Posted inଜାତୀୟ

ଗିରଫ ହେଲେ ‘ବୁଲ୍ଲି ବାଈ’ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଗୁଆହାଟୀ, ୭ା୧: ଜଣାଶୁଣା ତଥା ସମାଜରେ ପରିଚିତ ମୁସଲମାନ ମହିଳାଙ୍କ ଫଟୋ ବୁଲ୍ଲି ବାଈ ଆପ୍‌ରେ ଛାଡ଼ି ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ପୋଲିସ ଗୁରୁବାର ଏହାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଆସାମର ଜୋରାହାଟରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୀରଜ ବିଷ୍ଣୋଇ(୨୧)ଙ୍କୁ ଗିରଫ ପରେ ଦିଲ୍ଲୀ ଅଣାଯାଇଛି। ସେ ତାଙ୍କ ଦୋଷ ସ୍ବୀକାର କରିଥିବା ପୋଲିସ କହିଛି। ପୂର୍ବରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଶ୍ୱେତା ସିଂ ଏବଂ ଦୁଇ ଇଞ୍ଜିନିୟରିଂ ଛାତ୍ର ମୟଙ୍କ ରାଓ୍ବଲ ଓ ବିଶାଲ କୁମାର ଝାଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଜୋରହାଟ୍‌ର ବାସିନ୍ଦା ତଥା ବି. ଟେକ୍‌ ଦ୍ୱିତୀୟ ବର୍ଷ ଛାତ୍ର ବିଷ୍ଣୋଇ ଭୋପାଳରେ ପାଠ ପଢ଼ୁଥିଲେ। ସେ ହିଁ ଗିଟ୍‌ହବ୍‌ ପ୍ଲାଟ୍‌ଫର୍ମରେ ବୁଲ୍ଲି ବାଈ ଆପ୍‌ ଏବଂ ଏହାର ଟୁଇଟର ହ୍ୟାଣ୍ଡେଲ ତିଆରି କରିଥିଲେ। ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଏବଂ ଷ୍ଟ୍ରାଟେଜିକ୍‌ ଅପରେଶସନ୍ସ(ଆଇଏଫ୍‌ଏସ୍‌ଓ) ୟୁନିଟ୍‌ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାରେ ସାମିଲ୍‌ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍‌ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ...

ମୋତିଆବିନ୍ଦୁ ଅପରେଶନ୍‌ ପରେ ଚାଲିଗଲା ୬ଜଣଙ୍କ ଦୃଷ୍ଟି ଶକ୍ତି: ଯାଞ୍ଚ ନିର୍ଦ୍ଦେଶ ଦେଲେ ସିଏମ୍‌ଓ

କାନପୁର,୨୨।୧୧: ଉତ୍ତରପ୍ରଦେଶ କାନପୁରରେ ସ୍ବାସ୍ଥ୍ୟବିଭାଗର ଅବହେଳାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଏକ ଘରୋଇ ନର୍ସିଂ ହୋମରେ ଆଇ କ୍ୟାମ୍ପ୍‌ରେ ମୋତିଆବିନ୍ଦୁ ଅପରେଶନ୍‌ ପାଇଁ ଆସିଥିବା...

ବର୍ଦ୍ଧିତ ପେଟ୍ରୋଲ ଦର ପାଇଁ ତାଲିବାନ୍‌କୁ ଦାୟୀ କଲେ ଭାଜପା ନେତା

ବେଙ୍ଗାଲୁରୁ,୪।୯: ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ପାଇଁ ତାଲିବାନ୍‌ ଯୋଗୁ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସଙ୍କଟ ଦାୟୀ। ଅହେତୁକ ବୃଦ୍ଧି ପାଉଥିବା ତୈଳ...

‘ମୁଁ କେବେ ଭାବି ନ ଥିଲି କଂଗ୍ରେସ ଛାଡିବି ହେଲେ…’ ଭାଜପାରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଲେ କିରଣ କୁମାର

ଅମରାବତି,୭।୪: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ କଂଗ୍ରେସକୁ ଟାର୍ଗେଟ...

ପୁଟିନଙ୍କ ପଛରେ ମୋଦି: ୨୧ ବର୍ଷ ପୁରୁଣା ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ଦ୍ୱାଦଶ ଦିନ। ତିକ୍ତ ସମୟରେ ରୁଷିଆ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରୁଥିବାବେଳେ ୟୁକ୍ରେନ ପ୍ରଧାନମନ୍ତ୍ରୀ...

୮୮ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୮ ଦିନ ପରେ ସୋମବାର ଦେଶରେ...

ଦେବଭୂମି ଉତ୍ତରାଖଣ୍ଡରେ ଏବେ ଧ୍ୱଂସ ହେବ ଅବୈଧ ଧର୍ମପୀଠ

ଡେରାଡୁନ,୭।୪: ଉତ୍ତରାଖଣ୍ଡରେ କିଛିଦିନ ହେବ ସରକାରୀ ଜମିରେ ଅବୈଧ ଭାବେ ଧର୍ମପୀଠ ନିର୍ମାଣ ହେବା ଦେଖିବାକୁ ମିଳୁଛି। ଏହାକୁ ନେଇ ଏବେ ରାଜ୍ୟ ସରକାର ଖୁବ...

ଯୁବବର୍ଗଙ୍କ ଉପରେ ଲାଠିଚାର୍ଜ ନେଇ ସରକାରଙ୍କୁ ଘେରିଲେ ରାହୁଲ-ବରୁଣ…

ଲକ୍ଷ୍ନୌ,୫।୧୨: ଉତ୍ତରପ୍ରଦେଶରେ ୬୯ ହଜାର ସହାୟକ ଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ରାଜନୈତିକ ସ୍ଥିତି ବେଶ୍‌ ସରଗରମ ହେବାରେ ଲାଗିଛି। ଏହି ଘଟଣାରେ ଏକ କ୍ୟାଣ୍ଡେଲ...

Advertisement
Archives

Model This Week