Odisha Elections 2024
Posted inଫୁରସତ

ଭାଲୁ କୋଳରେ ବସିଗଲେ ଏହି ଯୁବତୀ, ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଆଜିକାଲି ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଲୋକମାନଙ୍କ ଲୋକ ଟାଙ୍କୁଡି ଉଠିବ। ଏହି ଭିଡିଓରେ ଜଣେ ଯୁବତୀ ଭାଲୁର କୋଳରେ ବସିଥିବାର ନଜର ଆସିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଝିଅଟି କେବଳ ଭାଲୁର କୋଳରେ ବସି ନାହିଁ, ବରଂ ମଜା କରୁଥିବା ମଧ୍ୟ ଦେଖାଯାଏ। ପ୍ରଥମେ ଭିଡିଓ ଦେଖିବା ପରେ ମନେ ହେବ ଯେପରି ଯୁବତୀ ଜଣଙ୍କ ଟେଡି ଭାଲୁ ସହିତ ମଜା କରୁଛି। କିନ୍ତୁ ସମ୍ପୂର୍ଣ୍ଣ ଦେଖିବା ପରେ ଏହା ଭାଲୁ ବୋଲି ଜଣାପଡିଛି। ଜଣେ ଯୁବତୀ ଭାଲୁ ସହିତ ଏତେ ଆରାମଦାୟକ ହୋଇପାରେ ଲୋକେ ସହଜରେ ବିଶ୍ୱାସ କରି ପାରୁନାହାନ୍ତି। ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।
ଭିଡିଓରେ ଏକ ବରଫ ପାହାଡ ଦୃଶ୍ୟମାନ ହେଉଛି। ଏହି ପାହାଡ ଉପରେ ଏକ ଭାଲୁ କୋଳରେ ବସି ଜଣେ ଯୁବତୀ ମଜା କରୁଥିବାର ଦେଖାଯାଏ। ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ, କାରଣ ଭାଲୁ ଏକ ଅତି ଭୟଭୀତ ପଶୁ। ଭାଲୁର ଗର୍ଜନ ବହୁତ ତୀକ୍ଷ୍ଣଙ୍‌। ଯଦି ସେ ରାଗେ, ତେବେ ସେ ମଣିଷକୁ ସହଜରେ ମାରିପାରେ। କିନ୍ତୁ ଯୁବତୀ ଜଣଙ୍କ ଖୁସିରେ ଭାଲୁ କୋଳରେ ବସିଛି। ଯୁବତୀଙ୍କ ଅଙ୍ଗଭଙ୍ଗୀ ଦେଖି ଲାଗୁଛି ଯେ ସେ ଭାଲୁକୁ ଆଦୌ ଭୟ କରୁ ନାହିଁ। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଇନଷ୍ଟାଗ୍ରାମରେ ହେପଗୁଲ ୫ ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି।
ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଏଥିସହିତ, ୧ ଲକ୍ଷ ୭୦ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ଭିଡିଓ ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ କିଛି ଲୋକ କହୁଛନ୍ତି ଯେ ଭାଲୁ ସହିତ ଥଟ୍ଟା କରିବା ଠିକ ନୁହେଁ, କାରଣ ଏହା ଆପଣଙ୍କ ଜୀବନକୁ ମଧ୍ୟ ନେଇପାରେ।

 

View this post on Instagram

 

A post shared by hepgul5 (@hepgul5)


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅଧା ରହିଗଲା ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ବେଙ୍ଗାଲୁରୁ,୨୫।୫: କନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିକଟରେ ତାଙ୍କ ପ୍ରେମ କାହାଣୀକୁ ମନେ ପକାଇ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଯାହା ଅନେକ ଲୋକଙ୍କୁ ଚକିତ କରି...

