୍ପିନ୍ ବୋଲିଂ ଭାର ସମ୍ଭାଳିବେ।

ପେସ୍ ବୋଲିଂ ଆକ୍ରମଣରେ ଆକାଶ ଦୀପ, ମୁକେଶ କୁମାର ଓ ଅଂଶୁଲ କମ୍ବୋଜ ସ୍ଥାନ ପାଇଛନ୍ତି। ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ ଆଧାରରେ କର୍ଣ୍ଣାଟକର ରବିଚନ୍ଦ୍ରନ୍ ସ୍ମରଣ, ଜମ୍ମୁ-କାଶ୍ମୀରର ଆକିବ ନବୀ, ବିଦର୍ଭର ୟଶ ରାଠୋଡ ଓ ମହାରାଷ୍ଟ୍ରର ମୁକେଶ ଚୌଧୁରୀ ମଧ୍ୟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।

ମ୍ୟାଚ୍ ସୂଚୀ (ନ୍ୟୁଜିଲାଣ୍ଡ ‘ଏ’ ଭର୍ସେସ୍ ଇଣ୍ଡିଆ ‘ଏ’):

  • ପ୍ରଥମ ଅନଅଫିସିଆଲ୍ ଟେଷ୍ଟ: ୨୪ ରୁ ୨୭ ଅକ୍ଟୋବର ୨୦୨୬ — ବର୍ଟ ସଟକ୍ଲିଫ୍ ଓଭାଲ୍, ଲିଙ୍କନ୍

  • ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ: ୩୧ ଅକ୍ଟୋବର ରୁ ୩ ନଭେମ୍ବର ୨୦୨୬ — ହେଗଲେ ଓଭାଲ୍, କ୍ରାଇଷ୍ଟଚର୍ଚ୍ଚ

  • ତୃତୀୟ ଅନଅଫିସିଆଲ୍ ଟେଷ୍ଟ: ୭ ରୁ ୧୦ ନଭେମ୍ବର ୨୦୨୬ — ବର୍ଟ ସଟକ୍ଲିଫ୍ ଓଭାଲ୍, ଲିଙ୍କନ୍

୧୫ ଜଣିଆ ଇଣ୍ଡିଆ ‘ଏ’ ସ୍କ୍ୱାଡ୍: ଧ୍ରୁବ ଜୁରେଲ (ଅଧିନାୟକ/ୱିକେଟକିପର), ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ଦେବଦତ୍ତ ପାଡିକ୍କଲ, ରବିଚନ୍ଦ୍ରନ୍ ସ୍ମରଣ, ରିଷଭ ପନ୍ତ (ୱିକେଟକିପର), ୱାଶିଂଟନ୍ ସୁନ୍ଦର, ଆକିବ ନବୀ, ଆକାଶ ଦୀପ, ଅଂଶୁଲ କମ୍ବୋଜ, ମାନବ ସୁଥାର, ମୁକେଶ ଚୌଧୁରୀ, ସାଇ ସୁଦର୍ଶନ, ୟଶ ରାଠୋଡ, ମୁକେଶ କୁମାର।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?