ବନ୍ଦର ଘରୋଇକରଣକୁ ବିରୋଧ

ପାରାଦୀପ,୨୫।୯ (ସ୍ବ.ପ୍ର.):ଦେଶର ବୃହତ ବନ୍ଦରଗୁଡ଼ିକର ଘରୋଇକରଣକୁ ଶୁକ୍ରବାର ବିରୋଧ କରାଯାଇଛି। ଏନେଇ ପାରାଦୀପରେ ୧୧ଟି ଶ୍ରମିକସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ପାରାଦୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ଶ୍ରମିକସଂଘର ନେତାମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବନ୍ଦର ଉପାଧ୍ୟକ୍ଷଙ୍କୁ ଦେଇଥିଲେ। ଦେଶର ସମସ୍ତ ବୃହତ ବନ୍ଦରରେ ଏଭଳି ବିକ୍ଷୋଭ କରାଯାଇଛି ବୋଲି ଶ୍ରମିକନେତାମାନେ ସୂଚନା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ସରକାର ଅଣସାମ୍ବିଧାନିକ ଭାବେ ମେଜରପୋର୍ଟ ଟ୍ରଷ୍ଟ ଆଇନ ୧୯୬୩ କୁ ସଂଶୋଧନ କରି ମେଜରପୋର୍ଟ ଅଥରିଟି ଆଇନ ୨୦୨୦ ଲାଗୁ କରିଛନ୍ତି। ଏହି ନୂତନ ଆଇନରେ ଲ୍ୟାଣ୍ଡଲର୍ଡ ମଡେଲ ପୋର୍ଟ କରିବା ଆଳରେ ପିପିପି(ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ୍‌)ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା କାର୍ଗୋ ହ୍ୟାଣ୍ଡଲିଂ ଟର୍ମିନାଲଗୁଡିକ ଘରୋଇ ସଂସ୍ଥା ହାତକୁ ଚାଲିଯିବ। ଏହାବାଦ ୧୯୪୭ରୁ ପ୍ରଚଳିତ ଶିଳ୍ପ ବିବାଦ ଆଇନକୁ ସଂଶୋଧନ କରାଯାଇ ଶ୍ରମିକସଂଘ ଗୁଡିକର ଧର୍ମଘଟ ଅଧିକାର ଉପରେ ଅଙ୍କୁଶ ଲଗାଯାଇଛି। ଜାତୀୟ ସ୍ବାର୍ଥକୁ ଅଣଦେଖା କରି ରାଷ୍ଟ୍ରାୟତ ଶିଳ୍ପରୁ ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବା ଲକ୍ଷ୍ୟରେ ନ୍ୟାଶନାଲ ମନିଟାଇଜେସନ ପାଇପ୍‌ଲାଇନ ବ୍ୟବସ୍ଥା କରାଯାଇଛି। ଦେଶର ୯ ଟି ବୃହତ ବନ୍ଦରରେ ଥିବା ୩୧ ଲାଭଜନକ ପ୍ରକଳ୍ପକୁ ୧୪୪୮୩ କୋଟି ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ଦେଶର ୫ କେନ୍ଦ୍ରୀୟ ଫେଡେରେଶନ ଦୃଢ ବିରୋଧ କରିଛି। ଭାରତୀୟ ନୌବାଣିଜ୍ୟ ଉପରୁ ରାଜ୍ୟମାନଙ୍କ କ୍ଷମତା ପ୍ରତ୍ୟାହାର କରିବା ପାଇଁ ପୁରୁଣା ଇଣ୍ଡିଆନ ପୋର୍ଟ ଆଇନ ୧୯୦୮କୁ ପରିବର୍ତ୍ତନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏ ନେଇ ଏକ ସଂଶୋଧିତ ବିଲ୍‌ ସଂସଦରେ ଆଗତ ହୋଇସାରିଛି। ଏସବୁ ବ୍ୟବସ୍ଥାକୁ ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ୱାର୍କରର୍ସ ୟୁନିୟନ, ବନ୍ଦର ଶ୍ରମିକ ୟୁନିୟନ, ପୋର୍ଟ ଶ୍ରମିକସଂଘ, ବନ୍ଦର ଶ୍ରମିକ କର୍ମଚାରୀ ୟୁନିୟନ, ଉତ୍କଳ ପୋର୍ଟ ଆଣ୍ଡ ୱାର୍କର୍ସ ୟୁନିୟନ,ପୋର୍ଟ ୱାର୍କର୍ସ ୟୁନିୟନ, ପୋର୍ଟ ଡକ ଆଣ୍ଡ ମଜଦୁର ୟୁନିୟନ, ଇଣ୍ଡଷ୍ଟ୍ରିୟାଲ ୱାର୍କର୍ସ ୟୁନିୟନ,, ଡକ ଆଣ୍ଡ କନଷ୍ଟ୍ରକ୍ସନ ୟୁନିୟନ, ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ, ପୋର୍ଟ ଆଣ୍ଡ ଲେବର ୟୁନିୟନ ସାମିଲ ହୋଇଥିଲେ। ଏହି ସମୟରେ ଶ୍ରମିକନେତା ବିଭୁତି ମହାରଣା, ଅନନ୍ତ ଦାସ, ନିମାଇଁ ବରାଳ ଓ ଉଲ୍ଲାସ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ଚିନ୍ତା: ବିଏମ୍‌ସି ପକ୍ଷରୁ ସ୍କ୍ବାଡ ଗଠନ; ପାନଛେପ ପକାଇଲେ କର୍ମଚାରୀଙ୍କୁ ୫ଶହ ଜରିମାନା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭୂତାଣ ସଂକ୍ରମଣର ଭୟାବହତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ଶନିବାର ପ୍ରତିକ୍ରିୟା...

କଳା ଶୁଣାଇଥାଏ ଜୀବନର ଗାଥା

ବନ୍ତ,୧୨।୧୨(ଡି.ଏନ.ଏ.)- ଜୀବନ ପାଇଁ କଳା ଅପରିହାର୍ଯ୍ୟ। କଳା ସଂସ୍କୃତିରେ ମଣିଷ ଜୀବନର ଅନୁଭବ ହସକାନ୍ଦ ଫେଣ୍ଟି ହୋଇ ରହିଥାଏ। କଳା ପାଇଁ ସାଧନାର ପଥ ବାଛି...

କାୟା ବିସ୍ତାର କରୁଛି ବ୍ରାଉନସୁଗାର: କୋରେକ୍ସ ଓ ମାଦକ ଦ୍ରବ୍ୟ କବଳରେ ଯୁବପିଢ଼ି; ପୋଲିସ ତରଫରୁ ହେଉନି ଚଢ଼ାଉ

ନୟାଗଡ଼ ଅଫିସ,୫ା୭- ନୟାଗଡ଼ ଜିଲାରେ ଧଳା ଜହର (ବ୍ରାଉନ ସୁଗାର) କାୟା ବିସ୍ତାର କରିବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରେ ନିଶା ପାଇଁ ଯୁବକମାନେ ଏହାକୁ...

ଶଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ଛତ୍ରପୁରର ୯ ଦୋକାନ ସିଲ୍‌

ଛତ୍ରପୁର,୭ା୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ୬୦ ଘଣ୍ଟିଆ ଶଟ୍‌ଡାଉନ୍‌ ଜାରିରହିଛି। ଅପରପକ୍ଷରେ ଏହି ଗାଇଡ୍‌ଲାଇନ୍‌କୁ ଅମାନ୍ୟ କରିଥିବାରୁ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରର ୯ଟି...

ପରିଚଏ ଖୁଜୁଛେ କୁଦେଲପଟା ଗଁ। ହକ୍‌, ମଉଲିକ ସୁବିଧାରୁ ବଁଚିତ୍‌ ଗଁ। ବାସୀ

ଭବାନୀପାଟଣା,୩।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଦରନୁ ୧୪ କି.ମି. ଦୂରେ ରହିଛେ ତ୍ରିଲୋଚନପୁର ପଁଚେତ୍‌ ଅଧୀନ କୁଦେଲପଟା ଗଁା। ଗଁାଟା ନିୟମଗିରି ପାଡାଡ଼ ଅଂଚଲରେ...

‘ଭାଜପାର ପରାଜୟ ଏକ ରହସ୍ୟ’

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ):୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ପୂର୍ବାପେକ୍ଷା ଭାଜପା ଭଲ ପ୍ରଦର୍ଶନ କରି ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଦଳ ଆସନ ହାସଲ କରିଛି। ସେହିପରି...

ନିଆରା ମଣିଷ ମନ୍ଦରଧର ସାହୁ: ଦିନରେ କାକୁଡି ବେପାରୀ, ରାତିରେ କଳାର ପୂଜାରୀ

ବନ୍ତଳା,୧୭ା୫-୧୯୬୪ରେ ବନ୍ତଳା ସରକାରୀ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। ଚାକିରି ପାଇଁ ସମସ୍ତ ଯୋଗ୍ୟତା ମଧ୍ୟ ଥିଲା। ହେଲେ କଳାର ନିଶା ତାଙ୍କୁ ଏପରି ମତୁଆଲା...

ବେଆଇନ ବାଣ ପ୍ରସ୍ତୁତି ଉପରେ ଅଙ୍କୁଶ ନାହିଁ

ବେଗୁନିଆ,୨୧ା୧୦(ଡି.ଏନ୍‌.ଏ.) ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଚଳଚଞ୍ଚଳ ଗଁା ଠୁ ସହର। ଅନ୍ୟପଟେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ...

Advertisement
Archives

Model This Week