ଜାହାଜର ୧୦ ଟଙ୍କିଆ ନୋଟ୍‌ ନିଲାମ ହେବ

ନୂଆଦିଲ୍ଲୀ: ୧୯୧୮ରେ ବ୍ରିଟିଶ୍‌-ଭାରତୀୟ ମୁଦ୍ରା, ଗୋଳାବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ବମ୍ବେରୁ ଲଣ୍ଡନ ଯାଉଥିବା ଏସ୍‌ଏସ୍‌ ଶିରାଲା ନାମକ ଜାହାଜ ଜର୍ମାନ ୟୁ-ବୋଟ୍‌ରୁ ଛଡ଼ାଯାଇଥିବା...

ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ

ସୋସିଆଲ ମିଡିଆରେ ଲୋକପ୍ରିୟ ଜାପାନୀ କୁକୁର ‘କାବୋସୁ’ର ମୃତ୍ୟୁ ହୋଇଛି। ତାକୁ ୧୯ ବର୍ଷ ହୋଇଥିଲା। ଏକ ବ୍ଲଗ୍‌ ପୋଷ୍ଟରେ ତାର ମୃତ୍ୟୁକୁ ନେଇ ମାଲିକ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓସ୍‌ମା ବିନ୍‌ ବିୟର, ଦାମ୍‌ ରହିଛି…

ଲଣ୍ଡନ,୨୩ା୫: ଭାରତର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ନେତା ଓସ୍‌ମା ବିନ୍‌ ଲାଡେନଙ୍କ ନାମରେ ଏକ ବିୟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିୟର ସୋସିଆଲ...

ଜଳବାୟୁ ପରିବର୍ତ୍ତନ ଆଣୁଛି ଭୟଙ୍କର ଟର୍ବୁଲେନ୍ସ, ବିମାନ ଭିତରେ ନିଜ ସିଟ୍‌ରୁ ଉଡ଼ିବାରେ ଲାଗୁଛନ୍ତି ଯାତ୍ରୀ…

ନୂଆଦିଲ୍ଲୀ,୨୩।୫:  ଯାତ୍ରାବେଳେ ଉଚ୍ଚ ଆକାଶରେ ବିମାନ ଟର୍ବୁଲେନ୍ସକୁ ସାମ୍ନା କରିବା ସ୍ବାଭାବିକ। କିନ୍ତୁ ଯାତ୍ରୀ ମୃତାହତ ହେବା ଭଳି ସିଭିଅର୍‌ ଟର୍ବୁଲେନ୍ସ ବିରଳ। ଏହି କାରଣରୁ...

ଜୁନ୍‌ ୩ରେ ଆକାଶରେ ଧାଡ଼ିବାନ୍ଧିବେ ୬ ଗ୍ରହ, ଭୋରରେ ଦେଖିହେବ ଏହି ବିରଳ ଜାଗତିକ ଦୃଶ୍ୟ

ଜୁନ୍‌ ୩ରେ ସୌରଜଗତର ୬ ଗ୍ରହ ଗୋଟିଏ ଧାଡ଼ିରେ ଦୃଶ୍ୟ ହେବେ। ସେଦିନ ଭୋର ସମୟର ଆକାଶରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ କଇଁଛ ଦିବସ…

ବିଶ୍ୱ କଇଁଛ ଦିବସ ପ୍ରତିବର୍ଷ ମେ’ ୨୩ରେ ପାଳନ କରାଯାଇଥାଏ। କଇଁଛ ପୃଥିବୀର ଦୀର୍ଘଦିନ ବଞ୍ଚୁଥିବା ଜୀବ ଅଟେ। ମାତ୍ର ଏବେ ଏହାର ଅନେକ ପ୍ରଜାତି...

ବାପା ମନାକଲେ, ଆଉ ବ୍ଲଗ୍‌ କରିବିନି

ଇସ୍‌ଲାମାବାଦ: ପାକିସ୍ତାନର ବେଶ୍‌ ପରିଚିତ ଶିଶୁ ୟୁଟ୍ୟୁବର ମହମ୍ମଦ ଶିରାଜ(୬) ତାଙ୍କର ଶେଷ ବ୍ଲଗ୍‌ ଶେୟାର କରିଛନ୍ତି। ସେ ଏହି ବ୍ଲଗରେ ତାଙ୍କ ପ୍ରଶଂସକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri