Posted inଫୁରସତ

ପ୍ରଥମ ପାରିଶ୍ରମିକ ଟଙ୍କା ମା’ବାପାଙ୍କୁ ଦେଇଥିଲି: ବିଷ୍ଣୁପ୍ରିୟା

୧୯୯୨ ମସିହାର କଥା, ସେତେବେଳେ ମୁଁ ଜୟପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କଳା ଛାତ୍ରୀ। ସେବେ ଜୟପୁର ଆକାଶବାଣୀ କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରସାରିତ କରିବା ପାଇଁ ରଘୁଭାଇ ମୋର ୩/୪ଟି କବିତାର ହାର୍ଡକପି ନେଇଥିଲେ। ନିର୍ଦ୍ଧାରିତ ସମୟ ଆସିବାରୁ ରେକର୍ଡିଂ ପାଇଁ ରେଡିଓ ଷ୍ଟେଶନ ତରଫରୁ ମୋତେ ଡାକିଲେ। ଖୁସି ଯେତିକି ହେଉଥିଲି ଭୟ ବି ସେତିକି କରୁଥିଲି। କାରଣ ସେତେବେଳେ ରେଡିଓର ମହତ୍ତ୍ୱ ଟିଭିଠୁ ଶହେ ଗୁଣ ଅଧିକ ଥିଲା। ତେବେ ସେ ଯାହା ବି ହେଉ ଭଲରେ ଭଲରେ ରେକର୍ଡିଂ ସରିଗଲା। ହେଲେ ମୁଁ ଜାଣି ନ ଥିଲି ଯେ, କବିତା, ଗଳ୍ପ ପାଇଁ ପଇସା ମିଳେ; ତେଣୁ ରେକର୍ଡିଂ ଶେଷ ହେବା ପରେ ଯେବେ ମୋ ନାଁରେ ଦୁଇଶହ ଟଙ୍କାର ଚେକ୍‌ ମିଳିଲା ମୋତେ ବହୁତ ଖୁସି ଲାଗିଥିଲା। ଚେକ୍‌ଟିକୁ ଆଣି ମା’ବାପାଙ୍କୁ ଦେଲି, ସେମାନେ ବହୁତ ଖୁସି ହେଲେ। ଏପରିକି ବାପା ତାଙ୍କ ଡାଏରୀରେ ବି ଲେଖିଲେ ଯେ, ଜେଜେମା’ ଜେଜେବାପାଙ୍କ କଳା ମୋ ଭିତରେ ଅଛି ବୋଲି। ତା’ପରେ ବାପା ମୋତେ ନେଇ ଷ୍ଟେଟ ବ୍ୟାଙ୍କ୍‌ ଗଲେ ଆଉ ଚେକ୍‌ଟିକୁ ଭଙ୍ଗାଇ ମୋ ନାଁରେ ଆକାଉଣ୍ଟ ଖୋଲି ସେଥିରେ ଟଙ୍କାତକ ଜମା କରିଦେଲେ। ତା’ପରଠୁ ପ୍ରତି ୨/୩ ମାସ ଅନ୍ତରାଳରେ ମୋର ଗଳ୍ପ, କବିତା ପ୍ରସାରିତ ହେଲା। ଏପରିକି ଯୁବବାଣୀରେ ପ୍ରସାରିତ ଅନେକ ନାଟକରେ ମୁଖ୍ୟ ନାୟିକା ହୋଇ ମୁଁ ସ୍ବର ବି ଦେଲି। ଆଉ ସେ ବାବଦରେ ଯେଉଁ ଚେକ୍‌ ପାଉଥିଲି ସେ ସବୁକୁ ଭଙ୍ଗେଇ ବାପା ମୋ ଆକାଉଣ୍ଟରେ ରଖି ଦେଉଥିଲେ। ବାପା ପିଆର୍‌ ଡିପାର୍ଟମେଣ୍ଟରେ ଆର.ଓ. ଥିଲେ। ୧୯୯୧ରେ ଅବସର ନେଇ ସାରିଥିଲେ ହେଁ ରେଡିଓରେ ତାଙ୍କ ପ୍ରିୟ କାର୍ଯ୍ୟକ୍ରମ ପଲ୍ଲୀଶ୍ରୋତା ମଣ୍ଡଳୀ ସବୁବେଳେ ଶୁଣୁଥିଲେ, ତା’ ସହିତ ମୋ ପ୍ରୋଗ୍ରାମ ବି ଶୁଣିବାକୁ ଭୁଲୁ ନ ଥିଲେ। ଅନ୍ୟପକ୍ଷେ ମା’ ବି ସାହି ପଡ଼ିଶାଙ୍କୁ କହୁଥିଲେ ମୋ ପ୍ରୋଗ୍ରାମ ଶୁଣିବାକୁ। ସେମାନେ ସର୍ବଦା ମୋତେ ଉତ୍ସାହିତ କରୁଥିଲେ ଭଲ ଲେଖିବାକୁ। ସେତେବେଳେ ମାଲକାନଗିରି ଜିଲାର ଗୋବିନ୍ଦପାଲ୍ଲୀରେ ଆମର ଜାଗାଟିଏ ଥିଲା। ବାପା ଅବସର ନେଲା ପରେ ଗାଁର ଶାନ୍ତ ବାତାବରଣରେ ରହିବାକୁ ପସନ୍ଦ କରି ସେଠାରେ ଛୋଟ ଘରଟିଏ ତୋଳିଲେ; ଯେଉଁଠିକୁ ଆମେ ଛୁଟିରେ ଯାଉଥିଲୁ। କିଛିଦିନ ପରେ ସେଠାରେ ମୋର ଜମା ହୋଇଥିବା ଟଙ୍କାରେ ବାପା ଆଉ କିଛି ଟଙ୍କା ମିଶାଇ ପ୍ରଥମ କରି ଏକ ଜମି ଧରିଲେ ଏବଂ ମୋ ନାଁରେ ଗୋଟିଏ ଗାଈଟିଏ ମଧ୍ୟ କିଣିଥିଲେ। ଆଶ୍ଚର୍ଯ୍ୟର କଥା, ସେଇ ଗୋଟିଏ ଗାଈ ଆମ ପାଇଁ ଏତେ ଲକି ହେଲା ଯେ, ଧୀରେ ଧୀରେ ଦୁଇଟି ଗାଈ, ଦୁଇଟି ବଳଦ ଏବଂ ଦୁଇଟି ମଇଁଷି ହୋଇ ଆମ ଗୋରୁଶାଳା ଭର୍ତ୍ତି ହୋଇଗଲା। ମା’ବାପା କହୁଥିଲେ ମୋ ନାଁରେ ଭଲ ଶୁଜୁଛି ବୋଲି। ଏମିତିରେ ଗ୍ରାଜୁଏଶନ୍‌ ସରିବା ପରେ ମୁଁ ଗୋବିନ୍ଦପାଲ୍ଲୀରେ ନୂଆ କରି ଖୋଲିଥିବା ଏକ ଇଂଲିଶ ମିଡିୟମ୍‌ ସ୍କୁଲରେ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ କରିବା ପାଇଁ ଅର୍ଗାନାଇଜର୍‌ ମୁନା ସାର୍‌ ଅନୁରୋଧ କରିବାରୁ ମୁଁ ସେଠାରେ ପିଲାଙ୍କୁ ପଢେଇବାକୁ ଲାଗିଲି। ସେଠାରୁ ଯେଉଁ ସ୍ବଳ୍ପ ଦରମା ପାଉଥିଲି ସେଥିରେ ମା’ବାପାଙ୍କ ପାଇଁ ଲୁଗା ଖଣ୍ଡେ କି ଧୋତି ଖଣ୍ଡେ କିଣି ଆଣିଲେ ସମୟ ଅସମୟରେ ଘରକୁ ଆସୁଥିବା ଅତିଥିଙ୍କ ମାନ ମର୍ଯ୍ୟାଦାରେ ତାହା ଲାଗିଯାଉଥିଲା। ମୁଁ କିଛି କହିବା ଆଗରୁ ଗେଲରେ ସେମାନେ ମୋ ମୁଣ୍ଡକୁ ଏପରି ଆଉଁଶି ଦେଉଥିଲେ ଯେ, ସେଥିରେ ତାଙ୍କର ଖୁସି କେତେ ବାରି ହୋଇପଡୁଥିଲା। ହେଲେ ଆଜି ଆଉ ସେମାନେ ନାହାନ୍ତି। ଇଚ୍ଛା ଥିଲା ମୋ ରୋଜଗାରରେ ମା’ପାଇଁ ସୁନାମୁଦିଟିଏ କିଣିବାକୁ କିନ୍ତୁ କରିପାରିଲି ନାହିଁ। ସେ ହଠାତ୍‌ ଚାଲିଗଲେ। ମୋ ଇଚ୍ଛା ଇଚ୍ଛାରେ ହିଁ ରହିଗଲା। ବାପା ବି ଅତି ସାଦାସିଧା ଗାନ୍ଧିବାଦୀ ମଣିଷ ଥିଲେ। ଧଳା ଶାର୍ଟ, ଖାକି ପ୍ୟାଣ୍ଟରେ ସାରା ଜୀବନ ବିତେଇଥିଲେ। ତେବେ ପିଲାଦିନରୁ ମା’ବାପା ଥିବା ଯାଏ ଯେତେ ସବୁ କଥା ମନେପଡିଲେ ଲାଗେ କୌଣସି କ୍ଷେତ୍ରରେ ଆଖିଦୃଶିଆ ପରି ଅଧିକା ନ ପାଇ ବି ମୋ ମା’ବାପାଙ୍କୁ ଯେଉଁ ଖୁସି ଦେଇଛି, ଯେଉଁ ଶାନ୍ତି ଦେଇଛି ସେତିକି ହିଁ ବୋଧେ ଆଶୀର୍ବାଦର କବଚ ହୋଇ ମୋତେ ପ୍ରତି ମୁହୂର୍ତ୍ତରେ ରକ୍ଷା କରୁଛି।

-ଅମ୍ବ୍ରିତା

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?