Posted inଜାତୀୟ

ଭିତରେ ବସିଥିଲେ ୨୨୪ ଯାତ୍ରୀ: ହଠାତ୍‌ ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ, ତା’ପରେ…

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ ବର୍ତ୍ତି ଯାଇଛି। କିନ୍ତୁ ଦିଲ୍ଲୀ ଏୟାରପୋର୍ଟ ପରି ଆଜି ଚେନ୍ନାଇ ଏୟାରପୋର୍ଟରେ ମଧ୍ୟ ହଇଚଇ ସୃଷ୍ଟି ହୋଇଯାଇଥିଲା। ଏୟାରପୋର୍ଟ ଅଧିକାରୀମାନଙ୍କ ମଧ୍ୟରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା ଏବଂ ତରବରିଆ ଭାବେ ରନୱେ ଖାଲି କରାଇ ଆମ୍ବୁଲାନ୍ସ ଓ ଫାୟାର ବ୍ରିଗେଡ ମୁତୟନ କରାଯାଇଥିଲା। ଫୁଲ ସିକ୍ୟୁରିଟି ମଧ୍ୟରେ ଏୟାରପୋର୍ଟରେ ଫ୍ଲାଇଟର ସୁରକ୍ଷିତ ଲ୍ୟାଣ୍ଡିଂ ହେବା ପରେ ଯାତ୍ରୀ ଏବଂ ଏୟାରପୋର୍ଟ ଷ୍ଟାଫ ମଧ୍ୟ ଆଶ୍ୱସ୍ତି ହୋଇଥିଲେ। ପ୍ରୋଟୋକଲ ଅନୁସାରେ ଯାତ୍ରୀ ଏବଂ କ୍ରୁ ମେମ୍ବରମାନଙ୍କୁ ଉଦ୍ଧାର କରି ମେଡିକାଲ ଚେକ ଅପ ପାଇଁ ନିଆଯାଇଥିଲା।

ଏୟାରପୋର୍ଟସ ଅଥରିଟି ଅଫ ଇଣ୍ଡିଆ (AAI) ଅନୁଯାୟୀ, ଇଣ୍ଡିଗୋ ଫ୍ଲାଇଟ 6E-723 କୋଲକାତାରୁ ଚେନ୍ନାଇ ଆସୁଥିଲା। ବିମାନରେ ପ୍ରାୟ ୨୨୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ। ହେଲେ ରାତି ପ୍ରାୟ ସାଢ଼େ ୧୧ଟାରେ ଲ୍ୟାଣ୍ଡିଂ କରିବାର ଠିକ ପୂର୍ବରୁ ହଠାତ୍‌ ବିମାନଟି ଦୋହଲିବାକୁ ଲାଗିଥିଲା। ପାଇଲଟ ଯାଞ୍ଚ କରିବା ପରେ ବିମାନର ବାମ ଇଞ୍ଜିନରେ ତ୍ରୁଟି ଥିବା ଜଣାପଡ଼ିଥିଲା।

ପାଇଲଟ ଇଞ୍ଜିନ ଫେଲ ହୋଇଥିବା ନେଇ ATCକୁ ସୂଚନା ଦେବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ଇମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଏହାପରେ ଚେନ୍ନାଇ ବିମାନବନ୍ଦରରେ ଫ୍ଲାଇଟକୁ ସୁରକ୍ଷିତ ଜରୁରୀ ଅବତରଣ କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?