Posted inଜାତୀୟ

ମୋଦିଙ୍କ ଦୀର୍ଘ ଜୀବନ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠକଲେ ବିଧାୟକ

ଇନ୍ଦୋର,୭ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତରୁ ଫେରିଆସିବା ଘଟଣାକୁ ନେଇ ଦେଶର ପ୍ରାୟ ସମସ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଆକ୍ରୋଶ ଥିବା ନଜର ଆସିଛି । ସେମାନେ ଏଥିପାଇଁ ପଞ୍ଜାବ ସରକାରଙ୍କ ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଇନ୍ଦୋର ବିଧାନସଭାର ବିଧାୟକ ଆକାଶ ବିଜୟଭର୍ଗିୟ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଏଥିପାଇଁ ପଞ୍ଜାବର ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେ କହିଛନ୍ତି ମୋଦିଙ୍କ ରାଲିକୁ ଯେଉଁଠି ଅଟକାଇ ଦିଆଯାଇଥିଲା ତାହା ପାକିସ୍ତାନ ସୀମାଠାରୁ ଅଳ୍ପ କିଛି କିଲୋମିଟର ଦୂର । ତେଣୁ ସେଠାରେ କିଛି ବି ଘଟଣା ଘଟି ପାରି ଥାଆନ୍ତା । ପ୍ରଧାନମନ୍ତ୍ରୀଙ୍କ ପାଇଁ ବିପଦ ମାନେ ଦେଶର ପ୍ରତିଟି ନାଗରିକ ପାଇଁ ବିପଦ ବୋଲି ବିଜୟଭର୍ଗିୟ କହିଥିଲେ । ଏହାପରେ ସେ ମାତା ଅହିଲ୍ୟାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମୋଦିଙ୍କ ଦୀର୍ଘ ଜୀବନ କାମନା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri