ଭାରତର କଡ଼ା ଜବାବ୍‌, ପ୍ରଥମେ ଖାଲି କର ପିଓକେ…

ଜେନେଭା,୨୫।୯: ଜାତିସଂଘ ସାଧାରଣ ସଭା ବୈଠକରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦିଛି। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଭୁଲ ତଥ୍ୟ ରଖି ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ବାସ୍ତବତାକୁ ଅଣଦେଖା କରି ଇମ୍ରାନ ଖାଁ ନିଜକୁ ପୀଡ଼ିତ ହୋଇଥିବା ଦର୍ଶାଇଛନ୍ତି।

ଇମ୍ରାନଙ୍କ ମିଥ୍ୟା ଅଭିଯୋଗର ଜବାବ ଦେଇ ଭାରତ କହିଛି ଯେ ଆତଙ୍କବାଦର ଶିକାର ହୋଇଥିବା କହି ପାକିସ୍ତାନ ଅଭିନୟ କରୁଛି। ଭାରତ ପକ୍ଷରୁ ପ୍ରଥମ ସଚିବ ସ୍ନେହା ଦୁବେ ପକ୍ଷ ରଖିଥିଲେ।

ଜାତିସଂଘ ଫୋରମରେ ଭାରତ କହିଛି ଯେ ପାକିସ୍ତାନ ମିଥ୍ୟା ତଥା ପ୍ରତାରଣା ପ୍ରଚାର ପାଇଁ ବିଶ୍ୱ ପ୍ଲାଟଫର୍ମ ବ୍ୟବହାର କରୁଛି। ପାକିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ପାଲଟିଛି। ଯେଉଁ ଦେଶରେ ମିଳିତ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀଙ୍କ ସଂଖ୍ୟା ସର୍ବାଧିକ, ଓସାମା ବିନ ଲାଡେନକୁ ଶହୀଦ ମାନ୍ୟତା ପ୍ରଦାନ କରୁଥିବା ଦେଶ, ସେହି ଦେଶ ନିଜକୁ ଆତଙ୍କବାଦର ଶିକାର ବୋଲି କହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସ୍ନେହା ଦୁବେ କହିଛନ୍ତି।

ଭାରତୀୟ କୂଟନୀତିଜ୍ଞ ସ୍ନେହା ଦୁବେ କହିଛନ୍ତି ଯେ ଏହା ପ୍ରଥମ ଘଟଣା ନୁହେଁ ଯେ ପାକିସ୍ତାନର ନେତା ଭାରତ ବିରୁଦ୍ଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ପାଇଁ ମିଳିତ ଜାତିସଂଘର ଫୋରମର ଅପବ୍ୟବହାର କରିଛନ୍ତି। ପାକିସ୍ତାନ ନିଜକୁ ଆତଙ୍କବାଦର ଶିକାର ବୋଲି ବର୍ଣ୍ଣନା କରୁଛି କିନ୍ତୁ ଆତଙ୍କବାଦୀମାନେ ସେଠାରେ ଖୁସିରେ ବାସ କରୁଛନ୍ତି ଏବଂ ସାଧାରଣ ଲୋକ ଏବଂ ବିଶେଷକରି ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଜୀବନ ଅତ୍ୟନ୍ତ ଦୁଃଖଦାୟକ ହୋଇପଡ଼ିଛି। ଆତଙ୍କବାଦର ଏପରି ପ୍ରତିରକ୍ଷା ଆଧୁନିକ ଦୁନିଆରେ ଗ୍ରହଣୀୟ ନୁହେଁ।

ଜାଣିଶୁଣି ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଉପରେ ଅବୈଧ କବ୍‌ଜା କରାଯାଇଛି। ଶୀଘ୍ର ଏହାକୁ ଖାଲି କରିବା ଲାଗି ଭାରତ ପାକିସ୍ତାନ ଉଦ୍ଦେଶ୍ୟରେ କହିଛି। ବାସ୍ତବରେ, ପାକିସ୍ତାନ କାଶ୍ମୀର ଏବଂ ଆଫଗାନିସ୍ତାନ ପ୍ରସଙ୍ଗକୁ ବିଶ୍ୱ ସ୍ତରରେ ଉଠାଇ ନିଜର ଭୁଲ ଲୁଚାଇବାକୁ ଚେଷ୍ଟା କରୁଛି।

ୱାଶିଂଟନରେ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ବାଲୁଚ ଅଞ୍ଚଳର ଲୋକମାନେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏେକ୍ଷେତ୍ରରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ପାକିସ୍ତାନ ପାଇଁ ଉତ୍ତର ଦେବା କଷ୍ଟକର ହୋଇପଡୁଛି ବୋଲି ଭାରତ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଖଲ କଲେ ବିକ୍ଷୋଭକାରୀ

କଲମ୍ବୋ,୧୩।୭: ଶ୍ରୀଲଙ୍କାରେ ସଙ୍କଟ ଜାରି ରହିଛି। ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡି ପଳାଇବା ପରେ ଶ୍ରୀଲଙ୍କା...

ୟୁକ୍ରେନ୍‌ର ପଡୋଶୀ ଦେଶ ପୋଲାଣ୍ଡରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି

ଓ୍ବାର୍ସ,୨୫।୩: ୩୧ ଦିନରେ ପହଞ୍ଚିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ପ୍ରତ୍ୟକ୍ଷରେ ନହେଲେ ହେଁ ପରୋକ୍ଷରେ ଯୁଦ୍ଧକୁ ନେଇ ୟୁକ୍ରେନକୁ ସବୁ ପ୍ରକାରର...

କରତାରପୁର ପରେ ଏବେ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଦାବି

ଇସଲାମାବାଦ୍‌,୨୭।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡୋର ଖୋଲିଛନ୍ତି। ଏବେ ଆମେରିକାର ଏକ ସଂସ୍ଥା ପକ୍ଷରୁ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଇମ୍ରାନ୍‌ଙ୍କ...

ମୋଦିଙ୍କ ସହ ସହମତ ବ୍ରିଟେନ ବୈଦେଶିକ ମନ୍ତ୍ରୀ

ଲଣ୍ଡନ,୧୩।୧୨: ବ୍ରିଟେନ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭର୍ଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ସହ ସହମତ ହୋଇଛନ୍ତି। ସେ କହିଛନ୍ତି, ପୁଟିନଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ମୋଦି...

ନିଜ ପଦରୁ ଇସ୍ତଫା ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଟୋକିଓ,୨୮।୮: ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ଗତ କିଛି ଦିନରୁ ସିଞ୍ଜୋ ଆବେଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି। ସ୍ବାସ୍ଥ୍ୟଗତ କାରଣରୁ...

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ଅଷ୍ଟମରେ ଭାରତ

ଶର୍ମ ଏଲ୍‌-ଶେଖ୍‌,୧୫ା୧୧: ଇଜିପ୍ଟର ଶର୍ମ ଏଲ୍‌-ଶେଖ୍‌ରେ ଜାତିସଂଘ ପକ୍ଷରୁ ଚାଲିଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୭ତମ ସମ୍ମିଳନୀରେ ବିଶ୍ୱନେତାମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି।...

ଡେରେକ୍‌ ଚଉଭିନ୍‌ ଦୋଷୀ

ଓ୍ବାଶିଂଟନ୍‌, ୨୨ା୪: ଆମେରିକାର କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ମିନିଆପଲିସ୍‌ର ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌(୪୫)ଙ୍କୁ ହେନେପିନ୍‌ କାଉଣ୍ଟି କୋର୍ଟ ମଙ୍ଗଳବାର...

ବୋକୋ ହାରାମ ଆତଙ୍କବାଦୀଙ୍କ ନିର୍ଯାତନା: ଦିନରେ ୨ ଥର ମାଡ଼,ଥରେ ଖାଦ୍ୟ

ଆବୁଜା,୧୯।୧୨: ନାଇଜେରିଆର ସେକେଣ୍ଡାରୀ ସ୍କୁଲରୁ ବୋକୋ ହାରାମ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୩୪୪ ଶିକ୍ଷାର୍ଥୀ ଏବେ ଘରକୁ ଫେରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦେଇଥିବା ନିର୍ଯାତନ...

Advertisement
Archives

Model This Week